• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୪ଟି ବିଭାଗର ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

FNN WEB by FNN WEB
August 1, 2025
in ଓଡ଼ିଶା, ମୁଖ୍ୟ ଖବର
0
୪ଟି ବିଭାଗର ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ
0
SHARES
5
VIEWS

ଜିଏସଟି ଆଇନ-୨୦୧୭ରେ ସଂଶୋଧନ
ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନକୁ ମଞ୍ଜୁରୀ
ଆଉ ୫ବର୍ଷ ବଢ଼ିଲା ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା
ନ୍ୟାୟିକ କମର୍ଚାରୀଙ୍କ ନିଯୁକ୍ତି ଓ ସେବା ନିୟମ ସଂଶୋଧନ
ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀରେ ସଂଶୋଧନ

ଭୁବନେଶ୍ୱର : ବାଲି ଖନନ, ଇଟାଭାଟି ଓ ପାନମସଲା ଆଦି କ୍ଷେତ୍ରରେ ରାଜସ୍ୱ ହାନିକୁ ରୋକିବା ନିମନ୍ତେ ଏଣିକି ‘ଟ୍ରାକ୍ ଆଣ୍ଡ ଟ୍ରେସ୍‌’ ବ୍ୟବସ୍ଥାକୁ ଉପଯୋଗ କରି ଜୋରିମାନା ଆଦାୟ କରାଯିବ । ଏଥିପାଇଁ ଜିଏସଟି ଆଇନ-୨୦୧୭ରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୨୩ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୪ବିଭାଗର ମୋଟ ୫ପ୍ରସ୍ତାବ ଆଲୋଚନା ପରେ ଅନୁମୋଦିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ନିଷ୍ପତ୍ତିଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି।

ଓଡ଼ିଶା ଦ୍ରବ୍ୟ ଓ ସେବା କର ଆଇନ-୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଟିକସ ଦାତା ଓ ଟିକସ କର୍ତ୍ତୃପକ୍ଷଙ୍କ ପାଇଁ ପ୍ରକ୍ରିୟାକୁ ସରଳୀକରଣ ସହ ସୁବିଧା କରାଯାଇଛି । ପ୍ରସ୍ତାବିତ ସଂଶୋଧନଗୁଡ଼ିକ ମଧ୍ୟରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପାଇବା କ୍ଷେତ୍ରରେ “ପ୍ଲାଂଟ ଏବଂ ମେସିନାରୀ’ ଓ “ପ୍ଲାଂଟ କିମ୍ବା ମେସିନାରୀ’ ମଧ୍ୟରେ ଅସ୍ପଷ୍ଟତାକୁ ଦୂର କରାଯାଇଛି । ଟିକସଦାତାଙ୍କୁ ରିଟର୍ଣ୍ଣ ଫାଇଲ କରିବାରେ ଅଧିକ ସୁବିଧା ପ୍ରଦାନ, ଟିକସ ଫାଙ୍କି ରୋକିବା ପାଇଁ କ୍ରେଡିଟ୍ ନୋଟ୍ ଗ୍ରହୀତାଙ୍କୁ ଆନୁପାତି ଭାବେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ରିଭର୍ସ କରିବା ଜରୁରୀ କରାଯାଇଛି ।

ସେହିପରି ପାନ ମସଲା, ଇଟାଭାଟି ଓ ବାଲି ଖନନ ଆଦି କ୍ଷେତ୍ରରେ ରାଜସ୍ୱ ହାନି ରୋକିବା ପାଇଁ “ଟ୍ରାକ ଆଣ୍ଡ ଟ୍ରେସ’ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏହି ବ୍ୟବସ୍ଥା ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ବା ଦେୟ କରର ୧୦% ଜୋରିମାନା(ଯାହା ଅଧିକ ହେବ) ଦେବାକୁ ପଡ଼ିବ । ସେହିପରି “ସ୍ଥାନୀୟ ପାଣ୍ଠ’ ଓ “ମ୍ୟୁନିସିପାଲ ପାଣ୍ଠି’ର ଶବ୍ଦଗୁଡ଼ିକରେ ସ୍ପଷ୍ଟତା ଅଣାଯାଇଛି । ଭାଉଚର ସମ୍ବନ୍ଧୀୟ ଦେଣନେଣର ସମୟ ନିର୍ଦ୍ଧାରଣ ସମ୍ବନ୍ଧୀୟ ବ୍ୟବସ୍ଥା ହଟାଇବା ଏବଂ କେବଳ ଜୋରିମାନା ସମ୍ବନ୍ଧୀୟ ଆଦେଶ ବିରୋଧରେ ଅପିଲ କରିବାକୁ ଜୋରିମାନା ରାଶିର ୧୦% ଆଗୁଆ ଜମା କରିବା ଜରୁରୀ ହୋଇଛି ।

