• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭାରତର ଲଢେଇ କେବଳ ଆତଙ୍କବାଦୀଙ୍କ ବିରୋଧରେ

FNN WEB by FNN WEB
May 12, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭାରତର ଲଢେଇ କେବଳ ଆତଙ୍କବାଦୀଙ୍କ ବିରୋଧରେ
0
SHARES
10
VIEWS

ଫେଲ୍ ମାରିଲା ପାକିସ୍ତାନର ସବୁ ଅସ୍ତ୍ର
ପାଉଁଶ ହୋଇଗଲା ଚାଇନା ମିସାଇଲ୍ ଓ ତୁର୍କୀ ଡ୍ରୋନ୍

ନୂଆଦିଲ୍ଲୀ: ଆମର ଟାର୍ଗେଟ୍ ଆତଙ୍କବାଦ ଏବଂ ଆତଙ୍କବାଦୀ… ଆମର ଟାର୍ଗେଟ୍ ନା ପାକିସ୍ତାନ ସେନା ନା ପାକିସ୍ତାନ ନାଗରିକ… ଆମର ଲଢେଇ କେବଳ ଆଉ କେବଳ ଆତଙ୍କବାଦ ବିରୋଧରେ… ଆମର ମିଶନ ସ୍ପଷ୍ଟ ଏବଂ ଆମର ଟାର୍ଗେଟ୍ ସ୍ପଷ୍ଟ ବୋଲି କହିଛନ୍ତି ଏୟାର ମର୍ଶାଲ ଏ.କେ ଭାରତୀ । ଅପରେସନ ସିନ୍ଦୂରକୁ ନେଇ ସେନାର ସାମ୍ୱାଦିକ ସମ୍ମିଳନୀ ବେଳେ ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ଆମ ଲଢେଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ । କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ପାକ୍ ପ୍ରତିବାଦ କରିବାରୁ ତାକୁ ଜବାବ ଦେବା ଜରୁରୀ ଥିଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ୍ ନିଜ ଉପରକୁ ନେଇଗଲା । ପାକିସ୍ତାନର ଡ୍ରୋନ ଆକ୍ରମଣକୁ ପଣ୍ଡ କରିଛି ଆମ ସେନା । ପାକକୁ ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ଚୀନର ମିସାଇଲକୁ ଆମେ ଆକାଶରେ ନଷ୍ଟ କରିଛୁ । ପାକିସ୍ତାନର ପିଏଲ-୧୫କୁ ମାରି ଖସାଇଦେଲୁ । ଚୀନ କ୍ଷେପଣାସ୍ତ୍ର ଓ ଡ୍ରୋନକୁ ନଷ୍ଟ କରାଗଲା । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଅଛନ୍ତି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିଥିଲା ମାତ୍ର ଭାରତର ଏୟାର ଡିଫେନ୍ସ ପ୍ରାଚୀର ଭଳି ଛିଡ଼ା ହୋଇଥିଲା । ମେ ୯ ଓ ୧୦ରେ ହୋଇଥିବା ଆକ୍ରମଣକୁ ପଣ୍ଡ କରିଥିଲା ସେନା । ଆତଙ୍କବାଦୀଙ୍କ ଉପରେ ଆମେ ସଠିକ ଆକ୍ରମଣ କରିଛୁ । ଆମେ ସୀମା ନଡେଇଁ ସାମରିକ ଆକ୍ସନ ନେଲୁ । ପାକ୍ ଏୟାରବେସ ଉପରେ ଆକ୍ରମଣ ଭିଡିଓ ଜାରି କଲୁ । ଭାରତର ସମସ୍ତ ଏୟାରବେସ ସୁରକ୍ଷିତ ଅଛି ବୋଲି କହିଛନ୍ତି ଏୟାର ମର୍ଶାଲ ।

ତେବେ ଭାରତର ସୀମା ଟପି ପାରିଲେନି କୌଣସି ବି ପାକ ବିମାନ । ଭାରତର ସୀମାରେ ରହି ଆମେ ମୁହଁତୋଡ଼ ଜବାବ ଦେଲୁ । ଆମେ ଆମର ମିଶନ ପୂରା କରିଛୁ । ଭବିଷ୍ୟତର ମିଶନ ପାଇଁ ଆମେ ପ୍ରସ୍ତୁତ । ଆମେ ଯେତେବେଳେ ଚାହିଁଲେ ଆକ୍ରମଣ କରିପାରିବୁ । ଭବିଷ୍ୟତରେ ଭାରତର ଆକ୍ରମଣ ଭିନ୍ନ ଧରଣର ହେବ । ଭାରତର ସୈନ୍ୟ ଶିବିର ଉପରେ ଆକ୍ରମଣ ଅସମ୍ଭବ । ଭାରତୀୟ ନୌସେନା ପାକିସ୍ତାନକୁ ଡରାଇ ରଖିଥିଲେ । ଶତ୍ରୁ ଜାହାଜକୁ ପାଖକୁ ଆସିବାକୁ ଦିଆଗଲାନି । ଆରବ ସାଗରରେ ତୀକ୍ଷଣ ନଜର ରଖିଥିଲା ନୌସେନା ବୋଲି ସେନା ପ୍ରେସମିଟରେ କୁହାଯାଇଛି ।

