ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳିର କଷଟିଠାରେ ଗୋ ସେବକ ସନ୍ତୋଷ ପରିଡ଼ାକୁ ହତ୍ୟା ଘଟଣା ନେଇ ସମଗ୍ର ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତେବେ କିଛି ଉତେଜନା ପାଇଁ ଭଦ୍ରକ ଜିଲ୍ଲାକୁ ଗୁରୁବାର ସକାଳ ୬ରୁ ଶୁକ୍ରବାର ସକାଳ ୬ଯାଏ ଇଣ୍ଟରନେଟ ସେବାକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଛନ୍ତି ।ଏହି ସମୟରେ ସାମାଜିକ ଗଣ ମାଧ୍ୟମ ରେ ଯେମିତି କିଛି ଆପତ୍ତି ଜନକ ପୋଷ୍ଟ କରାନଯାଏ ସେ ପାଇଁ ପ୍ରଶାସନ ଏହି ନିଷ୍ପତି ନେଇଛନ୍ତି। ତେବେ କଷଟି ଘଟଣା କୁ ନେଇ ଯେମିତି ଧାମନଗର ରେ ଯେମିତି ଅପ୍ରିତି କର ପରିସ୍ଥିତି ସୃଷ୍ଟି ନ ହୁଏ ସେ ଦିଗରେ ଧାମନଗର ରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରା ଯାଇଛି। ବିଭିନ୍ନ ଛକ ବଜାର ରେ ପୋଲିସ ମୃତାୟନ କରାଯାଇଚି । ଆଇନି ଶୃଙ୍ଖଳା ପରିସ୍ଥିତି ପାଇଁ ଧାମନଗର ରେ ୧୬୧ ଧାରା ଜାରି କରାଯାଇଛି ଯାହାକି ଆୟତ୍ତଧିନ ରହିଛି ବୋଲି ଧାମନଗର ତହସିଲଦାର ସାଇ ଶ୍ରୀ ଲୋକନାଥ ସେଠୀ କହିଛନ୍ତି ।କୌଣସି ସେମିତି ଅଶାନ୍ତି ବାତାବରଣ ସୃଷ୍ଟି ନ ହୁଏ ସେ ଦିଗରେ ଧାମନଗର ଏସ ଡି ପି ଓ ତ୍ରିଲୋଚନ ସେଠୀ, ଧାମନଗର ଥାନା ଅଧିକାରି ଗୋପାଳ ଜେନା, ଧାମନଗର ବିଡ଼ିଓ ବନବିହାରୀ ଦିନ୍ଧା ଓ ଅନ୍ୟ ଅଧିକାରିମାନେ ଉପସ୍ଥିତି ରହିଛନ୍ତି । ଧାମନଗର ରେ ଉଭୟ ସମ୍ପ୍ରଦାୟ ମଧ୍ଯ ରେ ଭାଇଚାରା ରକ୍ଷା କରିବା ସହ ଯଦି କିଛି ପରିସ୍ଥିତି ସୃଷ୍ଟି ହୁଏ ସଙ୍ଗେ ସଙ୍ଗେ ପ୍ରଶାସନ କୁ ସୁଚନା ଦେବାକୁ ତହସିଲଦାର ଶ୍ରୀ ସେଠୀ ନିବେଦନ କରିଛନ୍ତି ।














