• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

FNN WEB by FNN WEB
September 9, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ
0
SHARES
0
VIEWS

ଝାରସୁଗୁଡ଼ା- ବାରକୋଟ୍, ଅନୁଗୋଳ-ତାଳଚେର, ତାଳଚେର-ବିମଳାଗଡ଼
ସହ ଓଡ଼ିଶାର ପ୍ରମୁଖ ରେଳ ପ୍ରକଳ୍ପ ହେଉଛି ତ୍ୱରାନ୍ୱିତ : ଧର୍ମେନ୍ଦ୍ର ପ୍ରଧାନ
• ବୈଠକରେ କଟକ, ଢେଙ୍କାନାଳ, ବରଗଡ଼, ଆସ୍କା ଓ କନ୍ଧମାଳ ସାଂସଦ ପ୍ରମୁଖ ଉପସ୍ଥିତ
• ଓଡ଼ିଶାରେ ରେଳ ବିଭାଗ ପକ୍ଷରୁ ୯୦ ହଜାର କୋଟି ଟଙ୍କାର କାମ କ୍ରିୟାନ୍ୱୟନ ହେଉଛି
• ଖୋର୍ଦ୍ଧା-ବଲାଙ୍ଗୀର,ବରଗଡ଼ ରୋଡ-ନୂଆପଡ଼ା ରୋଡ- ରାୟପୁର ରେଳଲାଇନ, ରେଳଲାଇନ, ଖୋର୍ଦ୍ଧା –ବଲାଙ୍ଗୀର ରେଳ ଲାଇନ, ସମ୍ବଲପୁର- ଜରପଡ଼ା ତୃତୀୟ ରେଳଲାଇନ ଓ ଚତୁର୍ଥଲାଇନର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା
• ସମ୍ବଲପୁର ଜରପଡାରୁ ତେନ୍ତୁଲୋଇ ମଧ୍ୟ ଦେଇ ବୁଢ଼ାପଙ୍କ ପର୍ଯ୍ୟନ୍ତ ଆଉଟର କୋଲ୍ କୋରିଡର କରିବାର କଳ୍ପନା
• ଅନୁଗୋଳର ବଇଁଣ୍ଡାରୁ ଏକ ସଂଯୋଗ ଲାଇନ କିପରି ବଲାଙ୍ଗିର – ଖୋର୍ଦ୍ଧା ଲାଇନରେ ବୌଦ୍ଧ ପର୍ଯ୍ୟନ୍ତ ଯୋଡିବା ଉପରେ ଚର୍ଚ୍ଚା
• ଦକ୍ଷିଣ ଓଡ଼ିଶାର ଭଞ୍ଜନଗର ଓ ଆସ୍କା ସବଡିଭିଜନ ଏବଂ କନ୍ଧମାଳର ଫୁଲବାଣୀ ପର୍ଯ୍ୟନ୍ତ ରେଳ ନେଟଓ୍ୱାର୍କ ସଂଯୋଗ କରିବା ସରକାରଙ୍କ ଯୋଜନାରେ ରହିଛି
• ଏହି ରେଳଲାଇନ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ସାମାଜିକ, ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଗତି ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ, ନାଗରିକଙ୍କ ଯାତାୟତ ସହ ପରିବହନ ପଥକୁ ସୁଗମ କରିବା ତଥା ରେଳ ନେଟଓ୍ୱାର୍କକୁ ସୁଦୃଢ଼ କରିବା ଦିଗରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଦଳୀୟ ସାଂସଦମାନଙ୍କ ମଧ୍ୟରେ ସବିଶେଷ ଆଲୋଚନା ହୋଇଛି । ଶ୍ରୀ ପ୍ରଧାନ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନାଗରିକଙ୍କ ଯାତାୟତ, ଶିଳ୍ପ ଏବଂ ଖଣିଜ କ୍ଷେତ୍ରର ବିକାଶ ସହ କୃଷି ଉତ୍ପାଦିତ ସାମଗ୍ରୀକୁ ଦେଶ ବଜାର ସହ ଯୋଡିବାରେ ରେଳ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ କଳ୍ପନା’ରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଡବଲ ଇ଼ଞ୍ଜିନ ସରକାର ଗୁରୁତ୍ୱ ଦେଇଛନ୍ତି । ପୂର୍ବ ସରକାର ଅପେକ୍ଷା ମୋଦୀ ସରକାରରେ ବିଗତ ୧୧ ବର୍ଷରେ ଓଡ଼ିଶାକୁ ରେଳ ବଜେଟରେ ରେକର୍ଡସଂଖ୍ୟକ ଅର୍ଥ ମିଳୁଛି । କଂଗ୍ରେସ ଅମଳରେ ଓଡ଼ିଶାରୁ ବାର୍ଷିକ ଏକ ହଜାର କୋଟି ଟଙ୍କା ମିଳୁଥିଲା ବେଳେ ମୋଦୀ ସରକାରରେ ପ୍ରତି ବର୍ଷ ଓଡ଼ିଶା ପାଇଁ ରେଳ ବଜେଟରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଓଡ଼ିଶାରେ ରେଳ ବିଭାଗ ପକ୍ଷରୁ ନୂଆ ରେଳଲାଇନ, ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନ ପାଇଁ ପାଖାପାଖି ୯୦ ହଜାର କୋଟି ଟଙ୍କାର କାମ କ୍ରିୟାନ୍ୱୟନ ହେଉଥିବା ନେଇ ବିଭାଗୀୟ ମନ୍ତ୍ରୀ ଅବଗତ କରାଇଛନ୍ତି ।

