• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ଦିଗରେ ଭାରତ ଅଗ୍ରସର: ଧର୍ମେନ୍ଦ୍ର ପ୍ରଧାନ

FNN WEB by FNN WEB
July 9, 2025
in ଓଡ଼ିଶା, ମୁଖ୍ୟ ଖବର
0
ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ଦିଗରେ ଭାରତ ଅଗ୍ରସର: ଧର୍ମେନ୍ଦ୍ର ପ୍ରଧାନ
0
SHARES
2
VIEWS

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର । ଏହି ପରିପ୍ରେକ୍ଷୀରେ ଆମ ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ସହିତ ୨୦୭୦ ସୁଦ୍ଧା ଭାରତ ଶୂନ୍ୟ ଅଙ୍ଗାରକାମ୍ଳ ପ୍ରତିବଦ୍ଧତା ହାସଲ କରିବା ଦିଗରେ ଅଗ୍ରସର ବୋଲି ବୁଧବାର ଆଇଆଇଟି ଦିଲ୍ଲୀରେ ଆୟୋଜିତ “ଭବିଷ୍ୟତରେ ପ୍ରସ୍ତୁତ ଶକ୍ତି ଶିକ୍ଷା: ସୁଯୋଗ ଏବଂ ଚ୍ୟାଲେଞ୍ଜ” ଶୀର୍ଷକ ଜାତୀୟ କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମ୍ମିଳନୀରେ ସେ କହିଛନ୍ତି ଯେ ଆମକୁ ଏକ ସ୍ମାର୍ଟ ରଣନୀତି ପ୍ରସ୍ତୁତ କରିବାକୁ ପଡିବ, ଯାହା ଜ୍ଞାନର ସମନ୍ୱୟରେ ସାମାଜ ପାଇଁ ଲାଭଦାୟକ ହେବ । ଆଇଆଇଟି ଦିଲ୍ଲୀ ଉର୍ଜା ଶିକ୍ଷା ପାଇଁ ଭବିଷ୍ୟତର ପଥ ସୃଷ୍ଟି କରିବା ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି, ଯାହା ପ୍ରଶଂସନୀୟ । ଏହି ପଦକ୍ଷେପ ସାମଗ୍ରିକ ଶିକ୍ଷା ପାଠ୍ୟକ୍ରମ ସହିତ ଶକ୍ତି ଶିକ୍ଷାକୁ ସମନ୍ୱିତ କରିବା ପାଇଁ ଏକ ଦୀର୍ଘ ଯାତ୍ରାର ମୂଳଦୁଆ ଅଟେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏକ ଉତ୍ତମ ଉର୍ଜା ଶିକ୍ଷା ପାଠ୍ୟକ୍ରମ ସୃଷ୍ଟି କରିବାରେ ଯୋଗଦାନ ରଖିବାକୁ ଆଇଆଇଟି ଦିଲ୍ଲୀକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହାବ୍ୟତୀତ ଆଉ ଏକ ପୃଥକ କାର୍ଯ୍ୟକ୍ରମ ଅନୁଯାୟୀ, ଗୁଜରାଟର କେଭାଡିଆରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜୁଲାଇ ୧୦ ରୁ ୧୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁଇଦିନିଆ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ଏବଂ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୯ ଜୁଲାଇ ୨୦୨୫ରେ ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନର ପାଞ୍ଚ ବର୍ଷ ପୂର୍ତ୍ତି ହେବ । ଏହାର ଅଂଶବିଶେଷ ଭାବରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଶୀର୍ଷ ନେତୃତ୍ୱମାନଙ୍କୁ ନେଇ ସାଂଗଠନିକ ପ୍ରଗତି ସମୀକ୍ଷା କରିବା ସହ ସାମୂହିକ ଭାବରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ବିଚାରବମର୍ଶ ହେବ । ଦୁଇ ଦିନ ଧରି ତିନୋଟି ପ୍ରମୁଖ କ୍ଷେତ୍ର ଯଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ନୀତି ଅନୁସାରେ ଆଗାମୀ ଦିନର ଲକ୍ଷ୍ୟ, ତା’ ଉପରେ ରଣନୈତିକ ସହଯୋଗ ଉପରେ ଆଲୋଚନା ହେବ । ସାଂଗଠନିକ ନବସୃଜନ, ସକ୍ଷମ ପରିବେଶ ଏବଂ ମିଳିତ ଆହ୍ୱାନ ଉପରେ ସମକକ୍ଷ ଶିକ୍ଷା ଏବଂ ଜ୍ଞାନର ଆଦାନପ୍ରଦାନ ଉପରେ ଶିକ୍ଷାବିତଙ୍କ ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରାଯିବ । ସେହିପରି ୨୦୪୭ର ବିଶ୍ୱ ଶୈକ୍ଷିକ ଦୃଶ୍ୟପଟ୍ଟ ପାଇଁ ଆଗୁଆ ଯୋଜନା ଏବଂ ପ୍ରସ୍ତୁତି ଉପରେ ଚର୍ଚ୍ଚା ହେବ। ଏହି ସମ୍ମିଳନୀ ଉଚ୍ଚଶିକ୍ଷାର ପ୍ରମୁଖ ଦିଗ ଯଥା ଶିକ୍ଷାଦାନ, ଗବେଷଣା, ଜାତୀୟ ଶିକ୍ଷା ନୀତିର ପ୍ରମୁଖ ସ୍ତମ୍ଭ ସହିତ ଦୁଇ ଦିନ ଧରି ୧୦ଟି ବିଷୟବସ୍ତୁ ଅଧିବେଶନ ମାଧ୍ୟମରେ ବିଚାରବିମର୍ଶ ହେବ ।

