କଟକ : ରୋଟାରୀ କ୍ଲବ୍ ଅଫ୍ କଟକ କ୍ୟାଣ୍ଟନ୍ମେଣ୍ଟ ତାଙ୍କ ସେବା ଓ ନେତୃତ୍ଵ ଯାତ୍ରାରେ ଏକ ଐତିହାସିକ ଦିନ ଅନୁଷ୍ଠିତ କରି ଗୋଟିଏ ଦିନରେ 50ରୁ ଉର୍ଦ୍ଧ୍ଵ ନୂଆ ସଦସ୍ୟଙ୍କୁ ସାମିଲ କରି ନୂଆ ମାନଦଣ୍ଡ ସ୍ଥାପନ କରିଛନ୍ତି। ଏହି ଅବସରରେ କଟକ କମିସନରେଟ୍ ପୋଲିସ ସହ ଏକ ବଡ ନାଗରିକ ପ୍ରୟାସ ଆଇସ୍ ଅଫ୍ ଦ ସିଟି ଶୀର୍ଷକ ଏକ ଉଦ୍ୟମରେ ଏକ ଅଟୋମେଟିକ୍ ନମ୍ୱର ପ୍ଲେଟ୍ ଚିହ୍ନଟ ସିସିଟିଭି କ୍ୟାମେରା ଦାନ କରାଯାଇଥିଲା। ଅପରାଧ ରୋକଥାମ ଓ କଟକ ନାଗରିକଙ୍କ ସୁରକ୍ଷା ବୃଦ୍ଧି କରିବା ଲକ୍ଷ୍ୟରେ ଏହା ଦାନ କରାଯାଇଛି। ମୁଖ୍ୟ ଅତିଥି ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଯାଜ୍ଞସିସ୍ ମହାପାତ୍ର ଓ ସମ୍ମାନିତ ଅତିଥି କଟକ ଡିସିପି ଖିଲାରୀ ଋଷିକେଷ ଦ୍ୟାନଦେଓ ମଞ୍ଚାସୀନ ରହିବା ସହ ସମ୍ମାନୀତ ସଦସ୍ୟ ଭାବେ ଯୋଗଦେଲେ। ସାମୁଦାୟିକ ସହଯୋଗ ଏକ ସୁରକ୍ଷିତ ସହର ତିଆରି କରିବାରେ ଗୁରୁତ୍ଵପୂର୍ଣ୍ଣ ବୋଲି ଡିସିପି କହିଥିଲେ। କ୍ଲବ ତାଙ୍କ ଭବିଷ୍ୟତ ଯାତ୍ରାରେ ଅନେକ ସେବା ପ୍ରକଳ୍ପ ଆରମ୍ଭ କରିବାକୁ ଘୋଷଣା କଲେ। ଆସିଷ୍ଟାଣ୍ଟ ଗଭର୍ଣ୍ଣର ଦେବାଶିଷ ଆଚାର୍ଯ୍ୟ, ପୂର୍ବତନ ଅଧ୍ୟକ୍ଷ ବିଶ୍ଵଜିତ ସେନାପତି, ଚାର୍ଟର ଅଧ୍ୟକ୍ଷ
ତାପସ ଦାଶ, ଅଧ୍ୟକ୍ଷ ଶୁଭ୍ର ମହାନ୍ତି, ସଚିବ ପ୍ରଭାତ ମିଶ୍ର, ପ୍ରକଳ୍ପ ଅଧ୍ୟକ୍ଷ ସାଦ ହାସମି ପ୍ରମୁଖ ଊପସ୍ଥିତ ଥିଲେ।














