• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
August 22, 2025
in ଓଡ଼ିଶା, ମୁଖ୍ୟ ଖବର
0
କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ବିଦ୍ୟାଳୟକୁ ଖୁବ ଶୀଘ୍ର ପିଏମ ଶ୍ରୀ ଯୋଜନାରେ ସାମିଲ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକ କାଳିଆବୁଦା ସ୍ଥିତ କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଦ୍ୟାଳୟକୁ ଏକ ଜ୍ଞାନ ଦୀପସ୍ତମ୍ଭ, ଯାହା ୬୦ ବର୍ଷ ହେଲାଣି କଟକ ସହରରେ ଜ୍ଞାନର ଆଲୋକ ବିକିରଣ କରୁଛି ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମଳାକାନ୍ତ ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ହଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ, ଏହି ବିଦ୍ୟାଳୟକୁ ଖୁବ ଶୀଘ୍ର ପିଏମ ଶ୍ରୀ ଯୋଜନାରେ ସାମିଲ କରିବା, ମିନି ଷ୍ଟାଡିଅମ ନିର୍ମାଣ, ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିବା ଓ ବିଦ୍ୟାଳୟର ଆନୁସଙ୍ଗିକ ଆବଶ୍ୟକତା ସବୁ ଖୁବ ଶୀଘ୍ର ପୂରଣ କରିବା ପାଇଁ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହୀରକ ଜୟନ୍ତୀ କେବଳ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ, ଏହା ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ମିଳନ ମହୋତ୍ସବ। ଯେଉଁମାନେ ଏହି ବିଦ୍ୟାଳୟରୁ ପଢ଼ି ସମାଜରେ ବଡ଼ ବଡ଼ ସ୍ଥାନରେ ପହଞ୍ଚିଛନ୍ତି, ସେମାନଙ୍କ ଉପଲବ୍ଧି ଏହି ବିଦ୍ୟାଳୟର ପ୍ରତିଷ୍ଠାକୁ ଆରୋହିତ କରିଛି। ଆଜି ସେମାନଙ୍କୁ ଦେଖି, ଆମେ ଅନୁଭବ କରୁଛୁ, ବିଦ୍ୟାଳୟର ସଫଳତା ହେଉଛି ଏହାର ଛାତ୍ରଛାତ୍ରୀଙ୍କର ସଫଳତା।

ଆଜିର ଛାତ୍ରଛାତ୍ରୀମାନେ ହେଉଛନ୍ତି ଆଗାମୀ ଭବିଷ୍ୟତ ଏବଂ ସେମାନ ହେବେ ବିକଶିତ ଭାରତର ନିର୍ମାତା। ତେଣୁ, ଆଜିର ବିଦ୍ୟାର୍ଥୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ଉଚିତ। ଏହା ଯେ କୌଣସି ସରକାରଙ୍କ ମୌଳିକ ଏବଂ ନୈତିକ କର୍ତ୍ତବ୍ୟ। ଆମ ସରକାର ଆସିବା ଦିନ ଠାରୁ ହିଁ ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବାକୁ ପ୍ରୟାସ କରୁଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏହାର ଏକ ପ୍ରକୃଷ୍ଟ ଉଦାହରଣ। ରାଜ୍ୟର ପ୍ରତ୍ୟେକ ପଞ୍ଚୟତରେ ଏହି ବିଶ୍ଵସ୍ତରୀୟ ବିଦ୍ୟାଳୟ ନିର୍ମାଣ ହେବ ଏବଂ ଏହି ଦିଗରେ କାର୍ଯ୍ୟ ଆରମ୍ଭ ହୋଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରଖି ନୂତନ ଭାବରେ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ‘ପିଏମ୍‌ଶ୍ରୀ’ ଅଧୀନରେ ରାଜ୍ୟର ୭୬୨ ସ୍କୁଲକୁ ଆଦର୍ଶ ସ୍କୁଲ ଭାବରେ ବିକଶିତ କରାଯିବ । ପିଲାମାନଙ୍କର ମୌଳିକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ‘ନିପୁଣ ଓଡ଼ିଶା’ ମିଶନ କାର୍ଯ୍ୟକାରୀ କରାଯାଉଛି। ପ୍ରତ୍ୟେକ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଏବଂ ୧୦୦ ବର୍ଷରୁ ଅଧିକ ପୁରୁଣା ସମସ୍ତ ବିଦ୍ୟାଳୟକୁ ସଂରକ୍ଷଣ ଏବଂ ପୁନଃନିର୍ମାଣ କରିବା ଲକ୍ଷ୍ୟ ନେଇ ଐତିହ୍ୟ ବିଦ୍ୟାଳୟ ଯୋଜନା ଲାଗୁ କରାଯାଇଛି । ‘ଆସ ସ୍କୁଲ ଯିବା’ ଅଭିଯାନ ଅଧୀନରେ ସାରା ରାଜ୍ୟରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ଘରକୁ ଘର ସର୍ଭେ କରାଯାଇଛି । ସ୍କୁଲ ଯାଉନଥିବା ପିଲାମାନଙ୍କୁ ଚିହ୍ନଟ କରିବା, ସେମାନଙ୍କ ପାଠ ଛାଡ଼ିବାର କାରଣ ବୁଝିବା, ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ ସ୍ଥିତି ମୂଲ୍ୟାଙ୍କନ କରିବା, ସ୍ଥାନୀୟ ଭାଷାର ଆବଶ୍ୟକତା ନିର୍ଣ୍ଣୟ କରିବା ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଶିକ୍ଷା ବ୍ୟବସ୍ଥାରେ ପ୍ରବେଶ କରିବାକୁ ଆଶା କରାଯାଉଥିବା ପିଲାଙ୍କ ସଂଖ୍ୟା ଆକଳନ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ।

