ଭୁବନେଶ୍ଵର : ବରିଷ୍ଠ ସାମ୍ୱାଦିକ ଜ୍ଞାନରଞ୍ଜନ ଦାସଙ୍କ ମାଆ ତଥା ମଧୁସୂଦନ ଦାସଙ୍କ ଧର୍ମପତ୍ନୀ ପ୍ରମିଳା ଦାସଙ୍କର 78 ବର୍ଷ ବୟସରେ ଆଜି ମଧ୍ୟାହ୍ନରେ ପରଲୋକ ହୋଇଯାଇଛି। କିଛି ଦିନ ଧରି ସେ ରୋଗରେ ପୀଡ଼ିତ ଥିବା ବେଳେ ଜଗତପୁରସ୍ଥିତ ସଦ୍ଗୁରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଜଣେ ମିଷ୍ଟଭାଷି ଓ ଧର୍ମପରାୟଣ ମହିଳା ଥିଲେ। ତାଙ୍କ ବିୟୋଗ ଖବର ମିଳିବା ପରେ ସଦ୍ଗୁରୁ ହସ୍ପପିଟାଲରେ ଆତ୍ମିୟ ସ୍ଵଜନଙ୍କ ସମେତ ମାନ୍ୟଗଣ୍ୟ ଓ ଶୁଭେଚ୍ଛୁମାନେ ପହଞ୍ଚ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମରଶରୀର ନିକଟରେ ପୁଅ ଜ୍ଞାନରଞ୍ଜନ ଦାସ, ମନୋରଞ୍ଜନ, ସ୍ମୃତିରଞ୍ଜନ, ସଲିମ୍, ସଞ୍ଜିବ, ପ୍ରାର୍ଥ ସାରଥୀ, ଜନ୍ମେଞ୍ଜୟ, ବୋହୂ, ନାତିନାତୁଣୀ, ହରିହର ଦାସ, କୃଷ୍ଣ ଚନ୍ଦ୍ର ଦାସ, ବ୍ରଜକିଶୋର ବେହେରା, ଅରବିନ୍ଦ ବେହେରା, ପ୍ରକାଶ ବେହେରା, ଜ୍ବାଇଁ ଅର୍ନ୍ତଯ୍ୟାମୀ, ସ୍ଥାନୀୟ ଗ୍ରାମବାସୀବୃନ୍ଦ ଓ ସମାଜସେବୀ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇବା ପରେ ଆଠଗଡ଼ସ୍ଥିତ ଖମାର ନୂଆଗାଁରେ ଶୋକର ଛାୟା ଖେଳି ଯାଇଛି। ପ୍ରମିଳା ଦାସ ବାସଭବନ ଠାରୁ ସଂକୀର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରି ଶ୍ମଶ୍ମାନକୁ ନିଆଯାଇଥିଲା। ଜେ୍ୟଷ୍ଠପୁତ୍ର ରଶ୍ମିରଞ୍ଜନ ଦାସ ମୁଖାଗ୍ନୀ ଦେଇଥିଲେ।














