• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭାରତୀୟ ଲ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‍ ଦିନେଶ ମହାଶ୍ୱେରୀଙ୍କ ଦ୍ୱାରା ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତା ଉଦ୍‍ଘାଟିତ

FNN WEB by FNN WEB
September 12, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭାରତୀୟ ଲ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‍ ଦିନେଶ ମହାଶ୍ୱେରୀଙ୍କ ଦ୍ୱାରା ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତା ଉଦ୍‍ଘାଟିତ
0
SHARES
3
VIEWS

ଭୁବନେଶ୍ୱର: ଭାରତର ୨୩ତମ ଭାରତୀୟ ବିଧି ଆୟୋଗ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ଦିନେଶ ମାହେଶ୍ୱରୀଙ୍କ ଦ୍ୱାରା କିଟ୍‍ ଲ ସ୍କୁଲରେ ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ଉଦ୍‍ଘାଟିତ ହୋଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍ କୋର୍ଟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍‍ ମାହେଶ୍ୱରୀ କହିଲେ, ଆଇନ୍‍ ଛାତ୍ରଛାତ୍ରୀମାନେ ସର୍ବଦା ସେମାନଙ୍କ ବୃତ୍ତିରେ ଉତ୍କର୍ଷତା ବଜାୟ ରଖିବା ଉଚିତ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ଆଇନ୍‍ ଶିକ୍ଷାଲାଭ ସମୟରେ ଛାତ୍ରଛାତ୍ରୀଙ୍କୁ ମୁଟ୍ କୋର୍ଟ ପ୍ରତିଯୋଗିତାର ଯଥେଷ୍ଟ ଆବଶ୍ୟକତା ରହିଛି। ଆର୍‍ବିଟ୍ରେସନ୍‍ ଆଜି କେବଳ ଏକ ବିକଳ୍ପ ବିବାଦ ସମାଧାନର ବ୍ୟବସ୍ଥା ହୋଇନାହିଁ, ଏହା ଆଇନଗତ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି ବୋଲି ସେ କହିଥିଲେ। ସର୍ବଦା ସ୍ପଷ୍ଟବାଦୀ, ସଠିକତା ଏବଂ ସମାଲୋଚନାମୂଳକ ଚିନ୍ତାଧାରା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀମାନେ ସ୍ପଷ୍ଟ ହେବାକୁ ଶିଖନ୍ତୁ, ପ୍ରଶ୍ନ ପଚାରି ଚାଲନ୍ତୁ, ସେମାନଙ୍କ ପାଇଁ ସଫଳତା ନିଶ୍ଚିତ ଆସିବ ବୋଲି ସେ କହିଥିଲେ। ଏହି ଅବସରରେ ସେ କୋର୍ଟ କାର୍ଯ୍ୟକଳାପରେ ନିଜକୁ ସଂପୂର୍ଣ୍ଣ ଭାବରେ ପ୍ରତିବଦ୍ଧ କରିବା ସହ ବିଶ୍ୱାସ ସୃଷ୍ଟି କରିବା ଏବଂ ଜଟିଳ ସୂଚନାରୁ ଅର୍ଥ ବାହାର କରିବାର କ୍ଷମତା ବିକଶିତ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏଭଳି କାର୍ଯ୍ୟ ପାଇଁ ମୁଟ୍‍ କୋର୍ଟ ନିଶ୍ଚିତ ଭାବେ ସହାୟକ ହୋଇଥାଏ ବୋଲି ସେ କହିଥିଲେ।

ଜଷ୍ଟିସ୍‍ ମାହେଶ୍ୱରୀଙ୍କ ଦୁଇ ଦିନିଆ କିଟ୍‍ ଓ କିସ୍‍ ଗସ୍ତ ଅବସରରେ ଆଜି କିଟ୍‍ର ସମସ୍ତ କ୍ୟାମ୍ପସ ‍ଓ କିସ୍‍ର ସମସ୍ତ ୟୁନିଟ୍ ପରିଦର୍ଶନ କରି କିସ୍‍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। ଜଷ୍ଟିସ୍ ମାହେଶ୍ୱରୀ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଇଣ୍ଡିଆ ଏଗେନ୍‍ଷ୍ଟ ନେଗେଟିଭିଟି ଦର୍ଶନର ଉଦାହରଣ ଦେଇ କହିଲେ, ସଫଳତା ପାଇବାକୁ ହେଲେ ନକାରାତ୍ମକତା ବିରୋଧରେ ଏକାଠି ହେବାକୁ ପଡ଼ିବ।

କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାର ସହିତ ଆଇନ ପାଠ ପଢିବାକୁ ଉତ୍ସାହିତ କରି କହିଲେ, ଆଇନ ଏକ କଷ୍ଟକର ବୃତ୍ତି। ଏହି ବୃତ୍ତିରେ ସଫଳତା ପାଇବାକୁ ହେଲେ ଆଇନ୍‍ ଛାତ୍ରଛାତ୍ରୀ ଦିନକୁ ୨୦ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବ। ପ୍ରଫେସର ଏମେରିଟସ୍ ଏନ. ଏଲ୍‌. ମିତ୍ର ମୁଟ୍ କୋର୍ଟର ଇତିହାସ ଉପରେ ଆଲୋଚନା କରିଥିଲେ। ୧୯ଶ ଶତାବ୍ଦୀର ଶେଷ ଭାଗରେ ମୁଟ୍‍ କୋର୍ଟର ଉତ୍ପତ୍ତି ଏବଂ ୧୯୬୦ ଦଶକରେ ଆର୍‍ବିଟ୍ରେସନ୍‍ ମାମଲାଗୁଡ଼ିକର ଅଭ୍ୟୁଦୟ ହୋଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ. ଡି. ଏବଂ କିଟ୍‍ ଲ ସ୍କୁଲ ନିର୍ଦ୍ଦେଶକ ପ୍ରଫେସର ରୋଜ୍ ଭାର୍ଗୀଜ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କିଟ୍‍ ଲ ସ୍କୁଲ୍‍ର ଦେଶର ପ୍ରତିଷ୍ଠିତ ଆଇନ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ। କିଟ୍‍ ଲ ସ୍କୁଲ୍‍ ଛାତ୍ରଛାତ୍ରୀମାନେ ତିନିତିନି ଥର ବିସିଆଇ ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା ଜିତି ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତୀ ଅନ୍ୟାନ୍ୟ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରି କିଟ୍‍ ଦେଶର ଅଗ୍ରଣୀ ଲ ସ୍କୁଲ୍‍ ହେବାର ଗୌରବ ଅର୍ଜନ କରିଛି। କିଟ୍‍ ଲ ସ୍କୁଲ୍‍ ଦ୍ୱାରା ଆୟୋଜିତ ଏହି ପ୍ରଥମ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ସଂସ୍କରଣରେ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ୫୪ରୁ ଅଧିକ ଦଳ ଅଂଶଗ୍ରହଣ କରିଛନ୍ତି।

Previous Post

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଆୟୋଜିତ

Next Post

ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ

FNN WEB

FNN WEB

Next Post
ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ

ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.