ଭୁବନେଶ୍ୱର: ଜେଇଇ ଆଡଭାନ୍ସଡ ୨୦୨୫ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ପୁଣି ଥରେ ଏହାର ଶୈକ୍ଷିକ ଉତ୍କର୍ଷତା ପ୍ରମାଣିତ କରିଛି। କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ହଂସ ଦାରୁକ ସର୍ବଭାରତୀୟ ରାଙ୍କ ୩୯ରେ ରହି ରାଜ୍ୟ ଟପ୍ପର ହେବାର ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ମୋଟ ୧୩ ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ୨୦୨୫ରେ କୃତୀତ୍ୱ ହାସଲ୍ କରି ପ୍ରତିଷ୍ଠିତ ଭାରତର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟିରେ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସ୍କୁଲର ଅନ୍ୟ ୧୨ ଜଣ ସଫଳ ଛାତ୍ରଛାତ୍ରୀ ସମ୍ମାନ ପୋଦ୍ଦାର, ଶ୍ରେୟସ ସାମନ୍ତରାୟ, ସ୍ୱୟମ କୃଷ୍ଣ ମନୋହରୀ, ଆଦିତ୍ୟ ନାୟକ, କୃଷ୍ଣାଂସୁ ମହାନ୍ତି, ରଶ୍ମୀ ରଂଜନ ବସ୍ତିଆ, ଅମୃତାଂଶୁ ଦାଶ, ପ୍ରଭୁଦତ୍ତ ପୃଷ୍ଟି, ସାଇ ସର୍ବେଶ ଥାଟୋଇ, ଋଗବେଦ ସାଇ ମହାରଥୀ, ସାତ୍ୱିକ ମିଶ୍ର, ଏବଂ ହର୍ଷବର୍ଦ୍ଧନ ସିଂହ ସିଦାର ସର୍ବଭାରତୀୟ ରାଙ୍କ ହାସଲ କରି ଆଇଆଇଟିରେ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏହି ସଫଳତା କିଟ ଇଂଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସର୍ଗ, କଠିନ ପରିଶ୍ରମର ପ୍ରମାଣ ଓ କିଟ ଇଣ୍ଟରନ୍ୟାସନାଲ ସ୍କୁଲରେ ଉଚ୍ଚମାନର ଶୈକ୍ଷିକ ବ୍ୟବସ୍ଥା ପ୍ରତିପାଦିତ କରୁଛି। ଏହି ଖବରରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସ୍କୁଲର ଚେୟାରପର୍ସନ ଡ ମୋନାଲିସା ବଳ ଓ ଅଧ୍ୟକ୍ଷ ଡ ସଞ୍ଜୟ ସୁଆରଙ୍କୁ ମଧ୍ୟ ଶ୍ରୀ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।














