• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆଗକୁ ନେଉଛନ୍ତି : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

FNN WEB by FNN WEB
July 29, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆଗକୁ ନେଉଛନ୍ତି : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
0
SHARES
1
VIEWS

ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି । ଆଜି ମିଶନ ଶକ୍ତି ଭବନର ଅଡିଟରିୟମ ହଲରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଉପସ୍ଥିତିରେ ବୁଣାକାର ମା ଓ ଭଉଣୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ସହ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଆୟୋଗ ଅଧୀନରେ ଥିବା ବୁଣାକାର ସେବା କେନ୍ଦ୍ର(weavers’ service centre)ର ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ର ରାଜ୍ୟର ବୁଣାକାର ସ୍ଵୟଂ ସହାୟକ ଗୋଷ୍ଠୀକୁ ନୂତନ ଡିଜାଇନ, ତାଲିମ ଓ ଦକ୍ଷତା ବିକାଶ ସହ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଉପଲବ୍ଧ କରେଇବାରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । ନିକଟରେ ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିବା ମୟୂରଭଞ୍ଜର ସାନ୍ତାଳି ବୟନ ଶିଳ୍ପର ପୁନରୁଦ୍ଧାର ଓ କେଉଁଝର ଜିଲ୍ଲାର ମହିଳା ସଂକୀର୍ତ୍ତନ କଥାକୁ ଦୋହରାଈ ଶ୍ରୀମତୀ ପରିଡା କହିଲେ ଯେ ଆଜି ଓଡ଼ିଶାର ମା ମାନେ ସମଗ୍ର ଦେଶରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟକୁ ପୂର୍ଣ୍ଣ ଭାବେ ହାସଲ କରିବାପାଇଁ ଆମେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସହଜ, ସୁବିଧା ଓ ସୁଖଦ ରୋଜଗାର ପନ୍ଥା ବାଛିବାକୁ ସୁଯୋଗ ଦେଉଛୁ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଆମେ ଲକ୍ଷପତି ଦିଦି ମା’ ମାନଙ୍କୁ ଏବେ କୋଟିପତି କରିବାକୁ ପ୍ରୟାସ ଜାରି ରଖିଛୁ ବୋଲି ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଭାଗୀୟ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ବୁଣାକାର ସେବା ସଂଘର ଉପନିର୍ଦ୍ଦେଶକ ବିକାଶ କୁମାର ଓ ବିଭାଗୀୟ ବରିଷ୍ଠ ଅଧିକାରୀ, ବୟନ ବିଶେଷଜ୍ଞ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଓଡ଼ିଶାର ଉଦ୍ୟୋଗୀ ମହିଳାଙ୍କ ପାଇଁ ହସ୍ତତନ୍ତ ଏବଂ ବୟନ ଶିଳ୍ପ ଏକ ଉଦୀୟମାନ କ୍ଷେତ୍ର ଅଟେ। ହଜାର ହଜାର ଏସଏଚଜି ସଦସ୍ୟା ତନ୍ତ ବୁଣା, ସିଲାଇ, ଏମ୍ବ୍ରୋଇଡାରି ଏବଂ ଘରୋଇ ଉତ୍ପାଦକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିଥିବା ବେଳେ ଏହି ବୁଝାବଣା ପତ୍ର ଆଧୁନିକ, ଡିଜାଇନ୍ ଏବଂ ବଜାର ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ ଦିଗରେ ସହାୟକ ହେବ ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଛନ୍ତି ।
ବିଭାଗୀୟ ସହଭାଗିତାରେ ଏହି ପଦକ୍ଷେପ ଡିଜାଇନ୍ ମେଣ୍ଟରସିପ୍, ନମୁନା ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବ ସହ , ଏକ ସ୍ଥାୟୀ ମହିଳା-ନେତୃତ୍ୱାଧୀନ ବୟନ ଉଦ୍ୟୋଗ ନିର୍ମାଣ ଏବଂ ବୟନ ମୂଲ୍ୟ ଶୃଙ୍ଖଳ ଗଢ଼ିବାରେ ସହାୟକ ହେବ ବୋଲି ବିଭାଗର ନିର୍ଦ୍ଦେଶକ, ଡ. ମୋନିକା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟଗୁଡ଼ିକୁ ଆଲୋକପାତ କରି ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଶ୍ରୀ ବିକାଶ କୁମାର,ଉପନିର୍ଦ୍ଦେଶକ, ବୁଣାକାର ସେବା କେନ୍ଦ୍ର କହିଛନ୍ତି ଯେ ଓଡ଼ିଶା ବୟନ ପ୍ରତିଭାର ଅନେକ କାରିଗର ଜାତୀୟସ୍ତରରେ ସ୍ୱୀକୃତି ପାଇଛନ୍ତି। ରାଜ୍ୟ ସରକାରଙ୍କ ସହିତ ଏହି ସହଭାଗିତା, ଓଡ଼ିଶା ବୟନ ସୃଜନଶୀଳତାକୁ ନୂଆ ରୂପ ଦେବା ସହ ଜାତୀୟ ବୟନ ଓ ହସ୍ତତନ୍ତ ମାନଚିତ୍ରକୁ ଆହୁରି ସଶକ୍ତ କରିବ । ଓଡ଼ିଶା ଆଜି ମହିଳା ନେତୃତ୍ୱାଧୀନ ବିକାଶରେ ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ଏବଂ ସୁଭଦ୍ରା ଶକ୍ତି ମେଳା, ସୁଭଦ୍ରା ଶକ୍ତି କାଫେ, ଏବଂ ଏକ ଜିଲ୍ଲା ଏକ ଉତ୍ପାଦ କ୍ଲଷ୍ଟର ଭଳି ଅଗ୍ରଣୀ ମଡେଲ ସହିତ, ଓଡିଶା ଆଜି ଭାରତ ସରକାରଙ୍କ ଲକ୍ଷପତି ଦିଦି ପଦକ୍ଷେପ ଅଧୀନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପ୍ରତିଷ୍ଠିତ ହୋଇଛି । ରାଜ୍ୟସରକାରଙ୍କ ହସ୍ତକ୍ଷେପଗୁଡ଼ିକ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଏବଂ ବସ୍ତ୍ର କ୍ଷେତ୍ରରେ ମହିଳାଙ୍କ ପାଇଁ ଆର୍ଥିକ ସୁଯୋଗର ବାଟ ଖୋଲିଛି।

