• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ

FNN WEB by FNN WEB
July 16, 2025
in ଓଡ଼ିଶା, ମୁଖ୍ୟ ଖବର
0
୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ
0
SHARES
0
VIEWS

ଜୁଲାଇ ୧୭ ତାରିଖରୁ ଅଗଷ୍ଟ ୧୫ ତାରିଖ, ୩୦ ଦିନ ପର୍ଯ୍ୟନ୍ତ କରିପାରିବେ ପଞ୍ଜିକରଣ

  • ଅନଲାଇନରେ yatra.odisha.gov.in ରେ ଓ ଅଫଲାଇନ ଉଭୟ ବ୍ଲକ ଓ ଜିଲ୍ଲା ପ୍ରଶାସନରେ କରିପାରିବେ ଆବେଦନ
  • ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପର୍ଯ୍ୟଟନ ବିଭାଗ ୱେବସାଇଟ dot.odisha.gov.in ରେ ଉପଲବ୍ଧ
  • ବରିଷ୍ଠ ନାଗରିକ ଦମ୍ପତିଙ୍କ କ୍ଷେତ୍ରରେ ଯେ କୌଣସି ଜଣେ ୬୦ ରୁ ଉର୍ଦ୍ଧ୍ଵ ବୟସ୍କ ହେବା ଆବଶ୍ୟକ

ଭୁବନେଶ୍ୱର : ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଅଡିଟରିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୫-୨୬ର ଲାଭ ନେବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହି ଯୋଜନା ସମ୍ବନ୍ଧୀୟ ସମସ୍ତ ବିବରଣୀ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ଓ ଆଇଆରସିଟିସିର ଯୁଗ୍ମ ସାଧାରଣ ପରିଚାଳକ ଶ୍ରୀମତୀ କ୍ରାନ୍ତି ସବରକର ମଧ୍ୟ ଉପସ୍ଥିତ ଥିଲେ।

ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ, ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଏବଂ ଟୁରିଜିମ କର୍ପୋରେସନ (IRCTC)ର ସହାଭାଗିତାରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଯୋଜନାର ସମ୍ପୁର୍ଣ୍ଣ ବିବରଣୀ ପର୍ଯ୍ୟଟନ ବିଭାଗ ୱେବସାଇଟ dot.odisha.gov.in ରେ ଉପଲବ୍ଧ । ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକମାନେ ସେମାନଙ୍କର ସମଗ୍ର ଜୀବନକାଳ ମଧ୍ୟରେ ଗୋଟିଏ ଥର ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯାତ୍ରା କରିବାର ସୁଯୋଗ ପାଇବେ।
ଆସନ୍ତାକାଲି ଜୁଲାଇ ୧୭ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ହିତାଧିକାରୀମାନେ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଅନଲାଇନ (yatra.odisha.gov.in) ରେ ଏବଂ ଅଫଲାଇନରେ ବ୍ଲକ ଓ ଜିଲ୍ଲା ପ୍ରଶାସନରେ ଆବେଦନ ପତ୍ର ଦାଖଲ କରିପାରିବେ। ଜିଲ୍ଲା ପ୍ରଶାସନ ଦ୍ଵାରା ଗଠିତ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ଆବେଦନପତ୍ର ଗୁଡିକୁ ଯାଞ୍ଚ କରାଯିବ।

ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକ ମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି । ହିତାଧିକାରୀ ଚୟନ ନିମନ୍ତେ ଅନ୍ତ୍ୟୋଦୟ / ଅନ୍ନପୂର୍ଣ୍ଣା କାର୍ଡ / ବିଧବା ଭତ୍ତା କାର୍ଡ / ଖାଦ୍ୟସୁରକ୍ଷା ରେସନ କାର୍ଡ / ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେ କୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡିଥାଏ। ବରିଷ୍ଠ ନାଗରିକ ଦମ୍ପତିଙ୍କ କ୍ଷେତ୍ରରେ ଯେ କୌଣସି ଜଣେ ୬୦ ରୁ ଉର୍ଦ୍ଧ୍ଵ ବୟସ୍କ ହେବା ଆବଶ୍ୟକ । ୭୦ ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକମାନେ ଯାତ୍ରା ସମୟରେ ନିଜ ସାଙ୍ଗରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଜଣେ ବ୍ୟକ୍ତିଙ୍କୁ ସହାୟକ ଭାବରେ ନେଇପାରିବେ । ତୀର୍ଥଯାତ୍ରୀ ଚୟନ କ୍ଷେତ୍ରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ କୋଟା ଅନୁଯାୟୀ ତୀର୍ଥଯାତ୍ରୀ ଚୟନ କରିଥାନ୍ତି । ଅଧିକ ଆବେଦନକାରୀମାନଙ୍କ କ୍ଷେତ୍ରରେ ଲଟେରୀ ମାଧ୍ୟମରେ ତୀର୍ଥଯାତ୍ରୀ ଚୟନ କରାଯାଇଥାଏ । ଅନୁପସ୍ଥିତ ତୀର୍ଥଯାତ୍ରୀ ମାନଙ୍କର ଭରଣ ନିମନ୍ତେ ୨୦ ପ୍ରତିଶତ ତୀର୍ଥଯାତ୍ରୀଙ୍କର ଏକ ପ୍ରତୀକ୍ଷା ତାଲିକା (waiting list) ପ୍ରସ୍ତୁତ କରାଯାଇଥାଏ ।

ରାଜ୍ୟ ସରକାର ଉକ୍ତ ଯୋଜନା ମାଧ୍ୟମରେ ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିଥାନ୍ତି । ତୀର୍ଥଯାତ୍ରୀମାନଙ୍କୁ ନିଜର ଗ୍ରାମମାନଙ୍କରୁ ସମ୍ପୃକ୍ତ ରେଳ ଷ୍ଟେସନକୁ ପରିବହନ ଓ ପ୍ରତ୍ୟାବର୍ତ୍ତନର ସୁବିଧା । ଆଇଆରସିଟିସି ଦ୍ଵାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀମାନଙ୍କର ରହିବା, ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା । ଆଇଆରସିଟିସି ଦ୍ଵାରା ଗସ୍ତ ଜଗୁଆଳୀ, ପଥପ୍ରଦର୍ଶକ, ଯାତ୍ରୀବୀମା ଏବଂ ଚିକିତ୍ସା ସୁବିଧା। ଉପରୋକ୍ତ ପ୍ରତ୍ୟେକ ପର୍ଯ୍ୟାୟର ତୀର୍ଥଯାତ୍ରା ଅବଧି ହାରାହାରି ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ଅଟେ ।

ସୂଚନାଯୋଗ୍ୟ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଅଦ୍ୟାବଧି ୩୭,୫୫୫ ରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ୪୦ ଟି ପର୍ଯ୍ୟାୟରେ ମଦୁରାଇ, ରାମେଶ୍ଵରମ, ପ୍ରୟାଗରାଜ, ଅଯୋଧ୍ୟା, ବାରଣାସୀ, ହରିଦ୍ଵାର, ଋଷିକେଶ, ଆଜମେର, ପୁଷ୍କର, ତିରୁପତି ବାଲାଜୀ, ଭେଲୋର, ଶ୍ରୀକଳାହସ୍ତି, ଶିରିଡି, ନାସିକ, ତ୍ରୟମ୍ବକେଶ୍ଵର, ଭେଲନକାନୀ, ନାଗାପଟିନମ, ତାଞ୍ଜାବୁର, ଦକ୍ଷିଣେଶ୍ଵର କାଳୀ (କୋଲକାତା), କାମାକ୍ଷା, ଆଗ୍ରା, ମଥୁରା, ବୃନ୍ଦାବନ ଇତ୍ୟାଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ୭୯୬୭ ବରିଷ୍ଠ ନାଗରିକ ୧୦ ଟି ପର୍ଯ୍ୟାୟରେ ସିରିଡି, ନାସିକ, ଦକ୍ଷିଣେଶ୍ଵର କାଳୀ (କୋଲକାତା), କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଥିଲେ । ପ୍ରତିଟି ପର୍ଯ୍ୟାୟରେ ୮୦୦ ଜଣ (୭୭୫ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ ଅଫିସର ) ଯାତ୍ରା କରିଥାନ୍ତି ।

Previous Post

ସଂସଦ ଘେରାଉ କରିବ କଂଗ୍ରେସ : ଅଳକା ଲାମ୍ବା

Next Post

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ପ୍ରଥମ ବୈଠକ

FNN WEB

FNN WEB

Next Post
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ପ୍ରଥମ ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.