• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଆକ୍ରୋଶ ବଢ଼ିଛି:ପୁଲିସ ଆକ୍ରମଣ ବିଜେଡି ସ୍ୱରକୁ ଚପାଇ ପାରିବ ନାହିଁ

FNN WEB by FNN WEB
July 16, 2025
in ଓଡ଼ିଶା, ମୁଖ୍ୟ ଖବର
0
ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଆକ୍ରୋଶ ବଢ଼ିଛି:ପୁଲିସ ଆକ୍ରମଣ ବିଜେଡି ସ୍ୱରକୁ ଚପାଇ ପାରିବ ନାହିଁ
0
SHARES
0
VIEWS

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ, ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ହୋଇଥିବା ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିବ ସହିତ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି।

ଆଜି ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପ ସଭାପତି ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି କହିଥିଲେ, ସୌମ୍ୟାଶ୍ରୀକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କ ଆକ୍ରୋଶ ଦେଖି ଭୟଭୀତ ହୋଇ ପଡିଛନ୍ତି। ସେଥିପାଇଁ ପ୍ରତିହିଂସା ପରାୟଣ ହୋଇ, ପୋଲିସ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରୁଛନ୍ତି। ପ୍ରତାପ ଜେନା କହିଥିଲେ, ବିଜେଡି ଦ୍ୱାରା ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବା ପାଇଁ ହଜାର ହଜାର କର୍ମୀ ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଛକ ମଧ୍ୟରେ ଏକତ୍ରିତ ହୋଇଥିଲେ। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ଚାଲିଥିବା ବେଳେ ଓ ଆନ୍ଦୋଳନକାରୀମାନେ ଲୋକସେବା ଭବନ ପୂର୍ବରୁ ପୁଲିସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ୟାରିକେଡ୍ ନିକଟରେ ପହଞ୍ଚିବା ପୂର୍ବରୁ ପୁଲିସ୍ ଦ୍ୱାରା ଅଚାନକ ବର୍ବରୋଚିତ ଆକ୍ରମଣ କରାଯାଇଥିଲା ।

ପ୍ରଥମେ ପାଣି ମାଡ଼ ହେଲା, ଦୁର୍ଭାଗ୍ୟଜନକ କଥା ହେଲା ମହିଳା ପ୍ରତିବାଦକାରୀ ମାନଙ୍କୁ ଲକ୍ଷ୍ୟ କରି ପାଣିମାଡ଼ କରାଗଲା । ଯଦ୍ବାରା ବହୁ ସଂଖ୍ୟାରେ ମହିଳା ଆହତ ହୋଇଥିଲେ । ଦୁଇ ରାଉଣ୍ଡ ପାଣି ମାଡ଼ ପରେ ଅନ୍ଧାଧୁନିଆ ଭାବେ ରବର ବୁଲେଟ୍ ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଗଲା। ଏଥିରେ, ତିଳେ ମାତ୍ର ସନ୍ଦେହ ନାହିଁ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଏପରି ବର୍ବରୋଚିତ ଆକ୍ରମଣ କରିଛି। ଆଜି ପୋଲିସ୍ ଦମନଲୀଳାରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର ଭୟଭୀତ ହୋଇ ପଡିଛନ୍ତି। କିନ୍ତୁ, ସରକାର ପୋଲିସ ଆକ୍ରମଣ ମାଧ୍ୟମରେ ବିଜୁ ଜନତା ଦଳ ଦ୍ୱାରା ରାଜ୍ୟର ନାରୀ ମାନଙ୍କ ସମ୍ମାନ ଓ ସୁରକ୍ଷା ଉଠା ଯାଇଥିବା ସ୍ବରକୁ ପୋଲିସ ଚାପି ଦେଇ ପାରିବେ ନାହିଁ ବରଂ ଏ ଆନ୍ଦୋଳନ ଆହୁରି ତୀବ୍ର ହେବ।

ସେହିପରି, ସୁଦାମ ମାରାଣ୍ଡି କହିଥିଲେ, ସରକାରଙ୍କ ବ୍ୟବସ୍ଥାଗତ ବିଫଳତା ଯୋଗୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ପୁଲିସ୍ ଦ୍ୱାରା ସରକାର ପ୍ରତିବାଦର ସ୍ୱରକୁ ଚପାଇ ଦେବା ପାଇଁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ। ଆଜି ପୁଲିସର ଦମନଲୀଳା ଦ୍ୱାରା ଶତାଧିକ ବିଜେଡି କର୍ମୀ ଓ ନେତା ଆହତ ହୋଇଛନ୍ତି । ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡାଇ, ସାଂସଦ ସୁଲତା ଦେଓ, ଛବି ମାହାଲି, ନୀଳ ମାଧବ ମହାନ୍ତି ଓ ସଙ୍କେତ ରାୟଙ୍କ ସମେତ ଅନେକ ବିଜେଡି କର୍ମୀ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡ଼ାଇ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଶର୍ମିଷ୍ଠା ସେଠି କହିଥିଲେ, ଆଜିର କାର୍ଯ୍ୟକ୍ରମରେ ପୁରୁଷ ପୁଲିସ ମାନେ ଆମର ମହିଳା ନେତ୍ରୀମାନଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ପୁଲିସ ଆକ୍ରମଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜିର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିବାଦ କରୁଥିବା ବିଜେଡି କର୍ମୀଙ୍କ ଉପରେ ବିନା ଉତ୍ତେଜନାରେ ସରକାର କାହିଁକି ଦମନଲୀଳା ରଚିଲେ, ତାର ସ୍ପଷ୍ଟୀକରଣ ରଖିବା ଦରକାର। ସୌମ୍ୟାଶ୍ରୀକୁ ଓ ରାଜ୍ୟରେ ମହିଳା ନିର୍ଯ୍ୟାତନା ନିୟନ୍ତ୍ରଣରେ ନଆସିବା ଯାଏ ବିଜେଡି ଆନ୍ଦୋଳନ ଜାରି ରଖିବ।

Previous Post

ବିଜେଡି କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ : ଉଦବେଗ ପ୍ରକାଶ କଲେ ନବୀନ

Next Post

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

FNN WEB

FNN WEB

Next Post
ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କଲା ୟୁଜିସି

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.