• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଅନ୍ତର୍ଜାତୀୟ

ଅଶାନ୍ତ ନେପାଳ : ପ୍ରଧାନମନ୍ତ୍ରୀଙ୍କ ପରେ ନେପାଳ ରାଷ୍ଟ୍ରପତିଙ୍କ ଇସ୍ତଫା

FNN WEB by FNN WEB
September 9, 2025
in ଅନ୍ତର୍ଜାତୀୟ, ଜାତୀୟ, ମୁଖ୍ୟ ଖବର
0
ଅଶାନ୍ତ ନେପାଳ : ପ୍ରଧାନମନ୍ତ୍ରୀଙ୍କ ପରେ ନେପାଳ ରାଷ୍ଟ୍ରପତିଙ୍କ ଇସ୍ତଫା
0
SHARES
2
VIEWS

କାଠମାଣ୍ଡୁ : ନେପାଳରେ ସ୍ଥିତି ଆଣାୟତ୍ତ ହୋଇପଡ଼ିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ସତ୍ତ୍ବେ ବିକ୍ଷୋଭକାରୀଙ୍କ ରାଗ ଶାନ୍ତ ହୋଇନାହିଁ । ସ୍ଥିତିକୁ ଦେଖି ଏବେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି । ତଥାପି ନେପାଳରେ ଜଳୁଥିବା ନିଆଁ ସଂପୂର୍ଣ୍ଣ ଭାବେ ଲିଭି ନାହିଁ। ଇସ୍ତଫା ଦେବା ପରେ ଓଲି ଦେଶ ଛାଡ଼ିବାକୁ ଯୋଜନା କରୁଛନ୍ତି। କିନ୍ତୁ ତ୍ରିଭୂବନ ଏୟାରପୋର୍ଟରେ ହିଂସା ଦେଖା ଯିବାରୁ ତାଙ୍କ ପଳାୟନ ଉଦ୍ୟମ ଏଯାଏ ସଫଳ ହୋଇନାହିଁ।

ଇତି ମଧ୍ୟରେ ଜେନ ଜେଡ ବିକ୍ଷୋଭ ବେଳେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ସୋମବାର ୨୦ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ବିକ୍ଷୋଭକାରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ନେତା-ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ପୂର୍ବତନ ପ୍ରଧାମନ୍ତ୍ରୀ ପ୍ରଚଣ୍ଡ ଓ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ବିକ୍ଷୋଭକାରୀ ମାଡ଼ ମାରିଛନ୍ତି। ଏହାକୁ ନେଇ ପୂରା ନେପାଳରେ ଏବେ ଅଶାନ୍ତର ନିଆଁ ଜଳୁଛି।

ଏସବୁ ଭିତରେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବିକ୍ଷୋଭ ବେଳେ ପ୍ରାଣ ହରାଇଥିବା ଯୁବକମାନେ ହେଉଛନ୍ତି ଶିକ୍ଷାର୍ଥୀ। ସେମାନେ ସ୍କୁଲ ୟୁନିଫର୍ମରେ ଥିବା ବେଳେ ସେମାନଙ୍କୁ ଗୁଳି କରାଯାଇଛି। ସେହିପରି ସରକାର ବିରୋଧରେ ମୁହଁ ଖୋଲିଥିବା ବା ଖୋଲୁଥିବା ଝିଅ ଓ ମହିଳାମାନଙ୍କୁ ସୁରକ୍ଷାକର୍ମୀ ଘରେ ପଶି ଦୁଷ୍କର୍ମ କରୁଛନ୍ତି। ସେମାନଙ୍କୁ ମାଡ଼ ମାରି ଚୁପ କରାଇ ଦେଉଛନ୍ତି ବୋଲି ନେପାଳୀ ସୋଶାଲ ମିଡିଆ ବ୍ୟକ୍ତିବିଶେଷମାନେ ଅଭିଯୋଗ କରିଛନ୍ତି।

