• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରେଭେନ୍ସା ଇଟା ଓ ସିମେଣ୍ଟରେ ଗଢ଼ା ନୁହେଁ, ଏହା ଏକ ଶାଳଗ୍ରାମ: ରାଷ୍ଟ୍ରପତି

FNN WEB by FNN WEB
July 15, 2025
in ଓଡ଼ିଶା, ମୁଖ୍ୟ ଖବର
0
ରେଭେନ୍ସା ଇଟା ଓ ସିମେଣ୍ଟରେ ଗଢ଼ା ନୁହେଁ, ଏହା ଏକ ଶାଳଗ୍ରାମ: ରାଷ୍ଟ୍ରପତି
0
SHARES
2
VIEWS

କଟକ: ରେଭେନ୍ସା ଇଟା ଓ ସିମେଣ୍ଟରେ ଗଢ଼ା ନୁହେଁ। ଏହା ଏକ ଶାଳଗ୍ରାମ। ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡ଼ି ହୋଇରହିଛି। ଗତ ଦୁଇ ବର୍ଷ ହେଲା ଝିଅମାନେ ଏଠାରେ ସଫଳତାର ଆଗରେ ରହିଛନ୍ତି। ପୁଅମାନଙ୍କଠାରୁ ଝିଅମାନଙ୍କୁ ଅଧିକ ସଫଳତା ପରିବର୍ତ୍ତନର ପ୍ରମାଣ। ରେଭେନ୍ସା ଅନୁଭୂତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହି ମତ ରଖିଛନ୍ତି। ସେ କହିଛନ୍ତି, ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି।

ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଛାତ୍ରଛାତ୍ରୀମାନେ ଚାକିରି କରିବା ପାଇଁ ନୁହେଁ। ଚାକିରି ଦେବାକୁ ଉଦ୍ୟମ କରନ୍ତୁ। ଉତ୍କଳ ଗୌରବ ମଧୁସୂଦନ ଦାସ (ମଧୁବାବୁ)ଙ୍କ ଦ୍ଵାରା ନିର୍ମିତ ଜୋତା କାରଖାନାର ମଧ୍ୟ ଉଦାହରଣ ରଖିଛନ୍ତି। ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ। ମାତ୍ର ପୁରୁଣା କାଳିଆ ନୁହେଁ। ଯେଉଁ କର୍ମକ୍ଷେତ୍ରରେ ଥିଲେ ବି ଅନୁଷ୍ଠାନକୁ ଭୁଲି ପାରିବା ନାହିଁ। ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଛାତ୍ରଛାତ୍ରୀମାନେ ଚାକିରି କରିବା ପାଇଁ ନୁହେଁ। ଚାକିରି ଦେବାକୁ ଉଦ୍ୟମ କରନ୍ତୁ। ଉତ୍କଳ ଗୌରବ ମଧୁସୂଦନ ଦାସ (ମଧୁବାବୁ)ଙ୍କ ଦ୍ଵାରା ନିର୍ମିତ ଜୋତା କାରଖାନାର ମଧ୍ୟ ଉଦାହରଣ ରଖିଛନ୍ତି। ରାଷ୍ଟ୍ରପତି ଆଜି ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି।

ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ଶିକ୍ଷାନୁଷ୍ଠାନ ସ୍ୱାଧୀନତା ସଂଗ୍ରାମର ଏକ ସକ୍ରିୟ କେନ୍ଦ୍ର ଥିଲା ଏବଂ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଆନ୍ଦୋଳନ ସହିତ ଜଡିତ ଥିଲା। ଶିକ୍ଷାର ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନ ନିରନ୍ତର ମୂଲ୍ୟବାନ ଯୋଗଦାନ ଦେଇ ଆସୁଛି। ଏହାର ଅନେକ ପୂର୍ବତନ ବିଦ୍ୟାର୍ଥୀ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସାହିତ୍ୟିକ, ଦାର୍ଶନିକ, ରାଜନେତା, ସମାଜ ସଂସ୍କାରକ, ବୈଜ୍ଞାନିକ ଏବଂ କଳାକାର ଭାବରେ ଭାରତର ଗୌରବ ବୃଦ୍ଧି କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟ ଗବେଷଣା, ନବସୃଜନ ଏବଂ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି ବୋଲି ରାଷ୍ଟ୍ରପତି ଖୁସିର ସହ ଉଲ୍ଲେଖ କରିଥିଲେ। ଏହି ଅନୁଷ୍ଠାନ ପରାମର୍ଶ ସେବା ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ମାଧ୍ୟମରେ ଅନେକ ଶିଳ୍ପ ଅଂଶୀଦାରଙ୍କ ନିକଟରେ ନିଜର ବିଶେଷଜ୍ଞତା ପହଞ୍ଚାଇଛି। ଏହାର ‘ଡିଜାଇନ, ନବସୃଜନ ଏବଂ ଉଦ୍ୟମିତା କେନ୍ଦ୍ର’ ବିଚାରବିମର୍ଶ, ଗବେଷଣା ଏବଂ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହନ ଦେଉଛି। ବିଶ୍ୱବିଦ୍ୟାଳୟ ଆଦିବାସୀ ଅଞ୍ଚଳ, ଅନୁନ୍ନତ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ସନ୍ତୋଷର ବିଷୟ ବୋଲି ସେ କହିଥିଲେ।