ଆର୍ଥିକ ପ୍ରୋତ୍ସାହନର ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରିବା ପାଇଁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ କେତେକ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ୨୦୧୬ ନଭେମ୍ବର ୨୪ତାରିଖରୁ କାର୍ଯ୍ୟକାରୀ ହେଉଥିବା ଏହି ନୀତି ଅଧୀନରେ ଥିବା ବ୍ୟବସ୍ଥାକୁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨( ନଭେମ୍ବର ୩୦,୨୦୨୨ରୁ କାର୍ଯ୍ୟକାରୀ)ର ଅନୁରୂପ ବ୍ୟବସ୍ଥା ସହିତ ସମାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କ୍ୟାବିନେଟ୍ ଏହି ଆର୍ଥିକ ପ୍ରୋତ୍ସାହନ ଅନୁମୋଦନ ପ୍ରକ୍ରିୟାକୁ ସରଳୀକରଣ ଓ ବର୍ଦ୍ଧିତ ଆର୍ଥିକ ପରିମାଣ କ୍ଷମତାକୁ ମଞ୍ଜୁରୀ ଦେଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଡିଏଲସି’ ୧କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ ଓ ମେସିନାରୀରେ ନିବେଶ, ଶିଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଏସଡିଏଲଏସି’ରେ ୧କୋଟିରୁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ୍ ଓ ଯନ୍ତ୍ରପାତିରେ ନିବେଶ ଏବଂ ଏମଏସଏମଇ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ‘ଏସଏଲଡି’ରେ ୧୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ଲାଂଟ ଓ ଯନ୍ତ୍ରପାତିରେ ନିବେଶ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଦେଇପାରିବେ । ଏହା ଶିଳ୍ପ ପ୍ରୋତ୍ସାହନ ନୀତି ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରକ୍ରିୟାକୁ ସରଳ କରିବ, ଯାହାଫଳରେ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ବୃଦ୍ଧି ଓ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି ।

ରାଜ୍ୟ କ୍ୟାବିନେଟ୍ “ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ’ର ଅବଧିକୁ ଆଉ ୫ବର୍ଷ ବୃଦ୍ଧି ନିମନ୍ତେ ଅନୁମୋଦନ କରିଛନ୍ତି । ଏହି ଆଡ଼ିବନ୍ଧ ତିଆରି ଯୋଜନା-୩.୦’କୁ ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପାଂଚ ବର୍ଷ ବୃଦ୍ଧି କରାଯିବା ସହ ଏହି ଯୋଜନାରେ ଆଉ ୨୭୩୮କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଦ୍ୱାରା ୫୭,୫୨୫ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରିବା ସହ ୪୧,୭୧୩ ହେକ୍ଟର ଚାଷ ଜମିକୁ ପୁନଃଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏହି ଯୋଜନାରେ ମୌସୁମୀ ପରବର୍ତ୍ତୀ ସମୟରେ ଗାଁଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇବା, ଭୂତଳ ଜଳ ପୁନଃଭରଣ ଓ ଖରିଫ ଜଳସେଚନକୁ ବୃଦ୍ଧି କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।

ରାଜ୍ୟ ସରକାର “ଓଡ଼ିଶା ଜିଲ୍ଲା ଓ ସିଭିଲ କୋର୍ଟ ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ, ୨୦୦୮\”ରେ ସଂଶୋଧନ ଆଣିବାକୁ ନିଷ୍ପତ୍‌ତି ନେଇଛନ୍ତି । ନୂତନ ଅପରାଧୀ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ କାର୍ଯ୍ୟକାରୀ ହେବା ପରେ ନ୍ୟାୟିକ କର୍ମଚାରୀଙ୍କ ଆଇନଗତ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ଏହି ସଂଶୋଧନ ଆବଶ୍ୟକ ହୋଇଛି । ଏହା ଦ୍ୱାରା କୋର୍ଟର ନୈତିକ କାର୍ଯ୍ୟ ସୁଗମ ହେବା ସହ ମାମଲାର ଶୀଘ୍ର ନିଷ୍ପତ୍ତି ସମ୍ଭବ ହେବ ।

“ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ- ୧୯୭୧’ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ରାଜ୍ୟ ପ୍ରସିକ୍ୟୁସନ ସର୍ଭିସ (ଓଏସପିଏସ୍‌) କ୍ୟାଡରରେ ଆଇନ ଅଧିକାରୀଙ୍କ ଅଭାବ ଦୂର କରିବା ଏବଂ ବକେୟା ମାମଲାର ଭାର ହ୍ରାସ କରି ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଏହି ସଂଶୋଧନ ଆଣାଯାଇଛି । ଶେଷଥର ପାଇଁ ଗତବର୍ଷ ମାର୍ଚ୍ଚ ୧୩ ତାରିଖରେ ଏହିନ ିୟମର ସଂଶୋଧନ ହୋଇଥିଲା ।

Previous Post

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: 12th ଫେଲ୍ ଶ୍ରେଷ୍ଠ ଫିଚର ଫିଲ୍ମ

Next Post

ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

FNN WEB

FNN WEB

Next Post
ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.