• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଛାନିଆ ପାକିସ୍ତାନ: ଭାରତର ଡ୍ରୋନ୍ ଆଟାକ୍

FNN WEB by FNN WEB
May 8, 2025
in ଓଡ଼ିଶା, ଜାତୀୟ, ମୁଖ୍ୟ ଖବର
0
ଛାନିଆ ପାକିସ୍ତାନ: ଭାରତର ଡ୍ରୋନ୍ ଆଟାକ୍
0
SHARES
0
VIEWS

ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କଲା ଭାରତ

ନୂଆଦିଲ୍ଲୀ: ଭାରତର ଆକ୍ରମଣରେ ଥରହର ହେଲାଣି ପାକିସ୍ତାନ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ମଧ୍ୟରାତ୍ରରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର, ଯାହା ଏବେ ବି ଜାରି ରହିଛି। ଭାରତର ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନ ମଧ୍ୟ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷା ବଢ଼ାଇ ଦେଇଛି। ଏଥିସହ ପାକିସ୍ତାନ ଟାର୍ଗେଟରେ ଥିଲା ଭାରତର ୧୫ଟି ସହର । ଆକ୍ରମଣ ପାଇଁ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରିଥିଲା ପାକ୍। କିନ୍ତୁ ପାକିସ୍ତାନ ଭାରତର ୧୫ଟି ପ୍ରମୁଖ ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ଚେଷ୍ଟାକୁ ବିଫଳ କରିଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ। ଏଥିସହ ଏହାର ଜବାବରେ ଆଜି ସକାଳୁ ସକାଳୁ ପାକିସ୍ତାନର ବିଭିନ୍ନ ସ୍ଥାନରେ ଭାରତ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି।

ଲାହୋରରେ ଏକ ବଡ଼ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାକିସ୍ତାନ ସେନାର ବାୟୁ ପ୍ରତିରକ୍ଷା ୟୁନିଟ ଉପରେ ହୋଇଥିଲା। ଏହି ଆକ୍ରମଣରେ ପାକିସ୍ତାନ ସେନାର ଚାରି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦ ପର୍ଯ୍ୟନ୍ତ ଜଣେ ଅଧିକାରୀ ଅଛନ୍ତି। ଏହି ଡ୍ରୋନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ନାମ ହେଉଛି ହାବିଲଦାର ନାଭିଦ, ସିପାହୀ ଦାର ମହମ୍ମଦ, ଲେଫ୍ଟନାଣ୍ଟ ଅବଦୁଲ୍ଲା ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆମିର। ଲାହୋର ବ୍ୟତୀତ, ପାକିସ୍ତାନର ଅନ୍ୟ ଅନେକ ସହରରେ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣ କରାଚି, ରାୱଲପିଣ୍ଡି, ସିଆଲକୋଟ, ଉମାର୍କୋଟ, ଗୁଜରାନୱାଲା, ଚକୱାଲ, ଘୋଟକି, ଆଟୋକ, ନରୱାଲ, ଖୋର ଏବଂ ଶେଖପୁରାରେ ଘଟିଛି। ପାକିସ୍ତାନ ଦାବି କରିଛି ଯେ ୧୨ଟି ସହରରେ ଡ୍ରୋନ ଆକ୍ରମଣ ହୋଇଛି। ପାକିସ୍ତାନ କହିଛି ଯେ ସେ 25ଟି ଡ୍ରୋନକୁ ଖସାଇ ଦେଇଛି। ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏକ ଜରୁରୀକାଳୀନ ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ସମୟରେ, ଖବର ଆସୁଛି ଯେ ପାକିସ୍ତାନୀ ସେନାର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଛି ଭାରତ। ଭାରତର ଆକ୍ରମଣରେ ସିଆଲକୋଟ, ଲାହୋର ଏବଂ ପାକିସ୍ତାନର ଅନ୍ୟ ଏକ ସହରରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ପ୍ରବଳ କ୍ଷତି ସହିଛି। ଡ୍ରୋନ ଆକ୍ରମଣରେ ପାକିସ୍ତାନୀ ସେନାର ଏଚକ୍ୟୁ-୯ ମିସାଇଲ୍‌ ଡିଫେନ୍ସ ସିଷ୍ଟମ ୟୁନିଟଗୁଡ଼ିକୁ ପ୍ରବଳ କ୍ଷତି ସହିବାକୁ ପଡିଛି।ଲାହୋର ବ୍ୟତୀତ ଗୁଜରାନୱାଲା, ରାୱଲପିଣ୍ଡି, ଚକୱାଲ, ବାବାହାୱଲପୁର, ମିଆଁୱାଲି, କରାଚୀ, ଚୋର, ମିଆଁନୋ ଏବଂ ଆଟକରେ ମଧ୍ୟ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି।

