• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଧର୍ମଶାଳାରେ ବିଜେପିର ମହାମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ

FNN WEB by FNN WEB
September 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ଧର୍ମଶାଳାରେ ବିଜେପିର ମହାମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ
0
SHARES
2
VIEWS

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ପରିବର୍ତ୍ତନ ହେବା ପରେ ଯାଜପୁର ଜିଲ୍ଲାର ବିଜେଡି ଗଡ଼ ଦୋହଲିସାରିଲାଣି। ଆଜି ଯାଜପୁର ସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଐତିହାସିକ ମହା ମିଶ୍ରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଏକ ବିରାଟ ‌ଶୋଭାଯାତ୍ରାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ।

ଏହି ଅବସରରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି, ଧର୍ମଶାଳା ମାଟିରେ ବିଜେଡିର ରଙ୍ଗ ଲିଭିଯାଇଛି ଏବେ କେବଳ ବିଜେପିର ରଙ୍ଗରେ ରଙ୍ଗାୟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡିର ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ପୂର୍ବତନ ସରପଞ୍ଚଙ୍କ ସମେତ ଏକ ହଜାରରୁ ଅଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ ଧର୍ମଶାଳା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଏଠାରେ ବିଜେପି ପକ୍ଷରୁ ଅଭୂତପୂର୍ବ ଶକ୍ତି ପ୍ରଦର୍ଶନ କରାଯାଇଛି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଯାଜପୁରରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଏଠାରୁ ବିଜେପିର ୪ ବିଧାୟକ ଓ ଜଣେ ସାଂସଦ ବିଜୟୀ ହୋଇଛନ୍ତି। ମା‘ ବିରଜାଙ୍କ କୃପା ଓ ଏଠାକାର ଜନସାଧାରଣଙ୍କ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇଛି। ମା ବିରଜା କେବେ ବି ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ। ବିଜେପି ସରକାର ସମସ୍ତ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ବିଜେପି ସରକାର ସୁଭଦ୍ରା ଯୋଜନା କରି ମହିଳାମାନଙ୍କୁ ସଶକ୍ତ କରିଛି। ଧାନର ମୂଲ୍ୟ ଇନପୁଟ୍ ସବସିଡି ୮୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ବିଜେଡି ୨୫ ବର୍ଷ ଭିତରେ ବିକାଶର ତଣ୍ଟି ଚିପିଦେଇଥିଲା। କିନ୍ତୁ ବିଜେପି ସରକାର ଆସିବା ପରେ ବିକାଶକୁ ଗତି ଦେଇଛି।

ଏହି କାର୍ଯ୍ୟକ୍ରମରେ ୩୦ ହଜାରରୁ ଅଧିକ ଲୋକ ଯୋଗ ଦେଇଥିବା କୁହାଯାଉଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରାଯିବା ସହ ଦଳର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି। ଏଥିରେ ହଜାରରୁ ଅଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହେବେ। ବିଜେପି ଇତିମଧ୍ୟରେ ଦୁଇଟି ବ୍ଲକ୍‌ ବଡ଼ଚଣା, ଧର୍ମଶାଳାକୁ ଅକ୍ତିଆର କରିସାରିଛି। ଏବେ ଅବଶିଷ୍ଟ ବ୍ଲକ୍‌ରୁ ବିଜେଡିକୁ ନିଶ୍ଚିହ୍ନ କରିବା ବିଜେପିର ଲକ୍ଷ୍ୟ ବୋଲି ବିଜେପି ଜିଲ୍ଲା ସଭାନେତ୍ରୀ କହିଛନ୍ତି।

ଏଥିରେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ସମେତ ଦଳର ଅନେକ ଛାମୁଆନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରଭାବ କେବଳ ଯାଜପୁର ଜିଲ୍ଲାରେ ପଡ଼ିବ, ତାହା ନୁହେଁ, ବରଂ ସାରା ରାଜ୍ୟରେ ପଡ଼ିବ ବୋଲି ବିଜେପି ନେତାମାନେ ଆଶା ପ୍ରକାଶ କରିଛନ୍ତି।

Previous Post

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

Next Post

ସୁଭଦ୍ରା ଯୋଜନା: ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ହେବ ସର୍ଭେ

FNN WEB

FNN WEB

Next Post
ସୁଭଦ୍ରା ଯୋଜନା: ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ହେବ ସର୍ଭେ

ସୁଭଦ୍ରା ଯୋଜନା: ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ହେବ ସର୍ଭେ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.