ପାରାଦୀପ : ଇଣ୍ଡିଆନ ରେଲୱେ କେଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ ଲିମିଟେଡ଼(ଆଇଆରସିଟିସି)ପକ୍ଷରୁ ଶୁକ୍ରବାର ପାରାଦୀପରେ ପ୍ରଥମକରି ସାଧାରଣ ଲୋକଙ୍କ ପାଇଁ ଖବରଦାତା ସମ୍ମିଳନୀ କରାଯାଇଥିଲା।ସ୍ଥାନୀୟ ବ୍ୟାଙ୍କ ଲେନରେ ଥିବା ଏକ ହୋଟେଲରେ ଆଇଆରସିଟିସି ର ଯୁଗ୍ମ ସାଧାରଣ ପରିଚାଳିକା କ୍ରାନ୍ତି ସାଓ୍ବରକର, ଓ ସଂଘମିତ୍ରା ରାଉଳ ଏହି ରାଷ୍ଟ୍ରାୟତ ସେବା ସମ୍ପର୍କରେ ଆଲୋଚନା କରିଥିଲେ।ଚଳିତ ବର୍ଷର ଆସନ୍ତା ମାସ ଠାରୁ ପୂଜା ସମୟ ଆରମ୍ଭ ହେଉଛି।ଏଥିରେ ସାଧାରଣ ଲୋକ ଦେଶ ତଥା ଦେଶ ବାହାରେ ଥିବା ପର୍ଯ୍ୟଟନ ସ୍ଥାନକୁ ଯିବା ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଛି।ଏଥିରେ ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ହୋଟେଲ ରହଣି, ଉଡାଜାହାଜ ସେବା ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି।ଏପରିକି ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଯାତ୍ରା ସମୟରେ ବୀମା ଯୋଜନା ଲାଗୁ ହେବ।ଏଥିରେ ପାରାଦୀପ ଅଞ୍ଚଳର ଲୋକମାନେ ସୁବିଧା ନେବାପାଇଁ କୁହାଯାଇଛି।ଏଥିପାଇଁ ଆଇଆରସିଟିସି ର ଅନଲାଇନରେ ଆବେଦନ କରିବା ପାଇଁ କୁହାଯାଇଛି।