କୁହାଯାଇଛି ଯେ, ବୁଧବାର ମଧ୍ୟରାତ୍ରରେ ପାକିସ୍ତାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଉତ୍ତର ଏବଂ ପଶ୍ଚିମ ଭାରତରେ ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନଲ୍, ଫଲୋଦି, ଉତ୍ତରଲାଇ ଏବଂ ଭୁଜ ସମେତ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତ ଏହାକୁ ଅସଫଳ କରିଥିଲା। ଭାରତ ସରକାର ଏକ ସରକାରୀ ବିବୃତି ଜାରି କରି କହିଛନ୍ତି, “ଆଜି ସକାଳେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଅନେକ ସ୍ଥାନରେ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲେ। ଭାରତ ମଧ୍ୟ ସମାନ ଭାବରେ ପାକିସ୍ତାନକୁ ଜବାବ ଦେଇଛି। ଲାହୋରରେ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଦିଆଯାଇଛି।”

Previous Post

ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ କଲା ଭାରତ

Next Post

ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ; ମଣିଷ ତିଆରି ମନ୍ଦିର ହେଉ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ; ମଣିଷ ତିଆରି ମନ୍ଦିର ହେଉ: ମୁଖ୍ୟମନ୍ତ୍ରୀ

ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ; ମଣିଷ ତିଆରି ମନ୍ଦିର ହେଉ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

January 22, 2025
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ; ମଣିଷ ତିଆରି ମନ୍ଦିର ହେଉ: ମୁଖ୍ୟମନ୍ତ୍ରୀ

ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ; ମଣିଷ ତିଆରି ମନ୍ଦିର ହେଉ: ମୁଖ୍ୟମନ୍ତ୍ରୀ

May 8, 2025
ଛାନିଆ ପାକିସ୍ତାନ: ଭାରତର ଡ୍ରୋନ୍ ଆଟାକ୍

ଛାନିଆ ପାକିସ୍ତାନ: ଭାରତର ଡ୍ରୋନ୍ ଆଟାକ୍

May 8, 2025
ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ କଲା ଭାରତ

ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ କଲା ଭାରତ

May 8, 2025
‘ଭାରତ ଉପରେ ଯେ କୌଣସି ଆକ୍ରମଣର ଜବାବ ଦିଆଯିବ’

‘ଭାରତ ଉପରେ ଯେ କୌଣସି ଆକ୍ରମଣର ଜବାବ ଦିଆଯିବ’

May 8, 2025

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ; ମଣିଷ ତିଆରି ମନ୍ଦିର ହେଉ: ମୁଖ୍ୟମନ୍ତ୍ରୀ

ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ; ମଣିଷ ତିଆରି ମନ୍ଦିର ହେଉ: ମୁଖ୍ୟମନ୍ତ୍ରୀ

May 8, 2025
ଛାନିଆ ପାକିସ୍ତାନ: ଭାରତର ଡ୍ରୋନ୍ ଆଟାକ୍

ଛାନିଆ ପାକିସ୍ତାନ: ଭାରତର ଡ୍ରୋନ୍ ଆଟାକ୍

May 8, 2025
  • About
  • Advertise
  • Privacy & Policy
  • Contact

© 2024 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2024 fast news network.