• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବର୍ଷକ ଭିତରେ ବିଜେପି ପାଳନ କରିଛି ପ୍ରମୁଖ ପ୍ରତିଶ୍ରୁତି: ମୁଖ୍ୟମନ୍ତ୍ରୀ

FNN WEB by FNN WEB
June 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ବର୍ଷକ ଭିତରେ ବିଜେପି ପାଳନ କରିଛି ପ୍ରମୁଖ ପ୍ରତିଶ୍ରୁତି: ମୁଖ୍ୟମନ୍ତ୍ରୀ
0
SHARES
0
VIEWS

ଭୁବନେଶ୍ବର: କାମ ପାଇଁ ୨୪ ବର୍ଷ ନୁହେଁ,୨୪ ମିନିଟ୍ ଟଥେଷ୍ଟ । ଆଉ ଏଥିଲାଗି ଇଚ୍ଛା ଶକ୍ତି ଜରୁରୀ। ଆଜି ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି, ନିଯୁକ୍ତ ଦେବା ସରକାରଙ୍କ ଲକ୍ଷ୍ୟ। ଗତ ବର୍ଷକ ଭିତରେ ୯ଟି ନିଯୁକ୍ତି ମେଳା କରାଯାଇଛି। ବର୍ଷକ ଭିତରେ ରାଜ୍ୟରେ ବିଜେପି ସରକାର ୨୮ ହଜାର ନିଯୁକ୍ତି ଦେଇଛନ୍ତି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ୧ ଲକ୍ଷ ୩୮ ହଜାର କୋଟି ଟଙ୍କାର ନିବେଶ ହେବ। ଦେଢ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଓଡ଼ିଶା ହେବ ଶିଳ୍ପର ହବ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ସରକାର ୧ ବର୍ଷ ପୂରଣ କରିବାକୁ ଯାଉଛି । ଆଉ ଏହି ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି। ସରକାର ଆସିବାର ପ୍ରଥମ ଦିନରେ ୪ଟି ପ୍ରମୁଖ ନିଷ୍ପତ୍ତି ନେବା ସହିତ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଥିଲା ବୋଲି କହିବା ସହିତ ନିଜ ସରକାର ଗୋଟି ଗୋଟି କରି ଉପଲବ୍ଧି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

ଏଣେ କେନ୍ଦ୍ରରେ ମୋଦୀ ସରକାରର ତୃତୀୟ ପାଳିର ପ୍ରଥମ ବର୍ଷ ଏବଂ ନିଜ ସରକାରର ପ୍ରଥମ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୧ ବର୍ଷ ଭିତରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ କ’ଣ କରିଛନ୍ତି ସେନେଇ ଗୋଟି ଗୋଟି କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁଠି ସେ ନିଜ ସରକାର ସହିତ କେନ୍ଦ୍ରର ମୋଦୀ ସରକାରର ଉପଲବ୍ଧି ବର୍ଣ୍ଣନା କରିଛନ୍ତି ।

୨୦୨୪ ଜୁନ୍ ୯ ତାରିଖ ହେଉଛି ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହିଦିନ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଭାବେ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଗତକାଲି ମୋଦୀଙ୍କ ନେତୃତ୍ୱାଧୀନ ସରକାର ସଫଳତାର ସହ ୧୧ ବର୍ଷ ପୂରା କରିଛି । ଆଉ ତା ସହିତ ୩ୟ ପାଳିର ପ୍ରଥମ ବର୍ଷ ମଧ୍ୟ ପୂରଣ ହୋଇଛି । ମେ ୨୬ ତାରିଖ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ଏବେ ଏହାକୁ ୧୧ ବର୍ଷ ପୂରଣ ହୋଇଛି ।

ତେବେ ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ମୋଦୀ ସରକାର ସମର୍ଥ ହୋଇଛି । ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ଏବଂ ଯୁଗାନ୍ତକାରୀ । ସଂକ୍ଷେପରେ କହିବାକୁ ଦେଶରେ ମୋଦୀ ସରକାର ଆସିବା ପରେ ଆମ ଦେଶର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଅବସ୍ଥାରେ ଅଦ୍ଭୁତ ପୂର୍ବ ଭାବେ ପରିବର୍ତ୍ତନ ଆସିଥିଲା । ଦେଶରେ ଏକ ସ୍ଥିର ଶାସନ ଆସିଥିଲା । ନିଜ ନେତୃତ୍ୱକାଳ ଭିତରେ ମୋଦୀ ସରକାର ଧାରା ୩୭୦ର ଉଚ୍ଛେଦ, ନାରୀଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକର ଉଚ୍ଛେଦ, ଏକକ ଜିଏସଟିର ପ୍ରଚଳନ କରିଥିଲେ । ଏହାସହିତ ମୋଦୀ ସରକାର କୋଭିଡ୍ କବଳରୁ ମଧ୍ୟ ଲୋକଙ୍କୁ ଉଚିତ ସୁରକ୍ଷା ଦେବାରେ ସଫଳ ହେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅନ୍ୟପଟେ ବିଶ୍ୱବ୍ୟାଙ୍କର ରିପୋର୍ଟ କଥା କହି ମୋହନ ମାଝୀ କହିଥିଲେ, ୧୩ ବର୍ଷ ମଧ୍ୟରେ ଦେଶରେ ଦାରିଦ୍ର୍ୟଙ୍କ ସଂଖ୍ୟା ୨୭.୧ ପ୍ରତିଶତରୁ ୫.୩ ପ୍ରତିଶତରୁ ହ୍ରାସ ପାଇଛି। ଅର୍ଥାତ ୨୭ କୋଟି ଲୋକ ଦାରିଦ୍ର୍ୟତାରୁ ମୁକ୍ତି ପାଇଛନ୍ତି । ଏହାସହ ଆତଙ୍କବାଦର କଡା ଜବାବ ଦେବାକୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Previous Post

ରାଜ୍ୟର ୧୨ ଜିଲ୍ଲାରେ କୋଭିଡ-୧୯; ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

Next Post

କାବ୍ୟାଞ୍ଜଳି କବିତା ସଂକଳନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉନ୍ମୋଚିତ

FNN WEB

FNN WEB

Next Post
କାବ୍ୟାଞ୍ଜଳି କବିତା ସଂକଳନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉନ୍ମୋଚିତ

କାବ୍ୟାଞ୍ଜଳି କବିତା ସଂକଳନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.