ରାଷ୍ଟ୍ରପତି କହିଥିଲେ, ବର୍ତ୍ତମାନ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମସିନ୍ ଲର୍ଣ୍ଣିଂ, ଥ୍ରୀଡି ପ୍ରିଣ୍ଟିଂ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ ଆମ ଚିନ୍ତାଧାରା ଏବଂ କାର୍ଯ୍ୟ ଶୈଳୀରେ ଏକ ବ୍ୟାପକ ପରିବର୍ତ୍ତନ ଆଣିଛି। ରେଭେନ୍ସା ଏହି ପ୍ରଯୁକ୍ତିର ଭଲ ବ୍ୟବହାର କରୁଛି ବୋଲି ଜାଣି ସେ ଖୁସି ହୋଇଥିଲେ। ଏସବୁ ଅତ୍ୟାଧୁନିକ ପ୍ରଯୁକ୍ତିର ଅପବ୍ୟବହାର ପ୍ରତି ସତର୍କ ରହିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଆମ ଦେଶ ବର୍ତ୍ତମାନ ଅମୃତ କାଳ ଦେଇ ଅଗ୍ରସର ହେଉଥିବା ରାଷ୍ଟ୍ରପତି କହିଥିଲେ। ସେ କହିଥିଲେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ଜାତୀୟ ଲକ୍ଷ୍ୟ। ରାଷ୍ଟ୍ର ପ୍ରଥମ ଭାବନା ଆମର ସବୁଠୁ ବଡ଼ ସାମର୍ଥ୍ୟ। ଆମର ସୈନିକ, କୃଷକ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର ଏବଂ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିବା ଲୋକମାନେ ଭାରତର ଗୌରବ ବୃଦ୍ଧି ଭାବନା ନେଇ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଠାରୁ ପ୍ରେରଣା ହାସଲ କରି ନିଜର ଜ୍ଞାନ, ଦକ୍ଷତା ଏବଂ ସମର୍ପଣ ଜରିଆରେ ଦେଶର ବିକାଶରେ ଯୋଗଦାନ କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ।

ସମାବର୍ତ୍ତନ ଉତ୍ସବ ପରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କଟକସ୍ଥିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ନିମନ୍ତେ ଶିଳାନ୍ୟାସ କରିଥିଲେ। ସେଠାରେ ସଂକ୍ଷିପ୍ତ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଥିଲେ ଯେ, ଶିକ୍ଷାଦାନର ଗୁଣବତ୍ତା ଏବଂ ଭଲ ଭିତ୍ତିଭୂମି ଏକ ଉତ୍ତମ ଶିକ୍ଷାଗତ ପରିବେଶ ସୃଷ୍ଟି କରିଥାଏ। ପୁନଃବିକାଶ ପ୍ରକଳ୍ପ ସମାପ୍ତ ହେବା ପରେ, ଏହି ବିଦ୍ୟାଳୟର ସୁବିଧା ଆହୁରି ଉନ୍ନତ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ଝିଅମାନଙ୍କ ଶିକ୍ଷା ସହ ଜଡିତ ଏହି ପ୍ରକଳ୍ପ ପାଇଁ ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି କହିଥିଲେ, ଝିଅମାନଙ୍କୁ ସମାନ ସୁବିଧା ଏବଂ ସୁଯୋଗ ଦିଆଗଲେ ସେମାନେ ଭଲ ପ୍ରଦର୍ଶନ କରନ୍ତି ବୋଲି ବିଭିନ୍ନ ସମାବର୍ତ୍ତନ ସମାରୋହରେ ସେ ଉଲ୍ଲେଖ କରିଛନ୍ତି। ଶିକ୍ଷା, ସାହିତ୍ୟ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଶିଳ୍ପ ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଝିଅମାନେ ସକ୍ରିୟ ଭାବେ ଯୋଗଦାନ ଦେଉଥିବା ଶ୍ରୀମତୀ ମୁର୍ମୁ କହିଥିଲେ। ବିଭିନ୍ନ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଥିବା ମହିଳାମାନଙ୍କ ଠାରୁ ପ୍ରେରଣା ହାସଲ କରିବା ନିମନ୍ତେ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଜର ଜ୍ଞାନ, ଆତ୍ମବିଶ୍ୱାସ, ଦକ୍ଷତା ଏବଂ ସମର୍ପଣର ଶକ୍ତି ବଳରେ ସେମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇବେ ବୋଲି ରାଷ୍ଟ୍ରପତି କହିଥିଲେ।

Previous Post

ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କଲା ୟୁଜିସି

Next Post

କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

FNN WEB

FNN WEB

Next Post
କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.