ସେ ଆହୁରି କହିଥିଲେ ଯେ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟ ହାସଲ ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ଅଛି। ଏଥିପାଇଁ ପ୍ରଥମେ ପ୍ରାଥମିକ ଶିକ୍ଷାକୁ ବା ସ୍କୁଲ ଶିକ୍ଷାକୁ ସୁଦୃଢ କରିବା ଅତ୍ୟନ୍ତ ଆବଶ୍ୟକ । ଜାତୀୟ ଶିକ୍ଷାନୀତି-୨୦୨୦ରେ ମଧ୍ୟ ଗୁଣାତ୍ମକ ଶିକ୍ଷା ଉପରେ ଫୋକସ୍ ରଖାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷା ବିକାଶ ପାଇଁ ସରକାର ପ୍ରତିବଦ୍ଧ। ଚଳିତ ବଜେଟରେ ପ୍ରାଥମିକ ଶିକ୍ଷା ପାଇଁ ରେକର୍ଡ 31 ହଜାର କୋଟି ରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏକ ମୂଖ୍ୟ ନିଷ୍ପତ୍ତି ହେଉଛି ଯେ, ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷାନୀତି ଅନୁଯାୟୀ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ରାଜ୍ୟରେ ବର୍ତ୍ତମାନ ୪୫, ୨୯୨ଟି ପ୍ରାଥମିକ ବିଦ୍ୟାଳୟରେ ୧, ୬୦, ୩୧୯ଟି ଶିକ୍ଷକ ପଦବୀ ରହିଛି । ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯, ୩୬୬ଟି ପଦବୀ ସୃଷ୍ଟି କରାଯିବ । ଏହା ସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫,୦୬୭ଟି ଶିକ୍ଷକ ପଦବୀ ମଧ୍ୟ ଖାଲି ହେବ।
ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪, ୪୩୩ଟି ପଦବୀ ପୂରଣ କରାଯିବ। ତେଣୁ, ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ ହେବ। ଏହା ସହିତ ପ୍ରାଥମିକ ଶିକ୍ଷକ ମାନଙ୍କୁ ଏଣିକି ନିୟମିତ ନିଯୁକ୍ତି ଦିଆଯିବ ଏବଂ ଯେଉଁ ସ୍କିମାଟିକ୍ ଶିକ୍ଷକମାନେ ୬ ବର୍ଷିଆ ଠିକାରେ ଅଛନ୍ତି, ସେମାନଙ୍କୁ ମଧ୍ୟ ନିୟମିତ କରାଯିବ, ବୋଲି ସେ କହିଥିଲେ।

ଏହି ଅବସରରେ , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ଅଭିଭାଷଣ ରଖିଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଦ୍ୟାଳୟର ସମସ୍ତ ପୁରାତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଦ୍ୟାଳୟର ହୀରକ ଜୟନ୍ତୀ ସ୍ମରଣିକା ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ କଟକ ସାଂସଦ ଡକ୍ଟର ଭତ୍ତୃହରି ମହତାବ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ଶ୍ରୀ ନୟନ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ, କଟକ-ସଦର, ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ କଟକ-ଚୌଦ୍ୱାର, ସୌଭିକ ବିଶ୍ୱାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ,ଶୁଭଦର୍ଶିନୀ ନନ୍ଦ ପ୍ରମୁଖ ମଂଚାସୀନ ଥିଲେ।

Previous Post

କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

Next Post

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.