• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ସିନ୍ଦୂର ବିତର୍କ: କଂଗ୍ରେସକୁ ମନଇଚ୍ଛା ଧୋଇଲେ ପ୍ରଧାନମନ୍ତ୍ରୀ

FNN WEB by FNN WEB
July 29, 2025
in ଜାତୀୟ, ମୁଖ୍ୟ ଖବର
0
ସିନ୍ଦୂର ବିତର୍କ: କଂଗ୍ରେସକୁ ମନଇଚ୍ଛା ଧୋଇଲେ ପ୍ରଧାନମନ୍ତ୍ରୀ
0
SHARES
0
VIEWS


୨୨ ଏପ୍ରିଲର ବଦଲା ୨୨ ମିନିଟରେ ନିଆଯାଇଥିଲା
ପାକିସ୍ତାନର ପରମାଣୁ ଧମକ କାମ କରିନଥିଲା
କୌଣସି ବିଶ୍ୱ ନେତା ଭାରତକୁ ଅପରେସନ ବନ୍ଦ କରିବାକୁ କହି ନଥିଲେ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମ୍ପର୍କରେ ଚାଲିଥିବା ବତର୍କ ସମୟରେ କଂଗ୍ରେସକୁ ମନଇଚ୍ଛା ଧୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାକିସ୍ତାନ ଓ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ନିକିତିରେ ତଉଲିଛନ୍ତି। କଂଗ୍ରେସ ପାକିସ୍ତାନ ସ୍ୱର ସାଜିଥିବା ମୋଦି ଅଭିଯୋଗ କରିଛନ୍ତି। ଅପରେସନ ସିନ୍ଦୂର ଠାରୁ ଆରମ୍ଭ କରି ୧୯୬୨-୬୩ରେ କେମିତି ପଣ୍ଡିତ ନେହରୁ ଅକସାଇ ଚିନକୁ ମରୁଭୂମି କହି ଛାଡ଼ି ଦେଇଥିଲେ, ସେକଥା ବି ମୋଦି କହିଛନ୍ତି। ଇନ୍ଦିରା ଗାନ୍ଧିଙ୍କ ଠାରୁ ରାଜୀବ ଗାନ୍ଧିଙ୍କ ଯାଏ ଦେଶର ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ମୋଦି ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ସେମାନେ ଦେଶର ଜମିକୁ ଅନ୍ୟଙ୍କୁ ଦେଇଥିବା ମୋଦି କହିଛନ୍ତି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ମୋଦି। ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଲାଗୁ ହେବାର ଶ୍ରେୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେବାକୁ ୨୯ ଥର ଚେଷ୍ଟା କରିଛନ୍ତି। ସେ ଭାରତ ଓ ପାକିସ୍ତାନକୁ ବାଣିଜ୍ୟ ଡିଲ କଥା କହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିଥିବା କହି ଚାଲିଛନ୍ତି। ଟ୍ରମ୍ପଙ୍କ ଏହି ଦାବିରେ ସତ୍ୟତା ନଥିବା ବିଜେପି ନେତା ଓ ସାଂସଦ କହି ଚାଲିଥିଲେ ହେଁ ମୋଦି ଏ ସମ୍ପର୍କରେ ପଦୁଟିଏ ବି କହି ନାହାନ୍ତି। ସେହିପରି ଅପରେସନ ସିନ୍ଦୂର ବେଳେ କ’ଣ ଭାରତୀୟ ସେନା କିଛି ଜେଟ ହରାଇଥିଲା କି ଉଠୁଥିବା ପ୍ରଶ୍ନରେ ମଧ୍ୟ ମୋଦି କେବଳ ନୀରବତା ଅବଲମ୍ବନ କରିଛନ୍ତି। ଟ୍ରମ୍ପଙ୍କ ନାଁ ଉଚ୍ଚାରଣ କରି ନଥିଲେ ହେଁ ମୋଦି କହିଛନ୍ତି ଯେ ବିଶ୍ୱର କୌଣସି ନେତା ଆମକୁ ଅପରେସନ ସିନ୍ଦୂର ବନ୍ଦ କରିବାକୁ କହି ନଥିଲେ। ସେ କହିଛନ୍ତି, “ଆମେ ପ୍ରଥମ ଦିନରୁ କହିଥିଲୁ ଯେ ଆମ କାର୍ଯ୍ୟାନୁଷ୍ଠାନ ଉତ୍ତେଜନା ସୃଷ୍ଟି କରିବା ପାଇଁ ନୁହର୍ଷ। ଆମକୁ ବିଶ୍ୱର କୌଣସି ନେତା ଅପରେସନ ସିନ୍ଦୂର ବନ୍ଦ କରିବାକୁ କହି ନଥିଲେ।”

