• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

FNN WEB by FNN WEB
May 10, 2025
in ଓଡ଼ିଶା, ଜାତୀୟ, ମୁଖ୍ୟ ଖବର
0
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି
0
SHARES
2
VIEWS

ଭାରତ-ପାକିସ୍ତାନ ମଧ୍ୟରେ ୧୨ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି

ନୂଆଦିଲ୍ଲୀ: ଭାରତର ଭୟଙ୍କର ଆକ୍ରମଣ ଆଗରେ ଭୟଭୀତ ପାକିସ୍ତାନ । ଭାରତୀୟ ସେନାର ରୌଦ୍ରରୂପ ଦେଖି ଡରିଗଲା ପାକିସ୍ତାନ । ଭୟ ଆତଙ୍କରେ ଥରହର ହେଉଥିବା ପାକିସ୍ତାନ ଶେଷରେ କିଛି ବାଟ ନପାଇ ଭାରତ ଆଗରେ ମୁଣ୍ଡ ନୁଆଁଇ ଦେଇଛି ଆଉ ଯୁଦ୍ଧବିରତି ପାଇଁ ଗୁହାରୀ କରିଛି । ଥମିଲା ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି । ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି ଭାରତ-ପାକିସ୍ତାନ। ଲଗାତାର ଦୁଇ ଦେଶ ଭିତରେ ଉତ୍ତେଜନା ସ୍ଥିତିରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି ଆଉ ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପରେ ଶେଷରେ ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ । ୧୨ ତାରିଖରେ ପରବର୍ତ୍ତୀ ଆଲୋଚନା ଥିବା ବେଳେ ୧୨ ତାରିଖ ଯାଏଁ ଏକ ପ୍ରକାର ଅସ୍ତ୍ରବିରତି ରହିଛି ।

ବୈଦେଶିକ ସଚିବଙ୍କ ସୂଚନା ମୁତାବକ, ଆଜି ଅପରାହ୍ନ ୩ଟା ୩୫ରେ ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ହୋଇଥିଲା । ପାକିସ୍ତାନର ଡିଜିଏମଓ ଆଜି ଅପରାହ୍ନ ୩ଟା ୩୫ରେ ଭାରତର ଡିଜିଏମଓଙ୍କୁ ଫୋନ କରି କଥା ହୋଇଥିଲେ । ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ କରିଥିଲେ । ଜଳ, ସ୍ଥଳ, ଆକାଶରେ କୌଣସି ସୈନ୍ୟ ଆକ୍ସନ ନହେବାକୁ ସହମତି ଦେଇଥିଲେ । ଆଉ ଭାରତ-ପାକ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ତିନି ସେନାକୁ ଉଭୟ ଦେଶ ପକ୍ଷରୁ ଅସ୍ତ୍ରବିରତି ସହମତି କଥା ଜଣାଇ ଦିଆଯାଇଛି । ଏହି ପ୍ରସଙ୍ଗରେ ଆସନ୍ତା ୧୨ ତାରିଖ ୧୨ଟାରେ ପୁଣିଥରେ ଡିଜିଏମଓ ସ୍ତରୀୟ ଆଲୋଚନା ହେବ । ଅନ୍ୟପଟେ ଅସ୍ତ୍ରବିରତି ସହମତି ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ”ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି । କିନ୍ତୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ସାଲିସ୍ କରିବୁନି । ପୂର୍ବ ଭଳି ଆତଙ୍କବାଦୀ ବିରୋଧୀ ଲଢ଼େଇ ଜାରି ରହିବ ।”

ଭାରତ ପକ୍ଷରୁ ସର୍ତ୍ତରେ କୁହାଯାଇଛି, ଭାରତ ଉପରେ ଯେ କୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ଧରାଯିବ । ସେହି ଅନୁସାରେ ଭାରତ କଡ଼ା ଜବାବ ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଗୁରୁତ୍ବ ଦିଆଯାଇଛି । ବୈଠକରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବାତିଲ ନେଇ ନିଷ୍ପତ୍ତି ହୋଇଛି । ଟ୍ରେନ ଚଳାଚଳ ସମ୍ପର୍କରେ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ । ପାକିସ୍ତାନ ଆକ୍ରମଣରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପ୍ପା ନିହତ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ସମୟ ପୂର୍ବରୁ ଟ୍ବିଟ୍ ଆସିଥିଲା । ଏଥିରେ ସେ ଉଲ୍ଲେଖ କରିଥିଲେ, ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଆମେରିକା ପକ୍ଷରୁ ଏହାକୁ ଦୁଇ ଦେଶଙ୍କ ବୁଝାମଣା ଓ ମହାନ ବୁଦ୍ଧିମତାର ପରିଣାମ ବୋଲି କୁହାଯାଇଛି । ଦୁଇ ଦେଶର ଏପରି ନିଷ୍ପତ୍ତି ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏବେ ସୀମାରେ ଶାନ୍ତି ଫେରିବ ଓ ଦୁଇ ଦେଶ ମଧ୍ୟରେ ବିବାଦ କମ କରିବାକୁ ଉଚିତ ପଦକ୍ଷେପ ନିଆଯିବ । ଏହାପରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି କଥା ଜଣାଇଛନ୍ତି ।

Previous Post

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

Next Post

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

FNN WEB

FNN WEB

Next Post
ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

January 22, 2025
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

May 10, 2025
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

May 10, 2025
ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

May 10, 2025
ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

May 9, 2025

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

May 10, 2025
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

May 10, 2025
  • About
  • Advertise
  • Privacy & Policy
  • Contact

© 2024 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2024 fast news network.