• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୧୭ତମ ପୋଲିସ କମିଶନରେଟ ସ୍ଥାପନା ଦିବସ – ୨୦୨୫

FNN WEB by FNN WEB
May 21, 2025
in ଓଡ଼ିଶା, ମୁଖ୍ୟ ଖବର
0
୧୭ତମ ପୋଲିସ କମିଶନରେଟ ସ୍ଥାପନା ଦିବସ – ୨୦୨୫
0
SHARES
3
VIEWS


ସ୍ମାର୍ଟ ପୋଲିସିଂ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : କଟକ-ଭୁବନେଶ୍ୱରର ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ନିମନ୍ତେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ସମସ୍ୟା ଦୂର କରିବା ଇତ୍ୟାଦିରେ ଆମ କମିଶନରେଟ ପୋଲିସ ଦକ୍ଷତାର ସହ କାର୍ଯ୍ୟ କରୁଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଟକ କମିଶନରେଟ ପୋଲିସର ୧୭ତମ ସ୍ଥାପନା ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ।

ଏହି ଉପଲକ୍ଷେ ଭୁବନେଶ୍ୱର 7th ବାଟାଲିଅନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶରେ ଥିବା ସମସ୍ତ କମିଶନରେଟ ପୋଲିସ ମଧ୍ୟରେ ଭୁବନେଶ୍ୱର-କଟକ କମିଶନରେଟ ଏକ ଦକ୍ଷ, ଉନ୍ନତ, ଦାୟିତ୍ୱବାନ୍‍ ଓ ସମ୍ବେଦନଶୀଳ ପୋଲିସ ଭାବରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଗତ ୧୧ ମାସ କମିଶନରେଟ ପୋଲିସ ପାଇଁ ଘଟଣା ବହୁଳ ଥିଲା । ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ଅନେକ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ତୃଟିଶୂନ୍ୟ ଭାବେ ଏସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ଏବଂ ଶୃଙ୍ଖଳାର ସହିତ ପାଳନ କରିବା ନିମନ୍ତେ ପୋଲିସବାହିନୀ ଅକ୍ଲାନ୍ତ ପରିଶ୍ରମ କରି ଓଡ଼ିଶାକୁ ଏକ ସୁଦକ୍ଷ ଓ ଆଦର୍ଶ ଆୟୋଜକର ମାନ୍ୟତା ଦେଇଛନ୍ତି ।

