• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ପାଳିତ

FNN WEB by FNN WEB
July 12, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ପାଳିତ
0
SHARES
2
VIEWS

ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ଆଜି ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହର ଆୟୋଜନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବା ମୋର ସୌଭାଗ୍ୟ। ବାଲ୍ୟାବସ୍ଥାରୁ ବିଦ୍ୟୁତପ୍ରଭା ଦେବୀଙ୍କର ସାହିତ୍ୟ ପ୍ରତି ରହିଥିବା ସାଧନା ଓ ସମର୍ପଣ ଭାବ ଆମ ସମସ୍ତଙ୍କୁ ପ୍ରେରିତ କରିଛି। ଓଡ଼ିଆ ସାହିତ୍ୟରେ ନାରୀବାଦୀ କବିତାର କଥା ଉଠିଲେ ବିଦ୍ୟୁତପ୍ରଭା ଦେବୀଙ୍କ କଥା ମନେପଡେ। ଲବ୍ଧ ପ୍ରତିଷ୍ଠିତ କବି ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ।ବିଦ୍ୟୁତପ୍ରଭା ଦେବୀଙ୍କ ସାହିତ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଆଜିର କୃତ୍ରିମ ବୁଦ୍ଧିମତାର ଯୁଗରେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ସହ ଏହାକୁ ଆଗକୁ ନେବା ପାଇଁ ଟେକ୍ନୋଲୋଜିର ଯେପରି ବ୍ୟବହାର ହୋଇପାରିବ ସେ ଦିଗରେ ଆମେ କାର୍ଯ୍ୟ କରିବା ଉଚିତ। ଆମ ଓଡ଼ିଆ ସାହିତ୍ୟ ଯେପରି ବିଶ୍ୱବିଦିତ ଓ ସୁସମୃଦ୍ଧ ହୋଇପାରିବ ସେଥିପାଇଁ ଆମେ ନିଜର ନିରନ୍ତର ପ୍ରୟାସ ଜାରି ରଖିବା ଉଚିତ।”

ସମ୍ମାନିତ ଅତିଥିଭାବେ ଯୋଗଦେଇ ପଦ୍ମଭୂଷଣ ଡ଼. ପ୍ରତିଭା ରାୟ କହିଥିଲେ ଯେ, “କବି ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ଅନନ୍ୟା।ବିଦ୍ୟୁତପ୍ରଭାଙ୍କ ସାହିତ୍ୟ ସର୍ଜନା ଓଡ଼ିଆ ସାହିତ୍ୟ ଜଗତକୁ ପରିପୁଷ୍ଟ କରିଛି। ନାରୀବାଦୀ ଓ ସମାଜବାଦୀ କବିତା ଲେଖି ସେ ଆମ ସମସ୍ତଙ୍କୁ ପ୍ରେରିତ କରିଛନ୍ତି। ପ୍ରେମ ଓ ବେଦନାରୁ କବିତା ଜନ୍ମ ହୋଇଥାଏ, ବିଦ୍ୟୁତପ୍ରଭାଙ୍କ କବିତାରେ ଉଭୟର ଝଲକ ଦେଖିବାକୁ ମିଳେ।”ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, “ନାରୀବାଦର ସକାରାତ୍ମକ ଉଦ୍‌ଘୋଷିକା ଓ ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କବି ବିଦ୍ୟୁତପ୍ରଭା। ତାଙ୍କ ଲେଖନୀରେ ପ୍ରସ୍ଫୁଟିତ ହୋଇଥିବା କବିତା ନାରୀ ସଶକ୍ତିକରଣର କଥା କହିଛି। ଏକ ସଶକ୍ତ ରାଷ୍ଟ୍ର ଓ ସଶକ୍ତ ସମାଜ ଗଠନରେ ନାରୀଶକ୍ତିର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଆଗକୁ ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଗଠନ ପାଇଁ ଆମ ସରକାର ଯେଉଁ ପରିକଳ୍ପନା କରିଛନ୍ତି, ତାହାର ନେତୃତ୍ବ ଆମ ନାରୀ ସମାଜ, ଆମ ଛାତ୍ରୀ ସମାଜ ନେବେ ବୋଲି ମୋର ଦୃଢ଼ ବିଶ୍ୱାସ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟକୁ ପୂରଣ କରିବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱବିଦିତ କରିବା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଆମ ଭାଷା ଦିନେ ତାଳପତ୍ରରୁ କାଗଜ ଯାଏଁ ଆସିଥିଲା। ବର୍ତ୍ତମାନ କାଗଜରୁ କ୍ଲାଉଡ଼ ପର୍ଯ୍ୟନ୍ତ ରହିଥିବା ଯାତ୍ରା ଅର୍ଥାତ ଭାଷାକୁ ଡିଜିଟାଇଜ କରିବା ନିମନ୍ତେ ଆମକୁ ହିଁ ଉଦ୍ୟମ କରିବାକୁ ପଡିବ ଓ ଆମେ ସମସ୍ତେ ଏଥିରେ ସଫଳ ହେବା ବୋଲି ମୋର ବିଶ୍ୱାସ”।