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିଜର ଅଭିଭାଷଣ ରଖିଥିଲେ। ଏହି ସମୟରେ ସେ ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ଲୋକସଭାରେ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣେ ମିଛୁଆ କହି ପାରିବେ କି ବୋଲି ରାହୁଲ ପ୍ରଶ୍ନ କରିଥିଲେ। ହେଲେ ମୋଦି ଏ ବିଷୟରେ କିଛି କହିବା ବଦଳରେ କଂଗ୍ରେସର ଜାତୀୟ ସୁରକ୍ଷାର ଭିଜନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଦେଶର ପ୍ରଧାନମନ୍ତ୍ରୀ ନେହରୁ ପାକିସ୍ତାନକୁ ସୁହାଇଲା ଭଳି କେଉଁ ସବୁ ଚୁକ୍ତି କରିଥିଲେ, ସେକଥା ଦେଶକୁ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମେ ୯ ତାରିଖ ରାତିରେ ଆମେରିକା ଉପରାଷ୍ଟ୍ରପତି ଫୋନ୍‌ କରିଥିଲେ। ବାରମ୍ୱାର ଫୋନ୍‌ କରିଥିଲେ। କିନ୍ତୁ ମୁଁ ମିଟିଂରେ ବ୍ୟସ୍ତ ଥିବାରୁ ଫୋନ୍‌ ଉଠାଇ ପାରି ନଥିଲି। ଏହାପରେ ମୁଁ ତାଙ୍କୁ ଫୋନ କରିଥିଲି। ଏହି ସମୟରେ ସେ ମୋତେ କହିଥିଲେ ଯେ ପାକିସ୍ତାନ ବଡ଼ ଆକ୍ରମଣ କରିବାକୁ ଯାଉଛି। ମୁଁ ଏହାର ଜବାବରେ କହିଥିଲି ଯେ ପାକିସ୍ତାନ ଏପରି ଦୁଃସାହସ କଲେ ବହୁମୂଲ୍ୟ ଦେବାକୁ ପଡ଼ିବ କହି ତାଙ୍କୁ ଚେତାଇ ଦେଇଥିଲି।” ଅପରେସନ ସିନ୍ଦୂର ବିତର୍କରେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘‘ସଂସଦ ହେଉଛି ଭାରତର ଗୌରବ ଗାନ କରିବାର କ୍ଷେତ୍ର। ଯେଉଁମାନଙ୍କୁ ଭାରତର ପକ୍ଷ ଦଶୁନି, ସେମାନଙ୍କୁ ଆଇନା ଦେଖାଇବାକୁ ଆସିଛି। ୧୪୦ କୋଟି ଦେଶବାସୀଙ୍କ ଭାବନା ସହ ସ୍ୱର ମିଳାଇବାକୁ ଛିଡ଼ା ହୋଇଛି। ପହଲଗାମ ଘଟଣା ଏହା ନିଷ୍ଠୁରତାର ଚରମ କାର୍ଯ୍ୟ ଥିଲା।

ଆମର ସଂକଳ୍ପ ଥିଲା ଆତଙ୍କୀଙ୍କୁ ମାଟିରେ ମିଶାଇବୁ। ୬ ମେ’ ରାତିରେ ୨୨ ମିନିଟ୍‌ରେ ୨୨ ଏପ୍ରିଲର ଜବାବ ଦେଲୁ। ପୂର୍ବରୁ ଅନେକ ଥର ପାକିସ୍ତାନ ସହ ମୁକାବିଲା ହୋଇଛି। ପାକିସ୍ତାନର ନ୍ୟୁକ୍ଲିୟର ଧମକକୁ ମିଛ ସାବ୍ୟସ୍ତ କରି ଦିଆଗଲା। ଅପରେସନ ସିନ୍ଦୂର ସଫଳତାରୁ ଆମକୁ ୩ଟି ସୂତ୍ର ମିଳିଛି। ୧-ଆପଣଙ୍କୁ ଆପଣଙ୍କ ତରିକାରେ ହିଁ ଜବାବ ଦେବୁ। ୨- ନ୍ୟୁକ୍ଲିୟର ବ୍ଲାକ ମେଲିଂ ବରଦାସ୍ତ କରାଯିବ ନାହିଁ। ୩-ଆତଙ୍କବଦୀ ଓ ଆତଙ୍କୀ ରାଷ୍ଟ୍ରକୁ ଭିନ୍ନ ଭାବେ ଦେଖିବୁ ନାହିଁ।” କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, “ଅପରେସନ ସିନ୍ଦୂରରେ ସାରା ବିଶ୍ୱରୁ ଭାରତକୁ ସମର୍ଥନ ମିଳିଲା। ମାତ୍ର ଦେଶ ଭିତରୁ ଆମ ସେନାକୁ ସମର୍ଥନ ମିଳିଲା ନାହିଁ। କଂଗ୍ରେସ ପକ୍ଷରୁ କୌଣସି ସମର୍ଥନ ମିଳିଲା ନାହିଁ। ସର୍ଜିକାଲ ଷ୍ଟ୍ରାଇକ ବେଳେ ରଣନୀତି ବି ପ୍ରସ୍ତୁତ ହୋଇଥିଲା। କିପରି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍‌ କରିପାରିବୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ। ଆମର ଲକ୍ଷ୍ୟ ଆତଙ୍କୀ ଆଡ୍ଡା ଥିଲା। ସାରା ବିଶ୍ୱକୁ ଜଣାଇଥିଲୁ। ୯ ତାରିଖ ରାତିରେ ଆମ ମିଜାଇଲ୍‌ ପାକିସ୍ତାନରେ ପ୍ରଚଣ୍ଡ ପ୍ରହାର କଲା। ଏହାପରେ ପାକିସ୍ତାନ ଡିଜିଏମ୍‌ଓଙ୍କ ଫୋନ୍‌ ଆସିଲା। ସେମାନେ ଆମ ଆଗରେ ଆକ୍ରମଣ ବନ୍ଦ କରିବାକୁ ନେହୁରା ହେଲେ। ଏହାପରେ ଭାରତ ଆକ୍ରମଣ ବନ୍ଦ କରିଥିଲା।” ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅପରେସନ୍ ସିନ୍ଦୂର ଜାରି ରହିଛି।

