• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟରେ ଛାତ୍ରୀ ଓ ମହିଳା ସୁରକ୍ଷା ପ୍ରସଙ୍ଗ: ଅପାରଗତା ଲୁଚାଇବା ପାଇଁ ବିଜେପି ଯୁବ ଓ ମହିଳା ମୋର୍ଚ୍ଚାର ଅପଚେଷ୍ଟା: ବିଜେଡି

FNN WEB by FNN WEB
July 30, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟରେ ଛାତ୍ରୀ ଓ ମହିଳା ସୁରକ୍ଷା ପ୍ରସଙ୍ଗ: ଅପାରଗତା ଲୁଚାଇବା ପାଇଁ ବିଜେପି ଯୁବ ଓ ମହିଳା ମୋର୍ଚ୍ଚାର ଅପଚେଷ୍ଟା: ବିଜେଡି
0
SHARES
0
VIEWS


ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ଶାଖା ଦ୍ୱାରା ଗତ କାଲି ରାଜରାସ୍ତାରେ କରାଯାଇଥିବା ପ୍ରତିବାଦ କାର୍ଯ୍ୟକ୍ରମ ଉପରେ ଆଜି କଡା ପ୍ରତିକ୍ରିୟା ଦେଇଛି ବିଜୁ ଜନତା ଦଳ। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ, ବିଜେପିର ଯୁବ ଓ ମହିଳା ଶାଖାକୁ ରାଜରାସ୍ତାରେ ଦେଖି ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଆସିଛି ଯେ, ସେମାନେ ରାଜ୍ୟ ବିଜେପି ସରକାରଙ୍କ ଉପରେ ଆସ୍ଥା ହରାଇଲେଣି କି? ରାଜ୍ୟରେ ଗତ ତେର ମାସର ବିଜେପି ଶାସନରେ ମହିଳା ଓ ଛାତ୍ରୀଙ୍କ ବିରୋଧରେ ଅପରାଧ ବୃଦ୍ଧି ଘଟିବା ଯୋଗୁ ରାଜ୍ୟବାସୀ ଅତିଷ୍ଠ ହୋଇ ପଡିଛନ୍ତି। ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ଏହି ପ୍ରତିବାଦ କାର୍ୟ୍ୟକ୍ରମ ମାଧ୍ୟମରେ, ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଅପଚେଷ୍ଟା କରୁଛନ୍ତି କିନ୍ତୁ ଯେତେବେଳେ ବିଜେପି କର୍ମକର୍ତ୍ତା ମାନେ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଉଛନ୍ତି, ସେତେବେଳେ ସେମାନେ ମୁହଁ ଚୁପ ରଖୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।

ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ଆମେ ଦୃଢ ନିନ୍ଦା କରୁଛୁ। ଯେଉଁ ଦଳର ସଭାପତିଙ୍କୁ ୨୦୦୮ ମସିହାରେ ଓଡିଶା ନିବାସରେ ଗୋଟିଏ ରୁମରେ ତାଲା ପକାଇ ଅଟକାଯାଇଥିଲା, ସେହି ଦଳର ଯୁବ ସଭାପତି ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବା କେତେ ଦୂର ଯୁକ୍ତିଯୁକ୍ତ ? ଇପ୍ସିତା ଆହୁରି ମଧ୍ୟ କହିଥିଲେ ଯେ, ବିଜେପି ଯୁବ ମୋର୍ଚ୍ଚାର ସଭାପତି ଶିଷ୍ଟାଚାର ଓ ଶାଳୀନତା ଭୁଲି ମନ୍ତବ୍ୟ ଦେଇ ଅନ୍ୟ ଛାତ୍ର ସଂଗଠନକୁ କ୍ୟାମ୍ପସ ଯିବାରେ ବାରଣ କରିବା ବେଳେ ଭୁଲି ଯାଉଛନ୍ତି ଯେ ରାଜ୍ୟର ସର୍ବାଧିକ କଲେଜ କ୍ୟାମ୍ପସର ନିର୍ବାଚିତ କର୍ମକର୍ତ୍ତା ବିଜୁ ଛାତ୍ର ଜନତା ଦଳ ସହ ସଂପୃକ୍ତ।

ସେ ଆହୁରି କହିଥିଲେ, ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀର ଆତ୍ମଦାହ ଘଟଣାରେ, ଦୀର୍ଘ ଛଅ ମାସ କାଳ ସେ ନ୍ୟାୟ ପାଇବା ପାଇଁ ସଙ୍ଘର୍ଷ କରିଥିଲେ। ବିଜେପିର ଛାତ୍ର ସଂଗଠନ ଏବିଭିପିର ଜଣେ ସଦସ୍ୟ ହୋଇଥିବା ସତ୍ୱେ, ସୌମ୍ୟାଶ୍ରୀଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବା ପାଇଁ ବିଫଳ ହୋଇଥିଲେ, ଯେଉଁଥିପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଲା। ରାଜ୍ୟ ବିଜେପି ସରକାର ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ଅନ୍ୟକୁ ଅଙ୍ଗୁଳି ଦେଖାଇବାର ଅଧିକାର ବିଜେପି ନେତାମାନେ ହରାଇଛନ୍ତି। ଏହାଛଡା, ଗତ ତେର ମାସରେ ରାଜ୍ୟରେ ୧୮,୦୦୦ ରୁ ଉର୍ଦ୍ଧ୍ବ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ରାଜ୍ୟରେ ପ୍ରତିଦିନ ୧୫ଟି ଦୁଷ୍କର୍ମ ହେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଛାତ୍ରୀ, ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ବୋଲି ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରାଜ୍ୟରେ, ଗୋଟିଏ ପରେ ଗୋଟିଏ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେଉଥିଲା ବେଳେ, ରାଜରାସ୍ତାରେ ଚିତ୍କାର କରୁଥିବା ବିଜେପି ନେତାମାନେ, ମୁହଁରେ ତୁଣ୍ଡି ବାନ୍ଧି ବସି ରହୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଥିଲେ। ବିଜେପି ସରକାର ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ଏହି ବିଫଳତାକୁ ଲୁଚାଇବାକୁ ଗତ କାଲି ବିଜେପି ମହିଳା ଓ ଯୁବମୋର୍ଚ୍ଚା ନେତା ରାଜରାସ୍ତାକୁ ଓହ୍ଲାଇବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ସାହୁ କହିଥିଲେ।

Previous Post

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ବନ୍ଧା ହେଲେ ୬ ଜଣ ଅଭିଯୁକ୍ତ

Next Post

ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

FNN WEB

FNN WEB

Next Post
ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.