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, “ସାହିତ୍ୟ ଓ ସଂସ୍କୃତି ଆମ ସମାଜର ଦର୍ପଣ। ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ଓଡ଼ିଆ ସାହିତ୍ୟ ଜଗତର ଧ୍ରୁବତାରା। ତାଙ୍କର ଜୀବନୀ, ତାଙ୍କର ବ୍ୟକ୍ତିତ୍ୱ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଆଦର୍ଶରେ ଆମ ଯୁବପିଢ଼ି ପ୍ରେରିତ ହୋଇ ଏକ ସଶକ୍ତ ସମାଜ ଗଠନ ନିମନ୍ତେ କାର୍ଯ୍ୟ କରିବେ ବୋଲି ମୁଁ ଆଶା କରୁଛି।”କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କୋରାପୁଟର ପୂର୍ବତନ କୁଳପତି ତଥା ବିଦ୍ୟୁତପ୍ରଭା ଦେବୀଙ୍କ ସୁପୁତ୍ର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କବି ବିଦ୍ୟୁତପ୍ରଭାଙ୍କ ସାରସ୍ୱତ ସାହିତ୍ୟ ସର୍ଜନା ଉପରେ ଆଲୋକପାତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବିଦ୍ୟୁତପ୍ରଭା ଦେବୀଙ୍କ ଜୀବନୀ ଉପରେ ଆଧାରିତ ଚିତ୍ରକଳା ଶିବିରକୁ ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ।ଶିଳ୍ପୀଙ୍କ ତୂଳୀରେ ପ୍ରସ୍ଫୁଟିତ ଚିତ୍ରକଳାକୁ ଶ୍ରୀ ପ୍ରଧାନ ବେଶ୍ ପ୍ରଶଂସା କରିଥିଲେ। ଏଥିସହିତ ଆଜିର କାର୍ଯ୍ୟକ୍ରମରେ “ବାଜିରାଉତ” ଶୀର୍ଷକ ପୁସ୍ତକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପତ୍ରିକା “କୋଣାର୍କ” ଉନ୍ମୋଚିତ ହୋଇଥିଲା। ବିଦ୍ୟୁତପ୍ରଭା ଦେବୀଙ୍କ ଜୀବନୀ ଉପରେ ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହୋଇଥିଲା।

ଓଡ଼ିଶା ସାହିତ୍ୟ ଏକଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ଆଜିର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀବୃନ୍ଦ, ସାହିତ୍ୟିକ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

କୃଷି ପାଇଁ ଓଡ଼ିଶାକୁ ମିଳିଥିବା ଶ୍ରେଷ୍ଠ ରାଜ୍ୟ ପୁରସ୍କାରକୁ ରାଜ୍ୟପାଳଙ୍କୁ ପ୍ରଦାନ

Next Post

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୂତି ଘଟଣା : ପ୍ରିନ୍ସିପାଲ ଓ ଏଚ୍‌ଓଡି ସସପେଣ୍ଡ, ଅଧ୍ୟାପକ ଗିରଫ

FNN WEB

FNN WEB

Next Post
ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୂତି ଘଟଣା : ପ୍ରିନ୍ସିପାଲ ଓ ଏଚ୍‌ଓଡି ସସପେଣ୍ଡ, ଅଧ୍ୟାପକ ଗିରଫ

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୂତି ଘଟଣା : ପ୍ରିନ୍ସିପାଲ ଓ ଏଚ୍‌ଓଡି ସସପେଣ୍ଡ, ଅଧ୍ୟାପକ ଗିରଫ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.