• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିରୋଧୀ ଦଳକୁ କାର୍ତ୍ତିକ ପାଣ୍ଡିଆନଙ୍କ ତୀବ୍ର ସମାଲୋଚନା

FNN WEB by FNN WEB
May 3, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ବିରୋଧୀ ଦଳକୁ କାର୍ତ୍ତିକ ପାଣ୍ଡିଆନଙ୍କ ତୀବ୍ର ସମାଲୋଚନା
0
SHARES
0
VIEWS

ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ଭୁବନେଶ୍ବର : ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି। କନ୍ଧମାଳ ନିର୍ବାଚନ ଅନ୍ତର୍ଗତ ଭଞ୍ଜନଗରରେ ଦଳୀୟ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଓ ବିକ୍ରମ କେଶରୀ ଆରୁଖଙ୍କ ପାଇଁ ଭୋଟ ମାଗିଥିବା ବେଳେ, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କ ସପକ୍ଷରେ ଡବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ।

ନିଜ ଭାଷଣରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସେମାନେ ସବୁ କଥାରେ ଓଡିଶାକୁ ବିରୋଧ କରୁଛନ୍ତି। ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ସେମାନେ ବିକାଶର ବିରୋଧୀ। ଓଡିଶାର ବିକାଶ ସବୁଆଡେ ଦିଶୁଛି। ସବୁ ଓଡିଶାବାସୀଙ୍କୁ ଦେଖାଯାଉଛି। କିନ୍ତୁ ବିରୋଧୀ ଙ୍କୁ କିଛି ଦେଖାଯାଉନାହିଁ । ଏଭଳି ବିରୋଧୀଙ୍କୁ ଉଚିତ ଜବାବ ଦେବେ ଆମର ଓଡିଆ ଭାଇଭଉଣୀ।

ବିରୋଧୀ ଦଳର ନେତାମାନେ ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ମତ ଦେଇ ସେ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି ସବୁ ସଶକ୍ତିକରଣ ଯୋଜନାକୁ ବନ୍ଦ କରିବାକୁ ବିଧିବଦ୍ଧ ଯୋଜନା ଚଲାଇଛନ୍ତି। ମା ମାନେ ଦୁବାଇ ଯାଉଥିଲେ। ତାଙ୍କର କଣ ଅସୁବିଧା ହେଲା ? ସେମାନଙ୍କ ଦୁବାଇ ଯିବା କାହିଁକି ବନ୍ଦ କଲେ? ସଭାରେ ଲୋକଙ୍କ ବିଶାଳ ଉପସ୍ଥିତିକୁ ଲକ୍ଷ୍ୟ କରି ସେ କହିଲେ ଯେ, ବିରୋଧୀଙ୍କୁ ମୁଁ ଆହ୍ବାନ କରୁଛି, ସେମାନେ ଆସନ୍ତୁ, ଦେଖନ୍ତୁ ନବୀନ ବାବୁଙ୍କ ପ୍ରତି ଲୋକଙ୍କର କିପରି ଜନ ସମର୍ଥନ ଅଛି, କିପରି ଭଲ ପାଇବା ଅଛି । ଏତେ ଖରାରେ ମଧ୍ୟ ମା ମାନଙ୍କ ବିଶାଳ ଜନସମୁଦ୍ର ବିରୋଧୀଙ୍କ ନିଦ ହଜେଇ ଦେଇଛି ବୋଲି ସେ କହିଥିଲେ।

ସେ କହିଥିଲେ ଯେ ନବୀନ ସରକାର ହେଉଛି ସାଢେ ଚାରି କୋଟି ଓଡିଆଙ୍କ ସରକାର। ନବୀନ ସରକାର ହେଉଛି ମା ମାନଙ୍କ ସରକାର, ଯୁବପୀଢିର ସରକାର – ସମସ୍ତଙ୍କ ସରକାର। ୫୦ ହଜାର ମାର୍ଜିନ୍‌ରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଆହ୍ବାନ ଦେଇଥିଲେ ।
ସଭାରେ ଅଭିମତ ରଖି ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ କହିଲେ ଯେ ଓଡିଆ ଅସ୍ମିତାର ପରିଚୟ ହେଉଛନ୍ତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ । ନବୀନ ପଟ୍ଟନାୟକ ଆଜି ମହାପ୍ରଭୁଙ୍କ ପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ସବୁ ଧର୍ମ ପୀଠର ରୂପାନ୍ତର କରିଛନ୍ତି। ଏ ହେଉଛି ଓଡିଶାର ଅସ୍ମିତାର ସୁରକ୍ଷା, ଆଉ କାହାର ଓଡିଆ ଅସ୍ମିତା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ । ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ସବୁବେଳେ ଆମକୁ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ତାଙ୍କ ନିର୍ଦ୍ଦେଶରେ ମୁଁ ସବୁ ଜାଗାରେ ହିସାବ ଦେଉଛି। ଆପଣମାନଙ୍କୁ ମଧ୍ୟ ହିସାବ ଦେବି। ନିର୍ବାଚନ ପରେ ମଧ୍ୟ ହିସାବ ଦିଆଯିବ।

Previous Post

ଭଞ୍ଜନଗରରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଆହ୍ବାନ

Next Post

ସୁଜାତା ଆର୍‌ କାର୍ତ୍ତିକେୟନ୍‌ଙ୍କୁ ଅର୍ଥ ବିଭାଗକୁ ବଦଳି, ମିସନ ଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ

FNN WEB

FNN WEB

Next Post
ସୁଜାତା ଆର୍‌ କାର୍ତ୍ତିକେୟନ୍‌ଙ୍କୁ ଅର୍ଥ ବିଭାଗକୁ ବଦଳି, ମିସନ ଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ

ସୁଜାତା ଆର୍‌ କାର୍ତ୍ତିକେୟନ୍‌ଙ୍କୁ ଅର୍ଥ ବିଭାଗକୁ ବଦଳି, ମିସନ ଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.