ସେ ପୁଣି କହିଥିଲେ ଯେ, ଆଜି ଭାରତ ମାନଚିତ୍ରରେ ଆମ ରାଜ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବିକଶିତ ଭାରତ ଗଠନରେ ଓଡ଼ିଶାର ଅଗ୍ରଣୀ ଭୂମିକା ରହିବ ଏବଂ ଏଥିପାଇଁ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିବ । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା DGP-IGP ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ Counter Terrorism, Costal Security, Cyber Crime ଓ Urban Policing ରେ ଉନ୍ନତି ଆଣିବା ନିମନ୍ତେ ଗୁରୁତ୍ୱ ଦେଇଛନ୍ତି । ଏହା ଆମ କମିଶନରେଟ ପୋଲିସ ପାଇଁ ଏକ ବଡ଼ ଆହ୍ୱାନ । ଆମ ସରକାରଙ୍କ ପୂର୍ଣ୍ଣ ସହଯୋଗରେ ଓଡ଼ିଶା ପୋଲିସ ସେ ଆହ୍ୱାନକୁ ସଫଳତାର ସହ ସମ୍ମୁଖୀନ ହେବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମ ସରକାର, ଲୋକଙ୍କ ସରକାର । ପୋଲିସ ନିଜକୁ ଲୋକମାନଙ୍କ ବନ୍ଧୁ ଭାବେ ଭାବିବା ଉଚିତ । ଲୋକଙ୍କ ସୁବିଧା ଅସୁବିଧାରେ ରହି ସେମାନଙ୍କ ପାଇଁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରି ଲୋକଙ୍କ ଧନ, ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ଦରକାର । ଆପଣମାନେ ଜନସାଧାରଣଙ୍କ ସମସ୍ତ ଅଭିଯୋଗ ଓ ଅସୁବିଧାକୁ ସମ୍ୱେଦନଶୀଳ ଭାବେ ବିବେଚନା କରି ନ୍ୟାୟ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମାଜର ସବୁ ସ୍ତରର, ସବୁ ବର୍ଗର ଲୋକଙ୍କୁ ଓ ସବୁ ଶ୍ରେଣୀର ଲୋକ ଯେପରି ପୋଲିସ ପାଖରୁ ଉପଯୁକ୍ତ ନ୍ୟାୟ ପାଇବେ ସେ ଦିଗରେ ପରାମର୍ଶ ଦେଇଥିଲେ । ସାଇବର ଅପରାଧକୁ ମୁକାବିଲା କରିବା ପାଇଁ Technical Gadgets, Equipment’s ଇତ୍ୟାଦି ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସବୁ ଜିଲ୍ଲାରେ ସାଇବର ପୋଲିସ ଷ୍ଟେସନ ସ୍ଥାପନା ହୋଇଛି । ଆଗାମୀ ଦିନରେ ଏ ଗୁଡ଼ିକୁ ଆହୁରି ସଶକ୍ତ ଓ ସୁଦକ୍ଷ କରାଯିବ । ବସ୍ତି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଉତ୍ତମ ପରିବେଶ ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ସେ ଆହୁରି କହିଥିଲେ ଆମ ସରକାର ପୋଲିସ ବାହିନୀର ମାନବ ସମ୍ୱଳ, ଭିତ୍ତିଭୂମି ଇତ୍ୟାଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି । ପୋଲିସ modernization ନିମନ୍ତେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଭିଜନ ‘Smart Policing’ ଉପରେ ଗୁରୁତ୍ୱ ଦେଇ Smart Police ଗଠନର ଉଦ୍ଦେଶ୍ୟକୁ ପୂରଣ କରିବା ନିମନ୍ତେ ଆମ ସରକାର ବଦ୍ଧପରିକର ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ରିଜର୍ଭ ପୋଲିସ ଲାଇନର ନବନିର୍ମିତ ୮୪ଟି ଏଫ୍‍ ଟାଇପ୍‍ କ୍ୱାଟର୍ସ, ବଡ଼ଗଡ଼ ଥାନା ଅଞ୍ଚଳରେ ୨୮ଟି ଡି ଟାଇପ୍‍ କ୍ୱାଟର୍ସ ଉଦ୍‍ଘାଟନ କରିବା ସହିତ କାର୍ଯ୍ୟକ୍ଷେତ୍ରରେ ନିଷ୍ଠା ଓ ଦକ୍ଷତା ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ କହିଥିଲେ ଯେ, କମିଶନରେଟ ପୋଲିସର ଏହି ୧୭ ବର୍ଷ ଯାତ୍ରା ଭିତରେ ଅନେକ ଆହ୍ୱାନର ସଫଳତାର ସହ ମୁକାବିଲା କରି ଆଜି ଦେଶର ଅନ୍ୟତମ ଶ୍ରେଷ୍ଠ କମିଶନରେଟ ଭାବେ ଏହା ପ୍ରତିଷ୍ଠିତ ହୋଇଛି । ଅପରାଧ ନିରାକରଣ, ଅପରାଧର ଅନୁସନ୍ଧାନ ଏବଂ ଦୋଷୀକୁ ନ୍ୟାୟିକ ଦଣ୍ଡ ଦେବା ବ୍ୟବସ୍ଥାରେ କମିଶନରେଟ ପୋଲିସ ପ୍ରଂଶସା ଯୋଗ୍ୟ ସଫଳତା ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତା ତଥା ଜନସାଧାରଣଙ୍କୁ ଉଚିତ ଏବଂ ଉନ୍ନତ ସେବା ଯୋଗାଇବାର ଆହ୍ୱାନକୁ ପାଳନ କରି ଆଜି ପୋଲିସ ନିଜର କାର୍ଯ୍ୟଦକ୍ଷତା ମାଧ୍ୟମରେ ଜନସାଧାରଣଙ୍କ ନିକଟତର ହୋଇଛି । ନିକଟରେ ଏକ ଅନ୍ଧୁଣୀ ମା’କୋଳକୁ ଅପହରଣ ହୋଇଥିବା ତା’ର ଶିଶୁକୁ ଉଦ୍ଧାର କରି ହସ୍ତାନ୍ତର କରାଯାଇଥିଲା । ଏହି ଘଟଣା ପରେ ଜନସାଧାରଣ ଆଗରେ ପୋଲିସର ଭାବମୂର୍ତ୍ତି ଆହୁରି ଉଜ୍ୱଳ ହୋଇପାରିଛି । ଏକ ସୁରକ୍ଷିତ ସମାଜ ଏବଂ ପ୍ରେରଣାଦାୟୀ ପୋଲିସ ବ୍ୟବସ୍ଥା ପାଇଁ କମିଶନରେଟ ପୋଲିସର ପ୍ରତ୍ୟେକ କର୍ମଚାରୀ ନିଃସ୍ୱାର୍ଥପର ଭାବେ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର-କଟକ ପୋଲିସ କମିଶନର ଡ. ଏସ୍‍. ଦେବଦତ୍ତ ସିଂ ସ୍ୱାଗତ ଭାଷଣ ଦେଇଥିଲେ । ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ, ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ବରିଷ୍ଠ ପୋଲିସ ଅଧିକାରୀଗଣ ଏବଂ ଅବସରପ୍ରାପ୍ତ ପୋଲିସ ଅଧିକାରୀଗଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Previous Post

ଶୀଘ୍ର ମୌସୁମୀ ପାଇଁ ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

Next Post

ସଂପ୍ରସାରଣ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମାପ୍ତି ଉପରେ ନାଲକୋ ସିଏମଡିଙ୍କ ଗୁରୁତ୍ତ୍ଵ

FNN WEB

FNN WEB

Next Post
ସଂପ୍ରସାରଣ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମାପ୍ତି ଉପରେ ନାଲକୋ ସିଏମଡିଙ୍କ ଗୁରୁତ୍ତ୍ଵ

ସଂପ୍ରସାରଣ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମାପ୍ତି ଉପରେ ନାଲକୋ ସିଏମଡିଙ୍କ ଗୁରୁତ୍ତ୍ଵ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.