ଚାରିବର୍ଷୀୟ ସ୍ନାତକୋତ୍ତର କାର୍ଯ୍ୟକ୍ରମ (ଏଫଓ୍ୱାଇୟୁପି) ଉପରେ ଧ୍ୟାନ ଦେଇ ଏନଏଚଇକ୍ୟୁଏଫ/ଏନସିଆରଏଫର ବୁଝାମଣା ଏବଂ କ୍ରିୟାନ୍ୱୟନ, କାର୍ଯ୍ୟର ଭବିଷ୍ୟତ – ଚାକିରି ଭୂମିକାର ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମଗୁଡ଼ିକର ସମନ୍ୱୟ, ଡିଜିଟାଲ ଶିକ୍ଷା – ସ୍ୱୟମ୍, ସ୍ୱୟମ୍ ପ୍ଲସ୍, କ୍ରେଡିଟ୍ ଟ୍ରାନ୍ସଫର ଉପରେ ଧ୍ୟାନ ଦେଇ ଅପାର, ବିଶ୍ୱବିଦ୍ୟାଳୟ ଶାସନ ବ୍ୟବସ୍ଥା – ସମର୍ଥ, ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ଉପରେ ଆଲୋଚନା ହେବ । ପିଏମ ବିଦ୍ୟା ଲକ୍ଷ୍ମୀ, ଓ୍ୱାନ୍ ନେସନ, ଓ୍ୱାନ ସବସ୍କ୍ରିପସନ, ଭାରତୀୟ ଭାଷା ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀରେ ଶିକ୍ଷା, ଭାରତୀୟ ଭାଷା ପୁସ୍ତକ ଯୋଜନା, ଏଏନଆରଏଫ, ସିଓଇ, ପିଏମଆରଏଫ୍ ସମେତ ଗବେଷଣା ଏବଂ ନବସୃଜନ, ରାଙ୍କିଂ ଏବଂ ମାନ୍ୟତା ପ୍ରଣାଳୀ, ଭାରତରେ ଅଧ୍ୟୟନ ସମେତ ଆନ୍ତର୍ଜାତୀୟକରଣ, ଅଧ୍ୟାପକଙ୍କ ବିକାଶ – ମାଲବ୍ୟ ମିଶନ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହେବ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆସାମ ବିଶ୍ୱବିଦ୍ୟାଳୟ, ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କାଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ, ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ଜାତୀୟ ଜନଜାତି ବିଶ୍ୱବିଦ୍ୟାଳୟ, ସିକିମ୍ ବିଶ୍ୱବିଦ୍ୟାଳୟ, ତ୍ରିପୁରା ବିଶ୍ୱବିଦ୍ୟାଳୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ସେମତ ଅନେକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Previous Post

୧୬ ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଓଡ଼ିଶା କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ

Next Post

ଓଏମସିର ପରିଚାଳନା କ୍ଷମତା ବୃଦ୍ଧି ପାଇଁ ଦକ୍ଷ ମାନବ ସମ୍ବଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

FNN WEB

FNN WEB

Next Post
ଓଏମସିର ପରିଚାଳନା କ୍ଷମତା ବୃଦ୍ଧି ପାଇଁ ଦକ୍ଷ ମାନବ ସମ୍ବଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଓଏମସିର ପରିଚାଳନା କ୍ଷମତା ବୃଦ୍ଧି ପାଇଁ ଦକ୍ଷ ମାନବ ସମ୍ବଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.