• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କିଟ୍‍ ରେ ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦଯାପିତ

FNN WEB by FNN WEB
September 15, 2025
in ଓଡ଼ିଶା, ମୁଖ୍ୟ ଖବର
0
କିଟ୍‍ ରେ ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦଯାପିତ
0
SHARES
0
VIEWS

ବିଜୟୀ ନାଲସାର, ହାଇଦ୍ରାବାଦକୁ ୨ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର

ଭୁବନେଶ୍ୱର : ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ନାଲସାର, ହାଇଦ୍ରାବାଦ ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରଯାଇଥିଲା। ସେହିପରି ଶାସ୍ତ୍ରା ୟୁନିଭରସିଟି ପ୍ରଥମ ରନର୍ସ-ଅପ୍ ଭାବରେ ୧ ଲକ୍ଷ ଟଙ୍କା ଓ ମଣିପାଲ ଲ ସ୍କୁଲ ଦ୍ୱିତୀୟ ରନର୍ସ-ଅପ୍ ହୋଇ ୭୫ ହଜାର ଟଙ୍କାର ପୁରସ୍କାର ହାସଲ କରିଥିଲା।

ଏହି ପ୍ରତିଯୋଗିତାରେ ମୁମ୍ବାଇ ସରକାରୀ ଆଇନ ମହାବିଦ୍ୟାଳୟର ହିମାଂଶୁ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ବକ୍ତା ପୁରସ୍କାର, ବାଂଲାଦେଶର ଆମେରିକାନ ଇଣ୍ଟରନ୍ୟାସନାଲ ୟୁନିଭରସିଟିର ମହମ୍ମଦ ଓୟସି ଉଜ୍ଜମାନଙ୍କୁ ଶ୍ରେଷ୍ଠ ଗବେଷକ ପୁରସ୍କାର ଓ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ନାଗପୁରକୁ ଶ୍ରେଷ୍ଠ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ବର୍ଗ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୧୬ଟି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ୧୧ଟି ସରକାରୀ ଆଇନ ମହାବିଦ୍ୟାଳୟ, ୨୪ଟି ଘରୋଇ ଆଇନ ମହାବିଦ୍ୟାଳୟ ଓ ୨ଟି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସମେତ ମୋଟ ୫୪ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭିକ ଏବଂ ନକଆଉଟ୍ ରାଉଣ୍ଡ ପରେ ଶ୍ରେଷ୍ଠ ଦଳଗୁଡ଼ିକ ଫାଇନାଲରେ ପ୍ରବେଶ କରିଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡ଼ା ଉଦୀୟମାନ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାରେ କିଟ ଲ ସ୍କୁଲର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ କହିଲେ, ମୁଟ୍ କୋର୍ଟରେ ଅଂଶଗ୍ରହଣ କରିବା ଏବଂ ଭଲ ଆଇନଜୀବୀ ହେବା ଦିଗରେ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ।

ଏହି ଅବସରରେ ସେ କିଟ ଓ କିସର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଜଷ୍ଟିସ୍ ଗୌଡ଼ା କହିଲେ କିସ୍‍ ରେ ୪୦ ହଜାର ଜନଜାତି ପିଲା ଶିକ୍ଷା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁଛନ୍ତି। ଏହା କେବଳ ଶ୍ରୀ ସାମନ୍ତଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ। ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କ କାର୍ଯ୍ୟକାଳକୁ ମନେ ପକାଇ ରାଜ୍ୟବାସୀଙ୍କଠାରୁ ମିଳିଥିବା ଭଲ ପାଇବାର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ଜଷ୍ଟିସ୍ ଗୌଡ଼ାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟତମ ଅତିଥି ଭାବେ ୱାଡିଆ ଗାନ୍ଧୀର ଅନ୍ୟତମ ପରିଚାଳକ ଆଶିଷ ଆହୁଜା କହିଲେ, ମୁଟ୍ କୋର୍ଟ ଆଇନର ବ୍ୟାଖ୍ୟା, ଡ୍ରାଫ୍‌ଟ ଲେଖିବା ଓ ଉଭୟଙ୍କ ମଧ୍ୟରେ ଥିବା ପାରସ୍ପରିକ କ୍ରିୟାକୁ ବୁଝିବାରେ ସାହାଯ୍ୟ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ପ୍ରଫେସର ଏମେରିଟସ୍ ଏନ.ଏଲ. ମିତ୍ର, କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ଡ. ରାଜୁ କେ. ଡି., କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ ଲ ସ୍କୁଲ ନିର୍ଦ୍ଦେଶକ ଡ ରୋଜ୍ ଭର୍ଗୀସ୍ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

Next Post

ସଚ୍ଚୋଟତାକୁ ୱାର୍କ କଲ୍‌ଚରର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ସଚ୍ଚୋଟତାକୁ ୱାର୍କ କଲ୍‌ଚରର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ: ମୁଖ୍ୟମନ୍ତ୍ରୀ

ସଚ୍ଚୋଟତାକୁ ୱାର୍କ କଲ୍‌ଚରର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.