• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କେନ୍ଦ୍ରାପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଜଳିଗଲେ ଆଉ ଜଣେ ଛାତ୍ରୀ

FNN WEB by FNN WEB
August 6, 2025
in ଓଡ଼ିଶା, ମୁଖ୍ୟ ଖବର
0
କେନ୍ଦ୍ରାପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଜଳିଗଲେ ଆଉ ଜଣେ ଛାତ୍ରୀ
0
SHARES
1
VIEWS

ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ
କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ: ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବି.ଏଡ୍‌ ଛାତ୍ରୀ ଓ ପୁରୀଜିଲ୍ଲା ବଳଙ୍ଗା ନାବାଳିକା ଘଟଣାକୁ ରାଜ୍ୟବାସୀ ଭୁଲିପାରି ନଥିବା ବେଳେ ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଳି ଯାଇଛନ୍ତି ଜଣେ ଛାତ୍ରୀ। ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି। ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଘର ଭିତରୁ ମିଳିଛି ଛାତ୍ରୀଙ୍କ ଜଳନ୍ତା ମୃତଦେହ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଜାଳି ଦେଇଛି ନା ଜୀବନ୍ତ ଜାଳିଦେଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ମୃତ ଛାତ୍ରୀ ଜଣଙ୍କ ଯୁକ୍ତ ତିନିରେ ପଢୁଥିଲେ। ଏବର୍ଷ ତାଙ୍କର ଶେଷ ବର୍ଷ ଥିଲା। ଘରେ ସେ ତାଙ୍କ ବାପା ଓ ମା’ଙ୍କ ସହିତ ରହୁଥିଲେ। ତାଙ୍କ ଭାଇ ଗୁଜରାଟରେ ରହନ୍ତି।

ଆଜି ସକାଳେ କୌଣସି କାମରେ ମୃତ ଛାତ୍ରୀଙ୍କ ବାପା ଓ ମା’ ପଟ୍ଟାମୁଣ୍ଡାଇର ପତ୍ରପୁରକୁ ଯାଇଥିଲେ। ସେମାନେ ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ଘରକୁ ଫେରିଥିଲେ। ଘରେ ପହଞ୍ଚି ସେମାନେ କବାଟ ବାଡ଼େଇ ଥିଲେ। କିନ୍ତୁ ଝିଅ ଦ୍ୱାର ଫିଟାଇ ନଥିଲେ। ତା’ପରେ ତାଙ୍କ ବାପା ତାଙ୍କୁ ଫୋନ୍ କରିଥିଲେ। ତଥାପି କିଛି ଉତ୍ତର ମିଳି ନଥିଲା। ତେଣୁ ତାଙ୍କ ବାପା ପଡ଼ୋଶୀଙ୍କୁ ଡାକିଥିଲେ ଓ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ। ଘର ଭିତରେ ଥିବା ସିଡିରେ ଝିଅର ଜଳନ୍ତା ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ।

ତାଙ୍କର ଜଣେ ପଡ଼ୋଶୀ ପ୍ରଶାନ୍ତ ସିଂହ କହିଛନ୍ତି ଯେ ସକାଳ ପ୍ରାୟ ସାଢ଼େ ୭ଟା ବେଳେ ମୃତ ଛାତ୍ରୀଙ୍କ ବାପାମା’ ପତ୍ରପୁର ଯାଇଥିଲେ। ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଝିଅଟିକୁ ସାଇପଡ଼ିଶା ଦେଖିଛନ୍ତି। ସେ ଘରେ ଥିଲେ ଓ ତାଙ୍କ କାମରେ ଲାଗିଥିଲେ। ୯ଟା ପରେ ତାଙ୍କୁ ଆଉ କେହି ଦେଖି ନାହାନ୍ତି। ସେ ଘର କବାଟ ବନ୍ଦ କରି ଦେଇଥିଲେ। ତେଣୁ ସେ ଖାଇପିଇ ଶୋଇପଡ଼ିଥିବେ ବୋଲି ଅନ୍ୟମାନେ ଭାବି ନେଇଥିଲେ। କେହି କିଛି ସନ୍ଦେହ କରି ନଥିଲେ। କିନ୍ତୁ ତାଙ୍କ ବାପାମା’ ଫେରିବା ପରେ ସେ କବାଟ ଖୋଲି ନଥିଲେ। ଏଣୁ ତାଙ୍କ ବାପା କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ ଓ ଝିଅ ନିଆଁରେ ଜଳି ଯାଇଥିବା ଦେଖିବାକୁ ପାଇଥିଲେ।

