• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୋଡ଼ି ହୋଇ ଆଖି ବୁଜିଲେ ଆଉ ଜଣେ ଝିଅ

FNN WEB by FNN WEB
August 11, 2025
in ଓଡ଼ିଶା, ମୁଖ୍ୟ ଖବର
0
ପୋଡ଼ି ହୋଇ ଆଖି ବୁଜିଲେ ଆଉ ଜଣେ ଝିଅ
0
SHARES
1
VIEWS

ବରଗଡ଼ : ପୁଣି ଜଣେ ଝିଅ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁର ନାବାଳିକା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି। ଫିରିଙ୍ଗିମାଲର ଗୋଟିଏ ପଡ଼ିଆରୁ ଆଜି ସକାଳେ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ ପଦ୍ମପୁରରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ନାବାଳିକାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ବରଗଡ଼ ଏସପି।

ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ନାବାଳିକାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କ ଶରୀରରୁ ଅଧାରୁ ଅଧିକ ଅଂଶ ପୋଡ଼ି ଯାଇଥିଲା। ଡାକ୍ତରଙ୍କ ସବୁ ପ୍ରକାରର ‌ଉଦ୍ୟମ ସତ୍ତ୍ୱେ ନାବାଳିକା ଜଣଙ୍କ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତେବେ ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଥିଲେ ନା ତାଙ୍କୁ କେହି ଜାଳି ଦେଇଛି ତାହା ସ୍ପଷ୍ଟ ହୋଇପାରିନି। ମାମୁ ଘର ପଛ ପଟରେ ଥିବା ଫୁଟବଲ୍ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ପ୍ରାଣ ହରାଇଥିବା ଝିଅର ବୟସ ୧୩ ବର୍ଷ ହୋଇଥିବା ବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।

ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି ସୂଚନା ଦେଇ କହିଛନ୍ତି , ନାବାଳିକା ପୋଡ଼ି ଘଟଣାରେ ପୁଲିସ ତତ୍ପରତାର ସହିତ ୩ ଜଣ ଆଇଆଇସିଙ୍କୁ ନେଇ ତଦନ୍ତ ପାଇଁ ଗୋଟିଏ ଟିମ୍‌ ଗଠନ କରାଯାଇଛି। ଫିରିଙ୍ଗିମାଲ ଗାଁକୁ ଯାଇ ପୁଲିସ ଟିମ୍ ଯାଞ୍ଚ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ, ପେଟ୍ରୋଲ ଢାଳି ନାବାଳିକା ଜଣଙ୍କ ଜଳି ଯାଇଛନ୍ତି। ପଡ଼ିଆରେ ତାଙ୍କର ଚପଲ, ପେଟ୍ରୋଲ୍ ବୋତଲ ସହ ଦିଆସିଲି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ବଡ଼ ଘଟଣା ଘଟିଲା ସେନେଇ ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ତେବେ ଏଯାଏ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ପୀଡ଼ିତା ନିଜ ମାମୁଘରେ ରହି ପାଠପଢ଼ୁଥିବା ଜଣାଯାଇଛି।

ଜୁଲାଇ ୧୨ ତାରିଖରୁ ଅନ୍ୟ ତିନି ଜଣ ମହିଳାଙ୍କୁ ପୋଡ଼ି ହତ୍ୟା କରାଯିବା ପରେ ଏହି ସଦ୍ୟତମ ଘଟଣା ଘଟିଛି। ବାଲେଶ୍ୱରର ଜଣେ ୨୦ ବର୍ଷୀୟା ଛାତ୍ରୀ ସେହି ଦିନ ତାଙ୍କ କଲେଜ କ୍ୟାମ୍ପସରେ ନିଜକୁ ଜାଳି ଦେଇଥିଲେ ଏବଂ ୧୪ ଜୁଲାଇରେ ଏମସ ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୯ ଜୁଲାଇରେ ବଳଙ୍ଗାରେ ଜଣେ ନାବାଳିକା ଝିଅକୁ ତିନି ଜଣ ଦୁର୍ବୃତ୍ତ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା ଏବଂ ଅଗଷ୍ଟ ୨ ତାରିଖରେ ଏମସ ଦିଲ୍ଲୀରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଗଷ୍ଟ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲାରେ ଏପରି ତୃତୀୟ ଘଟଣା ଘଟିଥିଲା ଯେତେବେଳେ ପଟ୍ଟାମୁଣ୍ଡାଇ (ଗ୍ରାମୀଣ) ଥାନା ଅଞ୍ଚଳରେ ଜଣେ ତୃତୀୟ ବର୍ଷର ସ୍ନାତକ ଛାତ୍ରୀଙ୍କ ପୋଡ଼ି ଯାଇଥିବା ମୃତଦେହ ତାଙ୍କ ଘରୁ ମିଳିଥିଲା।

Previous Post

କ୍ରପ୍ ୱେଦର୍ ୱାଚ୍ ବୈଠକ ଅନୁଷ୍ଠିତ

Next Post

ନାରୀ ନିର୍ଯାତନା ବଢୁଥିବାବେଳେ ସରକାର ଅସହାୟ: ବିଜେଡ଼ି

FNN WEB

FNN WEB

Next Post
ନାରୀ ନିର୍ଯାତନା ବଢୁଥିବାବେଳେ ସରକାର ଅସହାୟ: ବିଜେଡ଼ି

ନାରୀ ନିର୍ଯାତନା ବଢୁଥିବାବେଳେ ସରକାର ଅସହାୟ: ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.