• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନ୍ୟାୟ ପାଇଁ ଲୋୟର ପିଏମଜି ରଣକ୍ଷେତ୍ର

FNN WEB by FNN WEB
July 16, 2025
in ଓଡ଼ିଶା, ମୁଖ୍ୟ ଖବର
0
ନ୍ୟାୟ ପାଇଁ ଲୋୟର ପିଏମଜି ରଣକ୍ଷେତ୍ର
0
SHARES
0
VIEWS


ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ: ପାଣିମାଡ଼, ଲୁହବୁହା ଗ୍ୟାସ୍ ପ୍ରୟୋଗ
ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ସୋମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି। ଲୋକସେବା ଭବନ ବାହାରେ ପୁଲିସର କଡ଼ାପହରା ଥାଇ ମଧ୍ୟ ତାକୁ ଖାତିର କରି ନାହାନ୍ତି ବିଜେଡି କର୍ମୀ। ଯାହାଫଳରେ ରଣକ୍ଷେତ୍ର ପାଲଟିଛି ଲୋୟର୍ ପିଏମ୍‌ଜି। ବ୍ୟାରିକେଡ୍ ଭାଙ୍ଗିବା ପାଇଁ ପ୍ରୟାସବେଳେ ପେୋଲିସ୍‌ ସହ ମୁହାଁମୁହିଁ ଓ ଧସ୍ତାଧସ୍ତିବେଳେ ପୁଲିସର ପାଣିମାଡ଼, ଟିୟର ଗ୍ୟାସ୍ ଓ ରବର ବୁଲେଟ୍ ପ୍ରୟୋଗବେଳେ କେତେକ ବିଜେଡି ନେତା-କର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଏଫଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଏବଂ ମୃତକଙ୍କ ପରିବାରକୁ ୨କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ଦାବିରେ ବିଜେଡି ପକ୍ଷରୁ ଆଜି ପୂର୍ବାହ୍ନରେ ସଚିବାଳୟ ଘେରାଉ ପାଇଁ ଉଦ୍ୟମ କରାଯାଇଥିଲା । ସକାଳ ପ୍ରାୟ ୧୦ଟା ୩୦ରେ ଲୋକସେବା ଭବନ ଘେରାଉ କରିବାକୁ ମାଷ୍ଟରକ୍ୟାଣ୍ଟିନ ଆଡ଼ୁ ମାଡ଼ି ଆସିଥିଲେ ଶହ ଶହ ବିଜେଡି ନେତା ଓ କର୍ମୀ । ଦଳର ପ୍ରାୟ ୨ରୁ ୩ହଜାର କର୍ମୀ-ନେତା ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ଏକଜୁଟ ହୋଇ ସଚିବାଳୟ ବା ଲୋକସେବା ଭବନ ଆଡ଼କୁ ଯିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ସହ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଥିଲେ । ବ୍ୟାରିକେଡ୍ ଭାଙ୍ଗିବା ପାଇଁ ଉଦ୍ୟମବେଳେ ପୁଲିସ ସେମାନଙ୍କୁ ପ୍ରଥମେ ବୁଝାସୁଝା ଓ ପରେ ଘଉଡ଼ାଇବାକୁ ପାଣିମାଡ଼, ଟିୟର ଗ୍ୟାସ୍ ଓ ରବର ବୁଲେଟ୍ ମାଡ଼ କରିଥିଲା । ଯାହାଫଳରେ ବିଜେଡିର ୧୦୦ରୁ ଅଧିକ କର୍ମୀ-ନେତା ଆହତ ହୋଇଥିବା ଜଣାପଡ଼ିଛି। ପୁଲିସର ରବର ବୁଲେଟ୍ ମାଡ଼ରେ ଆହତ ହୋଇ ହସ୍ପିଟାଲରେ ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼େଇ ଓ ସୁଲତା ଦେଓ ଚିକିତ୍ସିତ ହେଉଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବବି ଏବେ ଆପୋଲୋ ହସ୍ପିଟାଲର ଆଇସିୟୁରେ ଓ ଡାନି ଉତ୍କଳ ହସ୍ପିଟାଲର ଆଇସିୟୁରେ ଏବଂ ସୁଲତା ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଏଥିସହ ବିଜେଡିର କିଛି ବରିଷ୍ଠ ନେତା-କର୍ମୀଙ୍କୁ ପୁଲିସ ପ୍ରଥମେ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।

ସେପଟେ ବିଜେଡି ଆଜି ବାଲେଶ୍ବର ବନ୍ଦ କରିଛି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ବିଭିନ୍ନ ଛାମୁଆ ଏବଂ ଟାଣୁଆ ନେତାଙ୍କୁ ବାଲେଶ୍ବରରେ ଦେଖିବାକୁ ମିଳିଛି । ବାଲେଶ୍ୱର ବନ୍ଦ ପାଳନ କରାଯାଉଥିବାରୁ ଦୋକାନ ବଜାର, ସରକାରୀ ଅଫିସ୍‍, ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ର ବନ୍ଦ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସାମ୍ପ୍ରତିକ ଶାସନ ବ୍ୟବସ୍ଥା ଯୋଗୁଁ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ଚାଲିଯାଇଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସାଙ୍ଗକୁ ଭବିଷ୍ୟତରେ ଯେଭଳି ଏମିତି ଅଘଟଣ ନଘଟେ, ସେନେଇ ସରକାର ଉଚିତ ପଦକ୍ଷେପ ନେବା ଦାବିରେ ଏହି ୮ଘଣ୍ଟିଆ ବାଲେଶ୍ୱର ବନ୍ଦ କରାଯିବ ବୋଲି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ସୂଚନା ଦେଇଛନ୍ତି।

Previous Post

୧୭ ଜୁଲାଇ ଓଡ଼ିଶା ବନ୍ଦ କୁ ସଫଳ କରିବା ପାଇଁ ଆହ୍ଵାନ

Next Post

ବିଜେଡି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ : ଉଦବେଗ ପ୍ରକାଶ କଲେ ନବୀନ

FNN WEB

FNN WEB

Next Post
ଚିକିତ୍ସା ପାଇଁ ମୁମ୍ବାଇ ହସ୍ପିଟାଲ ଯିବେ ନବୀନ

ବିଜେଡି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ : ଉଦବେଗ ପ୍ରକାଶ କଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.