• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସ୍କୁଲ୍‌ ସହ ଯୋଡ଼ି ହେବ ଅଙ୍ଗନବାଡି କେନ୍ଦ୍ର, ଗାଇଡ୍‌ଲାଇନ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

FNN WEB by FNN WEB
September 3, 2025
in ଓଡ଼ିଶା, ମୁଖ୍ୟ ଖବର
0
ସ୍କୁଲ୍‌ ସହ ଯୋଡ଼ି ହେବ ଅଙ୍ଗନବାଡି କେନ୍ଦ୍ର, ଗାଇଡ୍‌ଲାଇନ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
0
SHARES
3
VIEWS

ସ୍କୁଲ ଯିବାକୁ ଥିବା ଶିଶୁମାନଙ୍କର ଶତ ପ୍ରତିଶତ ଯତ୍ନ ନେବା: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ କରକମଳରେ ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସହିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ସ୍ଥାପନା ପାଇଁ ଗାଇଡଲାଇନର ଶୁଭାରମ୍ଭ ହୋଇଯାଇଛି। ନୂଆ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ୱିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ୱ ଉପରେ ଗାଇଡଲାଇନରେ ଜୋର୍ ଦିଆଯାଇଛି।

ଶିକ୍ଷା ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ର୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏପରି ଅଭିନବ ପଦକ୍ଷେପ ପାଇଁ ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ର ମାନବ ପୁଞ୍ଜି ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବାର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ସଫଳ ପଦକ୍ଷେପ ହେବ। ବିକଶିତ ଭାରତର ଲକ୍ଷ୍ୟ ସେତେବେଳେ ପୂରଣ ହେବ ଯେତେବେଳେ ଆମେ ଆଗାମୀ ଦିନରେ ଶତ-ପ୍ରତିଶତ ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ସ୍କୁଲ ଯିବାକୁ ଥିବା ଶିଶୁମାନଙ୍କର ଯତ୍ନ ନେବା।

ଏହି ଅବସରରେ ଶ୍ରୀ ପ୍ରଧାନ + ୨ ପର୍ଯ୍ୟନ୍ତ ପାଠ ପଢିନଥିବା ଏବଂ ଆଗକୁ ପାଠ ପଢିବା ପାଇଁ ଇଚ୍ଛା ରଖୁଥିବା ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ମଡ୍ୟୁଲ ପ୍ରସ୍ତୁତ କରିବାକୁ ମହିଳା, ଶିଶୁ ବିକାଶ ଓ ଶିକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଏଆଇ ସମେତ ଅନ୍ୟ ଜ୍ଞାନକୌଶଳ ମାଧ୍ୟମରେ ବିଶ୍ୱରେ ଜୀବନଶୈଳୀ ସହଜ ହୋଇଛି। ଏଥିପାଇଁ ଆମକୁ ଏଆଇର ଉପଯୋଗ କରି ପିଲାମାନଙ୍କ ଭବିଷ୍ୟତ ନିର୍ମାଣ କରିବା ଉପରେ ଦୃଷ୍ଟି ଦେବା ଉଚିତ୍। ଆମର ଅଙ୍ଗନବାଡ଼ି ଦିଦିମାନେ ପିଲାମାନଙ୍କର ପ୍ରଥମ ଗୁରୁ ଏବଂ ଏଆଇ ମାଧ୍ୟମରେ ଭାରତୀୟ ଭାଷାରେ ଶିକ୍ଷାକୁ ଅଧିକ ସରଳ କରାଯାଇପାରିବ। ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨ ଲକ୍ଷ ବେସରକାରୀ ଏବଂ ସରକାରୀ ହାଇସ୍କୁଲରେ ବ୍ରଡବ୍ରାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ। ଆସର୍ ଏବଂ ପରଖ ରିପୋର୍ଟର ସାମ୍ପ୍ରତିକ ତଥ୍ୟନୁସାରେ ଗାଁରେ ପିଲାମାନଙ୍କର ଶିକ୍ଷଣ ଫଳାଫଳରେ ସହର ଅପେକ୍ଷା ଭଲ ହୋଇଛି। ଏହି ଅଭୁତପୂର୍ବ ସଫଳତା ଆମର ଅଙ୍ଗନବାଡି ଦିଦିମାନଙ୍କର କଠିନ ପରିଶ୍ରମର ପ୍ରତିଫଳନ। ବର୍ତ୍ତମାନ ସମୟରେ ଆମର ଦାୟିତ୍ୱ ହେଉଛି, ଦେଶର ପ୍ରାୟ ୧୫ କୋଟି ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଉ, ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେଉ, ତେବେ ଯାଇ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ନିପୁଣ ଭାରତର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ସହଯୋଗରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏହି ପଦକ୍ଷେପ ବିକଶିତ ଭାରତର ମାନବ ସମ୍ବଳ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜାତୀୟ ଶିକ୍ଷା ନୀତି ଅଧୀନରେ ଏହି ଗାଇଡଲାଇନ, ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ୱିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ତ୍ୱ ଉପରେ ଯୋର୍ ଦେଉଛି। ସମଗ୍ର ଭାରତବର୍ଷରେ ସ୍କୁଲ ପରିସରରେ ପୂର୍ବରୁ ୨.୯ ଲକ୍ଷରୁ ଅଧିକ ଅଙ୍ଗନୱାଡି କେନ୍ଦ୍ର ରହିଛି । ଏଥିପାଇଁ ଏହି ଗାଇଡଲାଇନ୍ ବା ନିର୍ଦ୍ଦେଶାବଳୀ ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକ ସ୍ପଷ୍ଟତା ପ୍ରଦାନ କରିବ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ମଡେଲକୁ ପ୍ରଭାବଶାଳୀ ଢଙ୍ଗରେ ଆଗକୁ ବଢାଇବା ଦିଗରେ ସମର୍ଥ କରିବ। ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ଏବଂ ସାକ୍ଷରତା ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଉଭୟ ବିଭାଗର ପ୍ରତିନିଧି ଏବଂ ଅଙ୍ଗନୱାଡି କର୍ମଚାରୀମାନେ ଯୋଗଦେଇଥିଲେ।

Previous Post

ବରିଷ୍ଠ ସାମ୍ବାଦିକ ପ୍ରଭାତ ମହାନ୍ତିଙ୍କ ପରଲୋକ

Next Post

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର‘ରେ ସମ୍ମାନିତ କଲେ ରାଷ୍ଟ୍ରପତି

FNN WEB

FNN WEB

Next Post
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର‘ରେ ସମ୍ମାନିତ କଲେ ରାଷ୍ଟ୍ରପତି

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର‘ରେ ସମ୍ମାନିତ କଲେ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.