କେନ୍ଦ୍ରାପଡ଼ା: ଏପ୍ରିଲ ୨୬ ତାରିଖ ତାଳଚେରରେ ୨୩ ବର୍ଷୀୟ ଦଳିତ ଯୁବତୀଙ୍କୁ ତାଳଚେର ରେଳ ଷ୍ଟେସନ ପାଖରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିବା ପରେ ଏସିଡ୍ ପକାଇ ଶବକୁ ଜଳାଇ ଦେବାର ଜଘନ୍ୟ ନାରକୀୟ କାଣ୍ଡ ଘଟିଥିଲା। ଏହି ପରିପେକ୍ଷୀରେ ଅଖିଳ ଭାରତୀୟ ଏସସି, ଏସଟି, ଓବିସି ଓ ସଂଖ୍ୟାଲଘୁ ବିକାଶ ପରିଷଦ (ଓଡିଶା ପ୍ରଦେଶ )ଉକ୍ତ ଘଟଣାକୁ ନିନ୍ଦା କରିବା ସହିତ ମାନବବିରୋଧୀ ଓ ଜଘନ୍ୟ ନାରକୀୟ କାଣ୍ଡ ଘଟଇଥିବା ଘଟଣାଙ୍କୁ ସାରାଓଡିଶାବାସୀ ନିନ୍ଦା କରୁଛନ୍ତି l ଏହି ଘଟଣାକୁ ପୋଲିସ୍ ମହାନିର୍ଦେଶକ ୱାଇ.ବି ଖୁରାନିଆଙ୍କ ଉଦେଶ୍ୟରେ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ ଙ୍କ ମାଧ୍ୟମରେ ଏକ ସ୍ମାରକପାତ୍ର ଅନୁଷ୍ଠାନର ମହାସଚିବ ମହମ୍ମଦ ଅମୀର ପ୍ରଦାନ କରିବା ସହିତ ଉକ୍ତ ଘଟଣାକୁ ତଦନ୍ତ କରିବାସହ ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବା ପାଇଁ ଦାବିକରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, କୃଷ୍ଣ ଚନ୍ଦ୍ର ବେହେରା, ସେକ ଅତିକୁର ରହମାନ, ରଶ୍ମିରଂଜନ ମହାପାତ୍ର ଆଦି ଉପସ୍ଥିତ ଥିଲେ l