ମୃତ ଛାତ୍ରୀଙ୍କ ବାପା କହିଛନ୍ତି ଯେ ତାଙ୍କର ଜଣେ ଯୁବକ ସହିତ ପ୍ରେମ ସଂପର୍କ ଥିଲା। ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଯାଇଥିଲା। ବ୍ରେକ୍‌ଅପ୍‌ ପରେ ଯୁବକ ଜଣଙ୍କ ତାଙ୍କ ଝିଅର କିଛି ଫଟୋ ରଖି ବ୍ଲାକମେଲିଂ କରୁଥିଲା। ଏନେଇ ପ୍ରାୟ ୬ ମାସ ତଳେ ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ପୁଲିସ ତାଙ୍କ ଏଫଆଇଆର ରଖି ନଥିଲା। ପୁଅଝିଅ କଥା ହୋଇଥିବାରୁ ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରିବାକୁ କହିଥିଲା। ଏହା ସହିତ ଯୁବକର ନମ୍ବର ବ୍ଲକ୍‌ ଲିଷ୍ଟରେ ପକାଇ ଦେବାକୁ କହିଥିଲା। ଅନ୍ୟପକ୍ଷରେ ଉକ୍ତ ଯୁବକ ତାଙ୍କ ଝିଅକୁ ବରାବର ହଇରାଣ କରିଆସୁଥିଲା ଓ ପେଟ୍ରୋଲ କିମ୍ବା କିରୋସିନି ଢାଳି ମାରି ଦେବାକୁ ଧମକ ଦେଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତା’ର ଏଭଳି ନିର୍ଯାତନା ସହି ନପାରି ଝିଅ ଆତ୍ମହତ୍ୟା କରିଛି ବୋଲି ସେ କହିଛନ୍ତି।

ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବାକୁ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି)। କେନ୍ଦ୍ରାପଡ଼ା ଏସ୍‌ପି ଓ ଗ୍ରାମାଞ୍ଚଳ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି। ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଯାଞ୍ଚ କରୁଛି। ତେବେ ଘଟଣା ସଂପର୍କରେ ଜଣାପଡ଼ିବାର ପ୍ରାୟ ୩ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ ସେ ନିଜେ ଏହି ଘଟଣାର ତଦନ୍ତ କରିବେ। କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଜଳିଗଲେ, ତାହାର ତଦନ୍ତ କରାଯିବ। ପୂର୍ବରୁ ପୁଲିସ୍ ଏତଲା ଗ୍ରହଣ କରି ନଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ତାହାର ବି ତଦନ୍ତ ହେବ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖରେ ବାଲେଶ୍ୱର ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମାହୂତି ଦେଇଥିବା ବେଳେ ଜୁଲାଇ ୧୯ ତାରିଖରେ ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ନାବାଳିକା ଜଳି ଯାଇଥିଲେ। ଅଗଷ୍ଟ ୨ ତାରିଖରେ ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍‌ସରେ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥିରେ ଅନ୍ୟକାହାର ସଂପୃକ୍ତି ନଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି। ଏଫ୍‌ଏମ୍‌ ଘଟଣାରେ ଜଣେ ଛାତ୍ରଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହି ଦୁଇଟି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ଆଜି ଘଟିଛି ଆଉ ଏକ ଅଘଟଣ,ଯେଉଁଥିରେ ପୁଲିସ ଅବହେଳା କଥା ଉଠିଛି। ଫଳରେ ପୁଣି ଥରେ ଅକଳରେ ପଡ଼ିପାରନ୍ତି ସରକାର।

Previous Post

ଦୁର୍ନୀତିରୁ ଦୂରରେ ରହିବାକୁ ଅଧିକାରୀ ମାନଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

Next Post

ନୂଆଦିଲ୍ଲୀରେ ଗୃହମନ୍ତ୍ରୀ-ଜଳ ଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ନୂଆଦିଲ୍ଲୀରେ ଗୃହମନ୍ତ୍ରୀ-ଜଳ ଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀରେ ଗୃହମନ୍ତ୍ରୀ-ଜଳ ଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.