୨୦୨୨ର ମିସ ନେପାଳ ଆର୍ଥ ଜିତିଥିବା ସରୀଶା ଶ୍ରେଷ୍ଠ ଗୋଟିଏ ଟିକଟକ ଭିଡିଓରେ କହିଛନ୍ତି, “ସ୍କୁଲ ୟୁନିଫର୍ମରେ ଥିବା ଶିକ୍ଷାର୍ଥୀ, ଏପରି କି ୧୮ ବର୍ଷର କମ ବୟସ୍କ ପିଲାମାନଙ୍କୁ ଗୁଳି କରାଯାଇଛି। ପୁଲିସ୍ ଓ ଅନ୍ୟ ସୁରକ୍ଷା ଅଧିକାରୀମାନେ ହସ୍ପିଟାଲରେ ପ୍ରବେଶ କରି ସେଠାରେ ଚିକିତ୍ସିତ ହେଉଥିବା ବିକ୍ଷୋଭକାରୀଙ୍କୁ ମାଡ଼ ମାରୁଛନ୍ତି। ଦେଶବ୍ୟାପୀ ଆରମ୍ଭ ହୋଇଥିବା ଗୋଟିଏ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶେଷରେ ପୂରା ଦେଶ ପାଇଁ ହୃଦୟବିଦାରକ ସ୍ଥିତି ସୃଷ୍ଟି କରିଛି।”

ଆଉ ଜଣେ ସୋଶାଲ ମିଡିଆ ଚେହେରା ରୁଥ ଖାଡକା ମଧ୍ୟ ପୁଲିସ୍‌ ପକ୍ଷରୁ ସ୍କୁଲ ୟୁନିଫର୍ମରେ ଥିବା ଶିକ୍ଷାର୍ଥୀଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି। ସେ କହିଛନ୍ତି, “ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ ଓ ସେମାନଙ୍କ ମଧ୍ୟରେ ଥିବା ସ୍କୁଲ ୟୁନିଫର୍ମଧାରୀଙ୍କୁ ହତ୍ୟା କରାଯାଇଛି। ମହିଳା ଓ ଝିଅମାନଙ୍କୁ ସେମାନଙ୍କ ନିଜ ଘରେ ଦୁଷ୍କର୍ମ କରାଯାଉଛି। କାରଣ ସେମାନେ ଦୁର୍ନୀତି ବିରୋଧରେ ମୁହଁ ଖୋଲୁଛନ୍ତି। ଲୋକଙ୍କୁ ସୁରକ୍ଷା ଦେବାକୁ ଥିବା ଅଧିକାରୀମାନେ ହିଁ ସେମାନଙ୍କୁ ଆକ୍ରମଣ କରୁଛନ୍ତି। ରବର ବୁଲେଟ ନୁହେଁ, ବରଂ ସତ ଗୁଳି ଚଳା ଯାଉଛି। ପୁଲିସ୍‌ ଲୋକଙ୍କ ସୁରକ୍ଷା କରିବା ବଦଳରେ ସେମାନଙ୍କୁ ହତ୍ୟା କରୁଛି।”

ନେପାଳର ଟିକଟକର ଦୃଷ୍ଟି ଅଧିକାରୀଙ୍କ କହିବା କଥା ଆନ୍ଦୋଳନକାରୀଙ୍କ ହାତରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ବିକ୍ଷୋଭ କରୁଥିଲେ। କିନ୍ତୁ ସରକାର ଲୁହ ବୁହା ଗ୍ୟାସ, ରବର ବୁଲେଟ ଓ ଶେଷରେ ସତ ସତିକା ଗୁଳିରେ ଏହାର ଉତ୍ତର ଦେଇଛନ୍ତି। ବିଚ୍‌ ରାସ୍ତାରେ ସ୍କୁଲ ୟୁନିଫର୍ମରେ ଥିବା ପିଲାଙ୍କୁ ହତ୍ୟା କରାଯାଇଛି। ଏବେ ନେପାଳରେ ବେଆଇନ କାମ ଚାଲିଛି ବୋଲି ସେ କହିଛନ୍ତି।

Previous Post

ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି

Next Post

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

FNN WEB

FNN WEB

Next Post
ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.