ନୂଆଦିଲ୍ଲୀ: ୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ ବଲିଉଡ୍ ବାଦଶାହା ଅଭିନେତା ଶାହରୁଖ ଖାନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ‘ଯଓ୍ୱାନ’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ସେହିପରି ‘ଟୁଓ୍ୱେଲଥ୍ ଫେଲ୍’ ଫିଲ୍ମ ପାଇଁ ବିକ୍ରାନ୍ତ ମାସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି । ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି । ଏହାସହିତ ରଣବୀର କପୁରଙ୍କ ଅଭିନୀତ ଆନିମଲ୍ ଫିଲ୍ମ ପାଇଁ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କୁ ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍ ଆଉ ବ୍ୟାକଗ୍ରାଉଣ୍ଡ ସ୍କୋର କ୍ୟାଟେଗୋରିରେ ଆଓ୍ୱାର୍ଡ ଜିତିଛନ୍ତି । ଜୁରୀ ସଦସ୍ୟ ଆଶୁତୋଷ ଗୋବାରୀକର ଓ ପି ଶେଷାଦ୍ରୀଙ୍କ ନେତୃତ୍ୱରେ ଫିଲ୍ମଗୁଡ଼ିକୁ କିଛି ସପ୍ତାହ ଧରି ତର୍ଜମା କରାଯାଇଥିଲା। ଶେଷରେ ସେମାନେ ନିଜର ରିପୋର୍ଟ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ୍ ମୁରୁଗନଙ୍କୁ ପ୍ରଦାନ କରିଛନ୍ତି। ଶେଷରେ ଦିଲ୍ଲୀର ଜାତୀୟ ମିଡ଼ିଆ ସେଣ୍ଟରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି।
ବିଜେତାଙ୍କ ତାଲିକା:
ସୱତନ୍ତ୍ର ଉଲ୍ଲେଖ: ଆନିମଲ (ରି-ରେକର୍ଡିଂ ମିକ୍ସର) – ଏମ୍ ଆର୍ ରାଜକ୍ରିଷ୍ଣନ
ଶ୍ରେଷ୍ଠ ତାଈ ଫେକ ଫିଲ୍ମ: ପାଈ ତାଙ୍ଗ
ଶ୍ରେଷ୍ଠ ଗାରୋ ଫିଲ୍ମ: ରିମଦୋଗିତାଙ୍ଗା
ଶ୍ରେଷ୍ଠ ତେଲୁଗୁ ଫିଲ୍ମ: ଭଗବନ୍ତ କେସରୀ
ଶ୍ରେଷ୍ଠ ତାମିଲ ଫିଲ୍ମ: ପାର୍କିଂ
ଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ: ଗୋଦ୍ଦେ ଗୋଦ୍ଦେ ଚା
ଶ୍ରେଷ୍ଠ ଓଡ଼ିଆ ଫିଲ୍ମ: ପୁଷ୍କରା
ଶ୍ରେଷ୍ଠ ମରାଠୀ ଫିଲ୍ମ: ଶ୍ୟାମଚୀ ଆଈ
ଶ୍ରେଷ୍ଠ କନାଡ଼ା ଫିଲ୍ମ: କନ୍ଦିଲୁ
ଶ୍ରେଷ୍ଠ ହିନ୍ଦୀ ଫିଲ୍ମ: କଟହଲ୍
ଶ୍ରେଷ୍ଠ ଆକ୍ସନ ନିର୍ଦ୍ଦେଶନା: ହନୁମାନ (ତେଲୁଗୁ)
ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା(Choreography): ରକି ଔର ରାଣୀ କୀ ପ୍ରେମ କାହାଣୀ (ଢିଣ୍ଢୋରା ବାଜେ ରେ)
ଶ୍ରେଷ୍ଠ ଗୀତ: ବଲଗମ୍(ତେଲୁଗୁ)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା (ତାମିଲ): ବାଥୀ – ଜି ଭି ପ୍ରକାଶ କୁମାର
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା (ହିନ୍ଦୀ): ଆନିମଲ – ହର୍ଷବର୍ଦ୍ଧନ ରାମେଶ୍ୱର
ଶ୍ରେଷ୍ଠ ମେକଅପ (ହିନ୍ଦୀ): ସାମ୍ ବାହାଦୁର – ଶ୍ରୀକାନ୍ତ ଦେଶାଇ
ଶ୍ରେଷ୍ଠ ପୋଷାକ ଡିଜାଇନର: ସାମ୍ ବାହାଦୁର – ଦିବ୍ୟା ଗମ୍ଭୀର, ସଚୀନ ଲାଭଲେକର, ନିଧୀ ଗମ୍ଭୀର
ଶ୍ରେଷ୍ଠ ସାଉଣ୍ଡ ଡିଜାଇନର: ଆନିମଲ୍ – ସଚୀନ ସୁଧାକରନ, ହରିହରନ୍ ମୁରଲୀଧରନ୍
ଶ୍ରେଷ୍ଠ ସଂଳାପ ଲେଖକ: ସିର୍ଫ ଏକ ବନ୍ଦା କାଫି ହେ
ଶ୍ରେଷ୍ଠ ସିନେମାଟୋଗ୍ରାଫୀ: ଦ କେରଳ ଷ୍ଟୋରୀ – ପ୍ରଂଶାନ୍ତନୁ ମହାପାତ୍ର
ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ ସିଙ୍ଗର: ଶିଳ୍ପା ରାଓ
ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ ସିଙ୍ଗର: ପିଭିଏନ୍ ଏସ୍ ରୋହିତ (ତେଲୁଗୁ)
ଶ୍ରେଷ୍ଠ ଶିଶୁ କଳାକାର: ଗାନ୍ଧୀ ତଥା ଚେତୁ – ସୁକ୍ରୀତି ଭେନୀ ବନ୍ଦ୍ରେଦୀ
ଜିପ୍ସୀ – କବୀର ଖଣ୍ଡାରେ
ନାଲ – ତ୍ରିଶା ତୋସାର, ଶ୍ରୀନିବାସ ପୋକାଲେ, ଭାର୍ଗବ ଜଗପତ
ଶ୍ରେଷ୍ଠ ଅଭିନେତ୍ରୀ: ରାଣୀ ମୁଖାର୍ଜୀ
ଶ୍ରେଷ୍ଠ ଅଭିନେତା: ଶାହରୁଖ ଖାନ, ବିକ୍ରାନ୍ତ ମେସି
ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ: ରକି ଔର ରାଣୀ କୀ ପ୍ରେମ କାହାଣୀ
ଶ୍ରେଷ୍ଠ ଫିଚର ଫିଲ୍ମ: ୧୨ବୀଁ ଫେଲ
ଶ୍ରେଷ୍ଠ ଚିତ୍ରନାଟ୍ୟ: ବେବୀ (ତେଲୁଗୁ) – ସାଇ ରାଜେଶ ନୀଲମ














