• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସମ୍ବାଦପତ୍ର ସକ୍ରିୟ ଓ ପ୍ରଭାବଶାଳୀ ହେଲେ ସମାଜ ପାଇଁ କଲ୍ୟାଣକାରୀ ହେବ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
September 20, 2025
in ଓଡ଼ିଶା, ମୁଖ୍ୟ ଖବର
0
ସମ୍ବାଦପତ୍ର ସକ୍ରିୟ ଓ ପ୍ରଭାବଶାଳୀ ହେଲେ ସମାଜ ପାଇଁ କଲ୍ୟାଣକାରୀ ହେବ: ମୁଖ୍ୟମନ୍ତ୍ରୀ
0
SHARES
4
VIEWS

ଦୈନିକ ସମ୍ବାଦପତ୍ର ନିର୍ଭୟ’ର ୧୨ତମ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର : କୌଣସି ଖବରକାଗଜ ଏକ ଜଡ଼ବସ୍ତୁ ନୁହେଁ। ବରଂ ଏହା ଭିତରେ ଜୀବନ୍ତସତ୍ତା ନିହିତ ଥାଏ। ସମାଜକୁ ଏହା ଦେଖାଇଥାଏ ପଥ। ସମ୍ୱାଦପତ୍ର ଯେତେ ସକ୍ରିୟ ଓ ପ୍ରଭାବଶାଳୀ ହେବ ସମାଜ ଓ ଜନତାଙ୍କ ପାଇଁ ସେତିକି କଲ୍ୟାଣକାରୀ ହୋଇପାରିବ ବୋଲି ଦୈନିକ ନିର୍ଭୟର 12ତମ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣମାଧ୍ୟମ ଏକ ଚଳନ୍ତି ଇତିହାସ। ଗଣମାଧ୍ୟମରୁ ଆମେ ସବୁ ଖବର ଜାଣିପାରୁ। ଗଣତନ୍ତ୍ର ଆମକୁ ଶିକ୍ଷା ଦେବା ସହ ସତର୍କ ମଧ୍ୟ କରାଏ। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ସାରର ଅଭାବ ବିଷୟ ଉଦାହରଣ ଆକାରରେ ଦେଇଥିଲେ। ଖବରକାଗଜ ଗୁଡ଼ିକରେ ସାରର ଅଭାବ ଥିବା କଥା ପ୍ରକାଶ ପାଇଥିଲା। ଆମେ ଏହାକୁ ବିରୋଧୀ ଦଳଙ୍କ କଥା ବୋଲି କହି ଦୂରେଇ ଦେଇନଥିଲୁ। ମୁଖ୍ୟମନ୍ତ୍ରୀ ନିଜେ ଏହା ଉପରେ ସମୀକ୍ଷା କରିଥିଲେ। ପ୍ରତ୍ୟେକ ଜିଲ୍ଲାୱାରୀ ବୈଠକ ହୋଇଥିଲା ଏବଂ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ମୁଁ ପ୍ରଦାନ କରିଥିଲି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମାଝୀ। ତେବେ ସେ ଗଣମାଧ୍ୟମକୁ ସତର୍କ କରି କହିଥିଲେ ସମ୍ୱାଦ ଯଦି ଉଦ୍ଦେଶ୍ୟ ପ୍ରଣୋଦିତ ହେଲା ତାହେଲେ ତାହା ବିଶ୍ଵାସଯୋଗ୍ୟ ହେବ ନାହିଁ। ମିଡିଆ ଯଦି ମିସଗାଇଡ଼ କରେ ତା ହେଲେ ସମାଜର କ୍ଷତି ହୁଏ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ହେବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ଏବଂ ଇଣ୍ଡିଆ ଫାଷ୍ଟର ଯେଉଁ ନାରା ଦେଇଛନ୍ତି ତା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ। ଏକ ସମୟ ଥିଲା ଯେତେବେଳେ ଚୀନର ଖେଳଣା ଓ ମୋବାଇଲ ରପ୍ତାନୀ କରି ଆଣୁଥିଲୁ। ଏବେ ଭାରତ ମୋବାଇଲ ଉପାଦନରେ ତୃତୀୟ ବଡ଼ ରାଷ୍ଟ୍ର ହୋଇସାରିଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ବିକାଶର କଥା ମୁଖ୍ୟମନ୍ତ୍ରୀ କହି କିପରି ସେମିକନ୍‌ ସମ୍ମିଳନୀରେ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ସାମିଲ ହେବା ଓଡ଼ିଶା ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିଥିଲେ।