ସେ ମିସାଇଲ୍ କୁହନ୍ତୁ କି ଗୁଳିମାଡ ଅବା ଡ୍ରୋନ ଆକ୍ରମଣ… ପାକିସ୍ତାନ ଲଗାତାର ୩ ଦିନ ହେବ ଭାରତକୁ ଘାଇଲା କରିବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ ବି ତାହା ସଫଳ ହୋଇନଥିଲା । ପର ପାଖରୁ ମାଗି ଆଣିଥିବା ଅସ୍ତ୍ରକୁ ବି ଭାରତୀୟ ସେନା ଆକାଶରେ ସ୍ବାହା କରିଥିଲେ । ଦୁଇ ତିନି ତଳେ ଏ ଦୃଶ୍ୟ ସାରା ଦୁନିଆ ଦେଖିଥିବା ବେଳେ ଆଜି ପ୍ରେସମିଟ୍ କରି ଏ ବାବଦରେ ବଖାଣିଛନ୍ତି ୩ ସେନା ।
ପାକିସ୍ତାନ ପ୍ରୟୋଗ କରିଥିବା ଚାଇନା ମିସାଇଲ ଏବଂ ତୁର୍କୀ ଡ୍ରୋନକୁ ସୀମାରେ ଖସାଇଥିଲେ ଭାରତୀୟ ଯବାନ । ପାକିସ୍ତାନ ଚୀନ ଠାରୁ ଆଣିଥିବା ପିଏଲ-୧୫ ଏୟାର ଟୁ ଏୟାର ମିସାଇଲକୁ ବି ଭାରତ ଧ୍ବଂସ କରିଛି । ସେହିପରି ତୁର୍କୀ ନିର୍ମିତ ଡ୍ରୋନକୁ ବି ନଷ୍ଟ କରାଯାଇଥିବା ପ୍ରେସମିଟରେ କୁହାଯାଇଛି ।

ସେହିପରି ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦିବା କଷ୍ଟକର ବ୍ୟାପାର । ଆମର ୪ ଥାକିଆ ସୁରକ୍ଷା କବଚ ଥିବାରୁ ଏହାକୁ ଭେଦିବା କଷ୍ଟ , ଯାହା ପାକିସ୍ତାନ ପାଖେ ନାହିଁ । ତେଣୁ ଆମର କ୍ଷୟକ୍ଷତି କମ୍, ପାକିସ୍ତାନର ଅଧିକ । ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛନ୍ତି ଭାରତୀୟ ସେନା । ପ୍ରେସମିଟରେ ଭଗ୍ନାବଶେଷର ଚିତ୍ର ଦେଖାଇଛନ୍ତି ଡିଜିଏମ୍‌ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ପାକିସ୍ତାନର ଚୀନ କ୍ଷେପଣାସ୍ତ୍ର ବି ଫେଲ୍ ମାରିଥିବା କହିଛନ୍ତି ଭାରତର ଡିଜିଏମଓ । ଅପରେସନ୍ ସିନ୍ଦୂରରେ ବିଏସଫର ଯୋଗଦାନ ରହିଛି । ପହଲଗାମରେ ନିରୀହଙ୍କ ଉପରେ ଆକ୍ରମଣ କରାଯାଇଛି । ଏହାପରେ ଭାରତୀୟ ଯବାନ ଆତଙ୍କୀଙ୍କ ଉପରେ ସଠିକ୍ ଭାବେ ଆକ୍ରମଣ କରିଛନ୍ତି । ସୀମା ଅତିକ୍ରମ ନକରି ଆକ୍ରମଣ କରିଛୁ ବୋଲି ଡିଜିଏମଓ ସ୍ପଷ୍ଟ କରିଛନ୍ତି ।

Previous Post

ବିଧାନସଭାଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

Next Post

ପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ: ମୁଖ୍ୟମନ୍ତ୍ରୀ

ପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.