• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆସିକା ଏବଂ ଚିକିଟିକୁ ସ୍ୱଚ୍ଛତା ପୁରସ୍କାର

FNN WEB by FNN WEB
July 17, 2025
in ଓଡ଼ିଶା, ମୁଖ୍ୟ ଖବର
0
ଆସିକା ଏବଂ ଚିକିଟିକୁ ସ୍ୱଚ୍ଛତା ପୁରସ୍କାର
0
SHARES
2
VIEWS


ନୂଆଦିଲ୍ଲୀ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ୨୩ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ପୁରସ୍କାର ଦିଆଯାଇଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ବର୍ଗରେ ପୁରସ୍କୃତ କରାଯାଇଛି । ଏହାଛଡ଼ା ୨୦ ହଜାରରୁ ୫୦ ହଜାର ମଧ୍ୟରେ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ୨୦ ହଜାରରୁ କମ୍‌ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମର ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି ।

ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବରେ ଉଭା ହେବା ସହିତ ଭାରତର ନୂତନ ପିଢ଼ିର ସ୍ୱଚ୍ଛ ସହର ରୂପେ ମାନ୍ୟତା ଲାଭ କରିଛନ୍ତି । ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି ।

ସମ୍ମାନଜନକ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ସମାରୋହରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ପ୍ରୟାଗରାଜକୁ ଶ୍ରେଷ୍ଠ ଗଙ୍ଗା ନଗର ପୁରସ୍କାର ପ୍ରଦାନ କରିଥିଲେ। ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟକୁ ଏହାର ଅନୁକରଣୀୟ ପରିମଳ ପ୍ରୟାସ ପାଇଁ ଶ୍ରେଷ୍ଠ କ୍ୟାଣ୍ଟନମେଣ୍ଟ ବୋର୍ଡ ଭାବରେ ସମ୍ମାନିତ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ପ୍ରତି ଉଲ୍ଲେଖନୀୟ ପ୍ରତିବଦ୍ଧତା ପାଇଁ ଜିଭିଏମସି ବିଶାଖାପାଟଣା, ଜବଲପୁର ଏବଂ ଗୋରଖପୁରକୁ ଶ୍ରେଷ୍ଠ ସଫେଇ ମିତ୍ର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଥିଲା। ବିଶ୍ୱର ସର୍ବବୃହତ ଧାର୍ମିକ ସମାଗମ ମହାକୁମ୍ଭ ସମୟରେ ଅସାଧାରଣ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୟୁପି ରାଜ୍ୟ ସରକାର, ପ୍ରୟାଗରାଜ ମେଳା ଅଧିକାରୀ ଏବଂ ପ୍ରୟାଗରାଜ ମ୍ୟୁନିସିପାଲ କର୍ପୋରେସନକୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମହାକୁମ୍ଭ ମେଳାରେ ୬୬ କୋଟି ଲୋକଙ୍କର ସମାଗମ ହୋଇଥିଲା।

ଚଳିତ ବର୍ଷର ସ୍ୱଚ୍ଛ ସର୍ବେକ୍ଷଣ କେବଳ ବଡ଼ ସହରଗୁଡ଼ିକ ପାଇଁ ଢାଞ୍ଚାକୁ ବ୍ୟବସ୍ଥିତ ଏବଂ ସୁଗମ କରିନାହିଁ, ବରଂ ଛୋଟ ସହରଗୁଡ଼ିକ ପାଇଁ ଏହାକୁ ସରଳ କରିଛି । ଏସବୁ ସହରଗୁଡ଼ିକୁ ପ୍ରତିଯୋଗିତା କରିବା ଏବଂ ସ୍ୱଚ୍ଛତାର ସିଡ଼ି ଚଢ଼ିବାକୁ ଉତ୍ସାହିତ କରିଛି। ସର୍ବେକ୍ଷଣରେ ବଡ଼ ସହରଗୁଡ଼ିକ ସହିତ ଛୋଟ ସହରଗୁଡ଼ିକୁ ସମାନ ସୁଯୋଗ ମିଳିଛି। ‘ଗୋଟିଏ ସହର, ଗୋଟିଏ ପୁରସ୍କାର’ ନୀତି ଅନୁସରଣ କରି ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର ଭାବରେ ସ୍ୱୀକୃତି ଦିଆଯାଇଥିଲା। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩୪ ସହର ପୁରସ୍କାର ହାସଲ କରିଛନ୍ତି। ଏହା ସହରାଞ୍ଚଳ ସ୍ୱଚ୍ଛତା ଏବଂ ପରିମଳ ଉତ୍କୃଷ୍ଟତାରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଗତିକୁ ପ୍ରଦର୍ଶନ କରିଛି।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ‘‘ରିଡ୍ୟୁସ୍ (ହ୍ରାସ), ରିୟୁଜ୍(ପୁନଃବ୍ୟବହାର), ରିସାଇକ୍ଲିଂ(ପୁନଃଚକ୍ରଣ) (ଥ୍ରୀ ଆର୍‌)’’ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟକୁ ପ୍ରଶଂସା କରିଛନ୍ତି । ସେ କହିଥିଲେ, ୱେଷ୍ଟ ଇଜ୍‌ ବେଷ୍ଟ (ବର୍ଜ୍ୟ ହିଁ ସମ୍ପଦ) ମନ୍ତ୍ର ଚକ୍ରାକାର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିଥାଏ। ସେ ଯୁବପିଢ଼ିଙ୍କୁ ସଶକ୍ତ କରିବା, ସବୁଜ ନିଯୁକ୍ତି ସୃଷ୍ଟି କରିବା ଏବଂ ଉଦ୍ୟୋଗ ସୁଯୋଗ ସୃଷ୍ଟି କରିବା, ଏସଏଚଜି ଗୁଡ଼ିକୁ ସାମିଲ କରିବାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ।

