• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭୁବନେଶ୍ବର ବାଇପାସକୁ କ୍ୟାବିନେଟ ମଂଜୁରୀ

FNN WEB by FNN WEB
August 19, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭୁବନେଶ୍ବର ବାଇପାସକୁ କ୍ୟାବିନେଟ ମଂଜୁରୀ
0
SHARES
2
VIEWS

ନିର୍ମାଣ ହେବ ୧୧୦ କିଲୋମିଟର ଲମ୍ବା ୬ ଥାକିଆ ରାସ୍ତା
ନୂଆଦିଲ୍ଲୀ : ଭୁବନେଶ୍ବର କ୍ୟାପିଟାଲ ରିଜନ ରିଙ୍ଗ ରୋଡ ବା ଭୁବନେଶ୍ବର ବାଇପାସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ପ୍ରାୟ ୮୩୦୮ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଖୋର୍ଦ୍ଧା ରାମେଶ୍ବରରୁ ଚୌଦ୍ବାର ଟାଙ୍ଗୀ ଯାଏଁ ଖୋଲିବ ପ୍ରଗତିର ନୂଆ ରାସ୍ତା । ୬ ଲେନ୍ ବିଶିଷ୍ଟ ୧୧୦ କିମି ଲମ୍ବା ଭୁବନେଶ୍ବର ବାଇପାସ ପ୍ରକଳ୍ପ ଉପରେ ବାଜିଛି କେନ୍ଦ୍ର କ୍ୟାବିନେଟ୍ ମୋହର। ଚୂଡାନ୍ତ ହୋଇ ପ୍ରସ୍ତାବିତ ରାସ୍ତା। ନିଷ୍ପତ୍ତି ଅନୁଯାୟୀ, ଆକ୍ସେସ୍ -କଣ୍ଟ୍ରୋଲ୍ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ଅଧିନରେ ନିର୍ମାଣ ହେବ ଏ ବାଇପାସ୍। ଯାହା ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ତିନି ଜିଲ୍ଲା ଦେଇ ଲମ୍ବିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୮ ହଜାର ୩୦୭ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ହେବ। ହାଇବ୍ରିଡ ମୋଡରେ ଏହାକୁ ନିର୍ମାଣ କରିବାକୁ ବ୍ୟବସ୍ଥା ହୋଇଛି। ଏବେ ରାମେଶ୍ବର-ଟାଙ୍ଗୀ ଜାତୀୟ ରାଜପଥରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି।

ସମସ୍ତ ଗାଡି ଖୋର୍ଦ୍ଧା-ଭୁବନେଶ୍ବର-କଟକ ଦେଇ ଯାତାୟାତ କରୁଥିବାରୁ ପ୍ରବଳ ଟ୍ରାଫକ ସମସ୍ୟା ସହରବାସୀ ସାମନା କରୁଛନ୍ତି। ଏଥିରେ ସୁଧାର ଆଣିବାକୁ ଭୁବନେଶ୍ବର ବାଇପାସ ଗ୍ରୀନଫିଲ୍ଡ ହାଇୱେର ପରିକଳ୍ପନା କରାଯାଇଛ ବୋଲି କୁହାଯାଇଛି। ଏହି ପ୍ରକଳ୍ପ ହେଲେ ଓଡିଶା ସମେତ ପୂର୍ବ ଭାରତର ଅନ୍ୟ ରାଜ୍ୟକୁ ବି ବେଶ ଫାଇଦା ହେବ। ମାଲବାହୀ ଗାଡି ସହଜରେ ଯାତାୟାତ କରିବା ସହିତ ପରିବହନ ଖର୍ଚ୍ଚ ବି କମିଯିବ। ଏଥିସହ ପୁରା ଅଞ୍ଚଳର ସାମାଜିକ ଓ ଅର୍ଥନୈକ ଅଭିବୃଦ୍ଧି ଆଣିବାରେ ସହାୟକ ହେବ ବୋଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ପ୍ରସ୍ତାବିତ ବାଇପାସ ସହିତ ତିନିଟି ପ୍ରମୁଖ ଜାତୀୟ ରାଜପଥ ଏନଏଚ ୫୫, ଏନଏଚ ୫୭, ଏନଏଚ ୬୫୫ ସହ ରାଜ୍ୟ ରାଜପଥ ୬୫ ମଧ୍ୟ ସଂଯୋଗ କରିବ। ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଢେଙ୍କାନାଳକୁ ସଂଯୋଗ ଏକପ୍ରକାର ସହଜ ହୋଇଯିବ। ଏଥିସହ ଆର୍ଥିକ, ସାମାଜିକ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ଏଇ ରାସ୍ତା। କେବଳ ମାଲ ପରିବହନ ନୁହେଁ ଯାତ୍ରୀ ପରିବହନରେ ବି ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ। ରେଳ ଷ୍ଟେସନ, ବିମାନ ବନ୍ଦର, ପ୍ରସ୍ତାବିତ ଅସ୍ତରଙ୍ଗ ଓ ପୁରୀ ଭଳି ଦୁଇଟି ବନ୍ଦର ଏବଂ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ କୁ ଗମନାଗମନକୁ ଅଧିକ ସୁଗମ କରିବ।

କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଥରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ, ଏହା ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧିକୁ ବଳ ଦେବା ସହ ପ୍ରମୁଖ ଧାର୍ମିକ ଓ ଇକୋନମିକ୍ ସେଣ୍ଟରକୁ ଯୋଡି ନୂଆ ଶିଳ୍ପ ଓ ବାଣିଜ୍ୟ ପାଇଁ ପଥ ପରିଷ୍କାର କରିବ। ଏହାଦ୍ବାରା ୭୪ ଲକ୍ଷ ୪୩ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହ ୯୩ ଲକ୍ଷ ୪ ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ, ମେଗା ଫୁଡ ପାର୍କ, ବୟନଶିଳ୍ପ କ୍ଲଷ୍ଟର, ଫାର୍ମା କ୍ଲଷ୍ଟର ସହ ଫିସିଂ କ୍ଲଷ୍ଟରର ବିକାଶ କରିବାରେ ମୁଖ୍ୟ ଭୂମିକା ତୁଲାଇବ। ସେହିଭଳି ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରଭାବିତ ଜିଲ୍ଲାକୁ ଅନେକ ଫାଇଦା ହେବ। ସେପଟେ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ରାଜ୍ୟ ପାଇଁ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ ଯନ୍ତ୍ରୀ। ଅନ୍ୟପଟେ ସ୍ଥାନୀୟ ଲୋକ ବି ନୂଆ ସମ୍ଭାବନା ଓ ସୁଯୋଗ ଆଣିବ ବୋଲି ମତ ରଖିଛନ୍ତି। ଆସନ୍ତା ଅଢେଇ ବର୍ଷ ମଧ୍ୟରେ ପ୍ରସ୍ତାବିତ ଭୁବନେଶ୍ବର ବାଇପାସ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Previous Post

ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ

Next Post

ବି.ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡି ବ୍ଲକ୍‌ର ଉପରାଷ୍ଟ୍ରପତି ପ୍ରାର୍ଥୀ

FNN WEB

FNN WEB

Next Post
ବି.ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡି ବ୍ଲକ୍‌ର ଉପରାଷ୍ଟ୍ରପତି ପ୍ରାର୍ଥୀ

ବି.ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡି ବ୍ଲକ୍‌ର ଉପରାଷ୍ଟ୍ରପତି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.