ଆଜିର ବୈଠକରେ ଝାରସୁଗୁଡ଼ା- ବାରକୋଟ୍ ରେଳଲାଇନ, ଅନୁଗୋଳ-ତାଳଚେର ନୂଆ ରେଳଲାଇନ, ବରଗଡ଼ ରୋଡ-ନୂଆପଡ଼ା ରୋଡ- ରାୟପୁର ରେଳଲାଇନ, ତାଳଚେର-ବିମଳାଗଡ଼ ରେଳଲାଇନ, ବହୁପ୍ରତିକ୍ଷୀତ ଖୋର୍ଦ୍ଧା –ବଲାଙ୍ଗୀର ରେଳ ଲାଇନ, ସମ୍ବଲପୁର- ଜରପଡ଼ା ତୃତୀୟ ରେଳଲାଇନ ଓ ଚତୁର୍ଥଲାଇନର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜରପଡାରୁ ତେନ୍ତୁଲୋଇ ମଧ୍ୟ ଦେଇ ବୁଢ଼ାପଙ୍କ ପର୍ଯ୍ୟନ୍ତ ଆଉଟର କୋଲ୍ କୋରିଡର କରିବାର କଳ୍ପନା ଉପରେ ଆଲୋଚନା ହୋଇଛି । ବିଶେଷ ଭାବରେ ରେଳଲାଇନର କାର୍ଯ୍ୟକୁ ଆଗେଇ ନେବାରେ ଉପୁଜିଥିବା ଜମିଗ୍ରହଣ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି ।

ବୈଠକରେ ଅନୁଗୋଳର ବଇଁଣ୍ଡାରୁ ଏକ ସଂଯୋଗ ଲାଇନ କିପରି ବଲାଙ୍ଗିର – ଖୋର୍ଦ୍ଧା ଲାଇନରେ ବୌଦ୍ଧ ପର୍ଯ୍ୟନ୍ତ ଯୋଡିହେବ, ତାହାର ମଧ୍ୟ କଳ୍ପନା କରାଯାଇଛି, ଯାହା ଏକ ସେତୁ ଭାବରେ କାମ କରିବ । ଦକ୍ଷିଣ ଓଡ଼ିଶାରେ ଭଞ୍ଜନଗର ଓ ଆସ୍କା ସବଡିଭିଜନ ରେଳ ଲାଇନରୁ ବଞ୍ଚିତ ଅଛନ୍ତି । ପ୍ରସ୍ତାବିତ ତାଳଚେର-ଗୋପାଳପୁର ରେଳଲାଇନ ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ ଗଞ୍ଜାମର ଆସ୍କା ଅଞ୍ଚଳକୁ ସଂଯୋଗ ହେଲେ ଓଡ଼ିଶାର ରେଳ ନେଟଓ୍ୱାର୍କ ସୁଦୃଢ଼ ହେବ । ଏହାବ୍ୟତୀତ କନ୍ଧମାଳର ଫୁଲବାଣୀ ପର୍ଯ୍ୟନ୍ତ ରେଳ ନେଟଓ୍ୱାର୍କ ସଂଯୋଗ କରିବା ଦିଗରେ ମଧ୍ୟ ସରକାର ଯୋଜନା ରଖିଛନ୍ତି, ଯେଉଁ ପ୍ରସଙ୍ଗରେ ବୈଠକରେ ବିଚାରବିମର୍ଶ ହୋଇଥିଲା ।

ସେ ଆହୁରି କହିଛନ୍ତି, ଓଡ଼ିଶାର କୋଇଲା ଉତ୍ପାଦନକାରୀ ଅଞ୍ଚଳ ଗୁଡ଼ିକରେ ନାଗରିକ ସୁବିଧା ଓ ରେଳ ପରିବହନକୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯାଉଛି । ଏହି ସବୁ ପଦକ୍ଷେପ ଦ୍ୱାରା ରେଳ ଲାଇନ କୋଇଲା ଉତ୍ପାଦନକାରୀ ଅଞ୍ଚଳରୁ ବନ୍ଦର ଅଞ୍ଚଳକୁ ଯୋଡିହେବ । ଏହା ଦ୍ୱାରା ମାଲ ପରିବହନ ସହଜ ହେବ ଏବଂ ଓଡ଼ିଶାର ଦ୍ରୁତ ଶିଳ୍ପାୟନର ବିକାଶରେ ସହାୟକ ହେବ । ରେଳ ଭିତ୍ତିଭୂମିକୁ ମଜଭୂତ୍ କରିବା ସହ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବ । ଓଡ଼ିଶାର ସାମାଜିକ, ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରଗତି ଘଟିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଆସ୍କା ସାଂସଦ ଅନୀତା ଶୁଭଦର୍ଶନୀ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Previous Post

ଅଶାନ୍ତ ନେପାଳ : ପ୍ରଧାନମନ୍ତ୍ରୀଙ୍କ ପରେ ନେପାଳ ରାଷ୍ଟ୍ରପତିଙ୍କ ଇସ୍ତଫା

Next Post

ଧର୍ମଶାଳାରେ ବିଜେପିର ମହାମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ

FNN WEB

FNN WEB

Next Post
ଧର୍ମଶାଳାରେ ବିଜେପିର ମହାମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ

ଧର୍ମଶାଳାରେ ବିଜେପିର ମହାମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.