ଭୁବନେଶ୍ବର: ବରଗଡ ଜିଲ୍ଲା ଗାଏସିଲଟ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବର୍ତ୍ତମାନ ନାବାଳିକା ଓ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି।. ସୋମବାର ବରଗଡ ଜିଲ୍ଲା ଗାଏସିଲଟରେ ଜଣେ ନାବାଳିକା ପୋଡି ମୃତ୍ୟୁବରଣ କରିଛନ୍ତି। ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ଘଟଣାରୁ ଯାହା ଲାଗୁଛି ପୁଲିସର ମନୋବଳ ଭାଙ୍ଗି ଯାଇଛି। ତଦନ୍ତ ଦିଗହରା ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଅଭିଯୋଗ କରିଛନ୍ତି।
ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯାତନା ବଢୁଛି। ଛାତ୍ରୀ ପୋଡି ଓ ଦୁଷ୍କର୍ମ ହେଉଛି. ପୁଲିସର ମନୋବଳ ଭାଙ୍ଗିଯାଇଛି କାରଣ ସରକାର କିଛି କରିବା ଅବସ୍ଥାରେ ନାହାନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ତଳେ ପଡ଼ି ଗଲାଣି। ପଟ୍ଟାମୁଣ୍ଡାଇ ଘଟଣାରେ ଝିଅର ବାପା କହିଲେ ଯେ ୬ ମାସ ତଳେ ଏଫଆଇଆର ଦେବାକୁ ଯାଇଥିଲେ. ହେଲେ ପୁଲିସ ଏଫଆଇଆର ନ ରଖି ନମ୍ବର ବ୍ଲକ ଓ ଅଶ୍ଳୀଳ ଫୋଟୋ ଡିଲିଟ କରିବାକୁ କହିଥିଲେ। ଏହା ପୁଲିସର ଅବହେଳା ଯେଉଁଥି ପାଇଁ ଝିଅର ଜୀବନ ଗଲା।
ଏବେ ପୁଲିସ ଏଫଆଇଆର କରିବାକୁ କହି ଗିରଫ କଲା। ଯେଉଁ ପୁଲିସ ଅଭିଯୋଗ ଗ୍ରହଣ କରି ନଥିଲା ଆଜି କେମିତି ଗିରଫ କଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଲିସ ଉପରେ ଆକ୍ସନ ନେଇ ନିରପେକ୍ଷତା ପ୍ରମାଣ କରୁ ପୁଲିସ। କ୍ରାଇମ ବ୍ରାଞ୍ଚ ନିରପେକ୍ଷ ତଦନ୍ତ କରନ୍ତୁ। କେନ୍ଦ୍ରାପଡ଼ା ପୁଲିସ ନିଜେ ଅଭିଯୁକ୍ତ. ସେ କେମିତି ତଦନ୍ତ କରିବ? ଅସଲ ଦୋଷୀ ଧରାଯାଉ। ଆଜି ଗାଏସିଲଟରେ ଆଉ ଏକ ଦୁଃଖଦ ଘଟଣା ଘଟିଛି। ଆଉ କେତେ ଛାତ୍ରୀ ମଲେ ଦୁଷ୍କର୍ମର ଶିକାର ହେଲେ ସରକାର ସଚେତନ ହେଵେ ବୋଲି ସେ ପ୍ରଶ୍ନ କରିଛନ୍ତି।
ସପ୍ତାହେ ପରେ ବି ପୁଲିସର ହାତ ଖାଲି ରହିଛି। ବଳଙ୍ଗା ଘଟଣାରେ ପୁଲିସ ଆତ୍ମହତ୍ୟା ଥିଓରୀ ଆଣି ଥୋଇଲେ। ଏବେ ପଟ୍ଟାମୁଣ୍ଡାଇ ଘଟଣା ପାଇଁ ଆଉ କେଉଁ ଥିଓରୀ ଆଣିବେ! ବାଲେଶ୍ୱରରେ ଏବିଭିପି ଝିଅ ମଲେ। ତଦନ୍ତକାରୀ ଆଇଜିପଙ୍କୁ ସରକାର ବାହାର କର ଦେଲେ। ତଦନ୍ତ ବାଟବଣା କରି ରାଜନୈତିକ ରୁଟି ସେକିବାକୁ ସରକାର ପୁଲିସ ଉପରେ ଅଦୃଶ୍ୟ ଚାପ ପକାଉଛନ୍ତି। ପୁଲିସ ଦିଗହରା ହେଉଛି। ସରକାର ବ୍ୟାକଫୁଟରେ ଅଛନ୍ତି। ପୁଲିସର ମନୋବଳ ଭାଙ୍ଗି ଦେଉଛନ୍ତି ସରକାର। ଏବେ ଠାରୁ ସଚେତନ ହୋଇ କ୍ରାଇମ ବ୍ରାଞ୍ଚକୁ ନିରପେକ୍ଷ ତଦନ୍ତ କରିବାକୁ ସୁଯୋଗ ଦିଅନ୍ତୁ। ନହେଲେ ବିଜେଡି ଚୁପ ବସିବ ନାହିଁ। ଆଗକୁ ବିଜେଡି ବଡ଼ ଆନ୍ଦୋଳନ କରିବ ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି।














