• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ସାହସ ଅଛି ତ ଟ୍ରମ୍ପ୍‌ଙ୍କୁ ମିଛୁଆ ବୋଲି କୁହନ୍ତୁ ମୋଦୀ : ରାହୁଲ

FNN WEB by FNN WEB
July 29, 2025
in ଜାତୀୟ, ମୁଖ୍ୟ ଖବର
0
ସାହସ ଅଛି ତ ଟ୍ରମ୍ପ୍‌ଙ୍କୁ ମିଛୁଆ ବୋଲି କୁହନ୍ତୁ ମୋଦୀ : ରାହୁଲ
0
SHARES
1
VIEWS

ନୂଆଦିଲ୍ଲୀ:ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ବିତର୍କରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହୁଛନ୍ତି ଯେ, ସେ ଯୁଦ୍ଧବିରତି କରିଛନ୍ତି। ସେ ଏହା ୨୯ ଥର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ଉଚିତ୍ ଯେ, ଟ୍ରମ୍ପ୍ ମିଛ କହୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ସରକାର ପାଇଲଟଙ୍କ ହାତ ବାନ୍ଧି ଦେଇଥିଲେ। ବାୟୁସେନାକୁ ମୁକ୍ତ ହାତ ଦିଆଯାଇ ନଥିଲା। ଭାରତ କିଛି ଜେଟ୍ ହରାଇଥିଲା। ଏହା ସେନାର ଦୋଷ ନଥିଲା, ସରକାରଙ୍କ ଦୋଷ ଥିଲା। ପାକିସ୍ତାନର ବାୟୁ ପ୍ରତିରକ୍ଷା ଉପରେ ଆକ୍ରମଣ କାହିଁକି ବନ୍ଦ କରାଯାଇଥିଲା? ସିଡିଏସ୍ ସ୍ୱୀକାର କରିଛନ୍ତି ଯେ, ଆରମ୍ଭରେ ଏକ ଭୁଲ୍ ହୋଇଥିଲା। ବାୟୁସେନାକୁ ଦୋଷ ଦେବା ଭୁଲ୍। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଟ୍ରମ୍ପ୍ ମିଛ କହୁଛନ୍ତି, ଆମର ଜେଟ୍ ପଡ଼ିନାହିଁ, ପ୍ରଧାନମନ୍ତ୍ରୀ ଏହାର ଜବାବ ଦେବା ଉଚିତ୍। ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ନିଜ ଭାବମୂର୍ତ୍ତି ପାଇଁ ସୁରକ୍ଷା ବାହିନୀକୁ ବ୍ୟବହାର କରୁଛନ୍ତି। ଏହା ଦେଶ ପାଇଁ ବହୁତ ବିପଦପୂର୍ଣ୍ଣ। ଗତକାଲି ସରକାର ଚୀନ୍ ବିଷୟରେ କିଛି କହି ନଥିଲେ। ଯଦି ନରେନ୍ଦ୍ର ମୋଦୀଙ୍କ ପାଖରେ ଇନ୍ଦିରା ଗାନ୍ଧୀଙ୍କର ଅଧା ସାହସ ଅଛି, ତେବେ ସେ ଗୃହରେ କହିବା ଉଚିତ୍ ଯେ, ଟ୍ରମ୍ପ୍ ଅସ୍ତ୍ରବିରତି ବିଷୟରେ ମିଛ କହୁଛନ୍ତି। ମାତ୍ର ମୋଦୀଙ୍କ ପାଖରେ ଇନ୍ଦରାଙ୍କର ଅଧା ସାହସ ବି ନାହିଁ ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ମନେ ରଖିବା ଉଚିତ୍ ଯେ, ଦେଶର ସ୍ୱାର୍ଥ ଏବଂ ସେନା ଆପଣଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ନାହିଁ। ମୁଁ କହିଥିଲି ଯେ, ପାକିସ୍ତାନ ଏବଂ ଚୀନ୍‌କୁ ଅଲଗା ରଖନ୍ତୁ। ମାତ୍ର ସରକାରଙ୍କ ବୈଦେଶିକ ନୀତି ବିଫଳ ହୋଇଛି। ପ୍ରକୃତ ଲଢ଼େଇ ଚୀନ୍ ସହିତ ଥିଲା। ପହଲଗାମ ଆକ୍ରମଣ ପଛରେ ମୁନିରଙ୍କର ହାତ ଥିଲା। ପାକିସ୍ତାନ ଏବଂ ଚୀନ୍ ଉଭୟ ଏଥିରେ ସାମିଲ ହୋଇଥିଲେ। ସରକାର ଭାବିଥିଲେ ଯେ, ଆମେ ପାକିସ୍ତାନ ସହିତ ଲଢୁଛୁ। ପ୍ରକୃତରେ ଆମେ ପାକିସ୍ତାନ ଏବଂ ଚୀନ୍ ଉଭୟ ସହିତ ଲଢୁଥିଲୁ।

ଯଦି ଆପଣ ଏଠାରେ ମୋ କଥା ଶୁଣିଥାନ୍ତେ, ତେବେ ଆପଣ ସେହି ୫ଟି ବିମାନ ହରାଇ ନଥାନ୍ତେ.। ମେ’ ୧୧ ତାରିଖରେ ଏକ କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ସିଂହ କହିଥିଲେ ଯେ, ଯେତେବେଳେ ଡିଜିଏମଓ-ସ୍ତରୀୟ ଆଲୋଚନା ଚାଲିଥିଲା, ପାକିସ୍ତାନ ପ୍ରକୃତରେ ଉଲ୍ଲେଖ କରିଥିଲା ଆମେ ଜାଣୁ ଯେ, ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ। ଏହା ସ୍ପଷ୍ଟ ଯେ ସେମାନେ ଚୀନ୍‌ ପାଖରୁ ଲାଇଭ୍ ଯୁଦ୍ଧକ୍ଷେତ୍ର ଇନପୁଟ୍ ପାଉଥିଲେ।

ରାହୁଲ ଗାନ୍ଧୀ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ବ୍ୟକ୍ତି ହେଉଛନ୍ତି ପାକିସ୍ତାନ ଜେନେରାଲ ଅସୀମ ମୁନିର। ନିକଟରେ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏ ବିଷୟରେ କିଛି କହି ନଥିଲେ। ସେ ଏହା ପଚାରି ନଥିଲେ ଯେ, ଟ୍ରମ୍ପ୍ ମୁନିରଙ୍କୁ ତାଙ୍କ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରିବାର ସାହସ କିପରି କଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

Previous Post

ସଂସଦ ପରିସରରେ ବିଜେଡି ସାଂସଦଙ୍କ ଧାରଣା

Next Post

ଶାହଙ୍କୁ ଚୁପ୍ କରାଇଲେ ପ୍ରିୟଙ୍କା

FNN WEB

FNN WEB

Next Post
ଶାହଙ୍କୁ ଚୁପ୍ କରାଇଲେ ପ୍ରିୟଙ୍କା

ଶାହଙ୍କୁ ଚୁପ୍ କରାଇଲେ ପ୍ରିୟଙ୍କା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.