ଆଗାମୀ 27 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଆଗମନ ହେଉଛି। ତାଙ୍କର ତୃତୀୟ ପାଳିରେ 7ମ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମାଝୀ। ତାଙ୍କର ଅଭିଭାଷଣରେ ନାମ ନନେଇଥିଲେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସେ କରିଥିଲେ ଟାର୍ଗେଟ୍‌। ଜଣେ ବିରେଧୀ ଦଳ ନେତା ଗୁଡ଼ାଏ ଅଭିଯୋଗ କରନ୍ତି ଆଉ ତା ପରେ ପଳାଇଯାଆନ୍ତି ବିଦେଶ। ସେଠାରୁ ଫେରି ପୁଣି କିଛି କୁହନ୍ତି ବୋଲି ସାଙ୍କେତିକ କଟାକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ନିର୍ଭୟର ସଂଘର୍ଷପୂର୍ଣ୍ଣ ଯାତ୍ରା ବିଶେଷ କରି ସମ୍ପାଦକ ନବୀନ ଦାସଙ୍କ ଗୁମର କଥାର ଉଚ୍ଚପ୍ରଶଂସା କରିଥିଲେ। ଘାତପ୍ରତିଘାତ ମଧ୍ୟରେ ସମ୍ପାଦକ ନବୀନ ବାବୁଙ୍କ ଜ୍ଞାନ ଓ ସଂଗ୍ରାମ ତଥା ଦୂରଦୃଷ୍ଟି ନିର୍ଭୟକୁ ଗତିଶୀଳ କରାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଶନିବାର ହୋଟେଲ ମେ’ ଫେୟାର ଲାଗୁନର ଅର୍କିଡ଼ ହଲଠାରେ ନିର୍ଭୟର 12ତମ ବାର୍ଷିକ ଉତ୍ସବ ସମ୍ପାଦକ ନବୀନ ଦାସଙ୍କ ସଭାପତିତ୍ଵରେ ବଡ଼ ଆଡ଼ମ୍ୱର ସହ ପାଳିତ ହୋଇଥିଲା। ସହଯୋଗୀ ସମ୍ପାଦକ ସଂବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଦେଶର ଜଣେ ସଫଳ ସାମ୍ୱାଦିକ ତଥା ମିଡିଆ ବ୍ୟକ୍ତିତ୍ଵ ପ୍ରଫେସର ସଞ୍ଜୟ ଦ୍ଵିବେଦୀ। ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ ଦ’ ହିନ୍ଦୁର ଓଡ଼ିଶା ପ୍ରତିନିଧି ସତ୍ୟସୁନ୍ଦର ବାରିକ। ସ୍ଵାଗତ ଭାଷଣ ଦେବା ଅବସରରେ ନିର୍ଭୟ ସମ୍ପାଦକ ନବୀନ ଦାସ କିପରି କଷ୍ଟପୂର୍ଣ୍ଣ ପରିବେଶରେ ନିର୍ଭୟର ଆରମ୍ଭ ହୋଇଥିଲା ସେ ବାବଦରେ ସମସ୍ତଙ୍କୁ ଅବଗତ କରାଇଥିଲେ। 2013 ମସିହାରୁ ନେଇ ପରବର୍ତ୍ତୀ ଏକଦଶନ୍ଧି ଧରି ବିରୋଧୀଙ୍କ ଅପେକ୍ଷା ସେତେବେଳର ଶାସକ ଦଳର ନେତାମାନେ ନିର୍ଭୟକୁ ସହଯୋଗ କରିଥିଲେ ବଂଚି ରହିବା ପାଇଁ। ସେମାନେ ଚାହୁଁଥିଲେ ସତ୍ୟର ସ୍ଵର ବଜାୟ ରହୁ। ସଭାରେ ଉପସ୍ଥିତ ଥିବା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼ାଇ ଏବଂ ଜୟନାରାୟଣ ମିଶ୍ର ଏବଂ ଅମର ଶତପଥୀଙ୍କ ପାଖରୁ କିପରି ନିର୍ଭୟ ସହଯୋଗ ପାଇଥିଲା ତାହାର ଅବତାରଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖରେ ଦୁଇଟି ଦାବି ରଖିଥିଲେ ନିର୍ଭୟ ସମ୍ପାଦକ। ସାମ୍ୱାଦିମାନଙ୍କ ପାଇଁ ଯେଉଁ ଜୀବନବୀମା ଯୋଜନା ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି ସେଥିରେ ସାମ୍ୱାଦିକଙ୍କ ପିତାମାତାଙ୍କୁ ସଂଯୋଗ କରିବା ପାଇଁ ଦାବି ରଖିଥିଲେ। ଏଥିସହ ରାଜ୍ୟର ସାମ୍ୱାଦିକମାନଙ୍କ ସକାଶେ ପେନସନ ଯୋଜନା ଖୁବଶୀଘ୍ର ଆରମ୍ଭ କରିବାକୁ ମଧ୍ୟ ସେ କରିଥିଲେ ଦାବି।

Previous Post

ଡା. ସଚ୍ଚି ନନ୍ଦନ ମହାନ୍ତି ବିଶ୍ୱର ଶୀର୍ଷ ୨% ବିଜ୍ଞାନୀମାନଙ୍କ ମଧ୍ୟରେ ତାଲିକାଭୁକ୍ତ

Next Post

ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ

FNN WEB

FNN WEB

Next Post
ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ

ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.