କଂଗ୍ରେସକୁ ଟାର୍ଗେଟ କରି ମୋଦି ଆହୁରି କହିଛନ୍ତି, “କଂଗ୍ରେସ ନେତାମାନେ ପାକିସ୍ତାନକୁ କ୍ଲିନଚିଟ୍‌ ଦେଇ ସାରିଛନ୍ତି। ଭାରତ ଆତ୍ମନିର୍ଭରଶୀଳ ଆଡ଼େ ବଢ଼ୁଥିଲା ବେଳେ କଂଗ୍ରେସ ପଛରୁ ଟାଣୁଛି। ପ୍ରଥମେ ଅପରେସନ୍ ସିନ୍ଦୂରକୁ ସମାଲୋଚନା କରିବା ପରେ ଅସ୍ତ୍ରବିରତିକୁ ବିରୋଧ କରାଯାଇଛି। କିଛି ଗଡ଼ବଡ଼ ହେଲେ ମୋଦି ଫସିବେ ହେଉଛି କଂଗ୍ରେସର ଉଦ୍ଦେଶ୍ୟ। ଯାହା ପାକିସ୍ତାନ କରିବା କଥା ତାହା କଂଗ୍ରେସ କରୁଛି। ମେ’ ୯ରେ ପାକିସ୍ତାନ ଶତାଧିକ ମିଜାଇଲ୍‌ ଓ ଡ୍ରୋନ୍ ଫିଙ୍ଗିଥିଲା। ଭାରତର ଏୟାର୍ ଡିଫେନ୍ସ ମଝି ଆକାଶରେ ହିଁ ସେଗୁଡ଼ିକୁ ଶେଷ କରିଦେଲା। କଂଗ୍ରେସ କାଳରେ ସେନାକୁ ଆତ୍ମନିର୍ଭର କରିବାକୁ ଚେଷ୍ଟା କରାଗଲାନି। ପ୍ରତିରକ୍ଷା ଚୁକ୍ତି ବେଳେ ବ୍ୟକ୍ତିଗତ ଫାଇଦାକୁ ଗୁରୁତ୍ୱ ଦିଆଯାଉଥିଲା।” ପାକିସ୍ତାନ ଅଧିକୃତ କଶ୍ମୀରକୁ କବ୍‌ଜା କରିବା ସୁଯୋଗ କଂଗ୍ରେସ ହାତଛଡ଼ା କରିଥିଲା ବୋଲି ମୋଦି କହିଛନ୍ତି। ୧୯୭୧ ଯୁଦ୍ଧରେ ପାକିସ୍ତାନର ୯୩ ହଜାର ଯବାନ ଆତ୍ମସମର୍ପଣ କରିଥିଲେ। ପ୍ରାୟ ୧ ହଜାର କିମି ପର୍ଯ୍ୟନ୍ତ ଭାରତୀୟ ସେନା ପାକିସ୍ତାନ ଭିତରେ ପ୍ରବେଶ କରିଥିଲେ। ଯଦି କଂଗ୍ରେସ ସରକାର ଟିକେ ଚିନ୍ତା କରିଥାନ୍ତା, ତା’ହେଲେ ପିଓକେ ଭାରତକୁ ଆସିଥାନ୍ତା। ମାତ୍ର ସେତେବେଳେ ପିଓକେ ନେଇ କିଛି ପ୍ରସ୍ତାବ ରଖି ନ ଥିଲା ବୋଲି ମୋଦି କହିଛନ୍ତି।

Previous Post

ଶାହଙ୍କୁ ଚୁପ୍ କରାଇଲେ ପ୍ରିୟଙ୍କା

Next Post

ଆକାଂକ୍ଷୀ ଜିଲ୍ଲା ମାନଙ୍କର ଆକାଂକ୍ଷା ପୂରଣ ହେବ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଆକାଂକ୍ଷୀ ଜିଲ୍ଲା ମାନଙ୍କର ଆକାଂକ୍ଷା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଆକାଂକ୍ଷୀ ଜିଲ୍ଲା ମାନଙ୍କର ଆକାଂକ୍ଷା ପୂରଣ ହେବ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.