ସହରଗୁଡ଼ିକ ଆମର ସ୍ୱଭାବ ଏବଂ ସଂସ୍କାରର ଅଂଶ ଭାବରେ ଏକ ଚକ୍ରାକାର ଅର୍ଥବ୍ୟବସ୍ଥା ଏବଂ ସ୍ୱଚ୍ଛତାର ନୀତିକୁ ଗ୍ରହଣ କରିବା ଖୁସିର ବିଷୟ ବୋଲି ରାଷ୍ଟ୍ରପତି କହିଥିଲେ । ସେ ୧ ଲକ୍ଷ ଜନସଂଖ୍ୟାରୁ କମ୍ ସହରଗୁଡ଼ିକୁ ପ୍ରଶଂସା କରିଥିଲେ ଯେଉଁଗୁଡ଼ିକ ସ୍ୱଚ୍ଛତାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥାପନ କରିଛନ୍ତି। ବିଦ୍ୟାଳୟ ସ୍ତରରେ ହସ୍ତକ୍ଷେପ, ଉତ୍ସ ପୃଥକୀକରଣ ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପ, ଶୂନ୍ୟ ଅପଚୟ କଲୋନୀ ଆଦି ପ୍ରୟାସ କିପରି ସ୍ୱଚ୍ଛ ଭାରତ ପାଇଁ ସଂକଳ୍ପକୁ ଆହୁରି ମଜବୁତ କରୁଛି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ୨୦୪୭ ସୁଦ୍ଧା ବିକଶିତ ଭାରତ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିବ ବୋଲି ଶେଷରେ ସେ ଆଶା ପ୍ରକାଶ କରିଥିଲେ।

ସ୍ୱଚ୍ଛ ସହର ସହଭାଗୀତା ପ୍ରୟାସର ଶୁଭାରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ସମକକ୍ଷ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ସବୁ ଜନସଂଖ୍ୟା ବର୍ଗର ସମସ୍ତ ୭୮ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ସହର ସମ୍ପୃକ୍ତ ରାଜ୍ୟରୁ ଗୋଟିଏ ଲେଖାଏଁ ଖରାପ ପ୍ରଦର୍ଶନକାରୀ ସହରକୁ ଗ୍ରହଣ କରିବେ ଏବଂ ସ୍ୱଚ୍ଛତା ପାଇଁ ପରାମର୍ଶ ଦେବେ। ବ୍ୟାପକ ଅଳିଆଗଦା ପ୍ରତିକାର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଘୋଷଣା କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ୧୫ ଅଗଷ୍ଟ, ୨୦୨୫ରୁ ଆରମ୍ଭ ହେଉଥିବା ଏହି ୧ ବର୍ଷର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ ପୁରୁଣା ବର୍ଜ୍ୟବସ୍ତୁ ପରିଚାଳନାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ନାହିଁ ବରଂ ବଡ଼ ସହରାଞ୍ଚଳ ସ୍ଥାନକୁ ମୁକ୍ତ କରିବାରେ ସାହାଯ୍ୟ କରିବ। ଏଥିସହିତ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ।

ଅତିଥିମାନଙ୍କୁ ସ୍ୱାଗତ କରି ମନ୍ତ୍ରଣାଳୟର ସଚିବ ଶ୍ରୀ ଶ୍ରୀନିବାସ କଟିକିତାଲା ଗତ ଏକ ଦଶନ୍ଧି ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନର ରୂପାନ୍ତରଣକାରୀ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ବର୍ତ୍ତମାନ ସ୍ୱଚ୍ଛତା ଓ ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଏହା ନାଗରିକଙ୍କ ମୂଲ୍ୟବୋଧ ଏବଂ ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟିଛି । ନାଗରିଙ୍କ ମଧ୍ୟରେ ସ୍ୱଚ୍ଛତାର ସ୍ୱଭାବ ଏବଂ ସଂସ୍କାର ଆସିପାରିଛି । ଶେଷରେ ସେ କହିଥିଲେ, ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ସଫଳତାର ସହ ସମାପ୍ତ କରିସାରିଛି । ବର୍ତ୍ତମାନ କେବଳ ଆଗାମୀ ଦଶନ୍ଧି ପାଇଁ ଯୋଜନା କରିବାକୁ ପଡିବ ନାହିଁ, ବରଂ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଯୋଜନା ମଧ୍ୟ ସ୍ଥିର କରିବାକୁ ପଡିବ।

ଏହି ଅବସରରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ଫଳାଫଳ ଡ୍ୟାସବୋର୍ଡ ଡିଜିଟାଲ ଭାବରେ ଶୁଭାରମ୍ଭ କରାଯାଇଥିଲା। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ର ପ୍ରମୁଖ ଆକର୍ଷଣ ଏବଂ ସୁପର ସ୍ୱଚ୍ଛ ଲିଗ୍ ସିଟିଗୁଡ଼ିକର ସଫଳତାଗୁଡ଼ିକୁ ଆକର୍ଷଣୀୟ ଅଡିଓ-ଭିଜୁଆଲ୍ ଉପସ୍ଥାପନା ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।

Previous Post

କିସ୍‍ କାର୍ଯ୍ୟକୁ ପ୍ରଶଂସା: ଜାତିସଂଘ ରେକର୍ଡରେ ସ୍ଥାନୀତ

Next Post

‘ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ’

FNN WEB

FNN WEB

Next Post
‘ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ’

‘ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ’

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.