ଏହି ସହଭାଗିତା ଅଧୀନରେ, ବୁଣାକାର ସେବା କେନ୍ଦ୍ର ଘରୋଇ ଏବଂ ବିଶ୍ୱସ୍ତରୀୟ ଗ୍ରାହକଙ୍କ ବିକଶିତ ରୁଚି ଅନୁସାରେ ପୋଷାକ ଏବଂ ସାଜସଜ୍ଜା ସାମଗ୍ରୀ ପାଇଁ ‘ମଲ୍ଟିପଲ କଲରୱେ’ରେ ମୌଳିକ କାଗଜ ଡିଜାଇନ୍ ବିକଶିତ କରିବ । ନମୁନା ଏବଂ ପ୍ରୋଟୋଟାଇପ୍ ବିକାଶକୁ ସମର୍ଥନ କରାଯିବ, ଏବଂ ଏସଏଚଜି ସଦସ୍ୟାମାନଙ୍କୁ ଡିଜାଇନ୍ ରେ ସୌନ୍ଦର୍ଯ୍ୟ, ଫିନିସିଂ ମାନଦଣ୍ଡ ଏବଂ ଉଦ୍ୟୋଗ ପ୍ରସ୍ତୁତତା ଉପରେ ପରାମର୍ଶ ଦିଆଯିବ। ଏହି ସହଭାଗିତା ମାଧ୍ୟମରେ ଅନଲାଇନ୍ ଏବଂ ଅଫଲାଇନ୍ ଦୃଶ୍ୟମାନତା ବୃଦ୍ଧି ପାଇଁ ସେମାନଙ୍କ ପ୍ରସ୍ତୁତ ଉତ୍ପାଦର ପେସାଦାର ଫଟୋଗ୍ରାଫି ଏବଂ ଡିଜିଟାଲ୍ କାଟାଲଗ୍ ବିକାଶରେ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ପଦକ୍ଷେପ ପାରମ୍ପାରିକ ବସ୍ତ୍ର ପ୍ରସ୍ତୁତି ଦକ୍ଷତାକୁ ଗଠନମୂଳକ ଉଦ୍ୟୋଗରେ ରୂପାନ୍ତରିତ କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିବ । ଏସଏଚଜି ସଦସ୍ୟାମାନଙ୍କ ସୃଜନଶୀଳ ସାମର୍ଥ୍ୟକୁ ବୁଣାକାର ସେବା କେନ୍ଦ୍ରର ବିଶେଷଜ୍ଞ ମାର୍ଗଦର୍ଶନ ସହିତ ଯୋଡ଼ି, ଏହି ବୁଝାମଣାପତ୍ର ଉନ୍ନତ ଜୀବିକା ସୃଷ୍ଟି, ଉତ୍ପାଦର ବ୍ୟାପାରିକ ଶକ୍ତି ବିକାଶ ଏବଂ ଦୀର୍ଘମିଆଦି ମୂଲ୍ୟ ସୃଷ୍ଟି ପାଇଁ ମଞ୍ଚ ପ୍ରସ୍ତୁତ ପ୍ରଦାନ କରିବ ।

Previous Post

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ

Next Post

‘ପ୍ରଳୟ’ କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ ସମ୍ପନ୍ନ

FNN WEB

FNN WEB

Next Post
‘ପ୍ରଳୟ’ କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ ସମ୍ପନ୍ନ

'ପ୍ରଳୟ' କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ ସମ୍ପନ୍ନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.