• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଧାନସଭାରେ ସାର ତାତି: ରାଜ୍ୟପାଳଙ୍କୁ ଭେଟିଲା ବିଜେଡି

FNN WEB by FNN WEB
September 20, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଧାନସଭାରେ ସାର ତାତି: ରାଜ୍ୟପାଳଙ୍କୁ ଭେଟିଲା ବିଜେଡି
0
SHARES
2
VIEWS

ଭୁବନେଶ୍ୱର : ବିଧାନସଭାରେ ସାର ତାତି । ସାର ସଂକଟ ନେଇ ସ୍ଵତନ୍ତ୍ର ଆଲୋଚନା ଦାବିରେ ଅଟଳ ବିଜେଡି । ଗୃହରେ ଚାଷୀଙ୍କ ସ୍ଵର ସାଜି ବିଜେଡିର ଗର୍ଜନ । ରାଜ୍ୟପାଳଙ୍କ ନିକଟରେ ବିଜେଡି ଫେରାଦ । କଂଗ୍ରେସ ବି ଶାସକ ଦଳକୁ କଲା ଟାର୍ଗେଟ । ସାର ଅଭାବକୁ ନେଇ ବିଧାନସଭା ହୁଲସ୍ତୁଲ। ଆଜି ପ୍ରଶ୍ନୋତ୍ତର କାଳ ଆରମ୍ଭରୁ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା ବିଜେଡି। ଚାଷୀଙ୍କ ସ୍ଵର ସାଜି ପ୍ରଶ୍ନ ଉତ୍ତର କାଳ ବାତିଲ କରି ସ୍ଵତନ୍ତ୍ର ଆଲୋଚନା ପାଇଁ ବିଜେଡି ଦାବି ଦୋହରାଇଥିଲା। କଂଗ୍ରେସର ମୁଲତବୀ ଆଲୋଚନା ଦାବିକୁ ଗ୍ରହଣ କରିଛନ୍ତି ବାଚସ୍ପତି।

କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେଡି ସାର ସଂକଟ ନେଇ ଗୃହର ସବୁ କାର୍ଯ୍ୟ ବାତିଲ କରି ସାର ଉପରେ ସ୍ବତନ୍ତ୍ର ଆଲୋଚନା ପାଇ ଦାବି କରିଆସୁଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପଚାରିଛନ୍ତି, ଚାଷୀଙ୍କ ପ୍ରସଙ୍ଗ କଣ ଆଲୋଚନା ହେବା କଥା ନୁହେଁ କି ? ସେମାନେ ଆମକୁ ନିର୍ବାଚିତ କରିଛନ୍ତି। ରାଜ୍ୟରେ ସାରର ଘୋର ଅଭାବ। ଚାଷୀ ହଇରାଣ ହେଉଛନ୍ତି। ତେଣୁ ସବୁ କାର୍ଯ୍ୟକ୍ରମ ବାତିଲ କରି ସେମାନଙ୍କ ପାଇଁ ସ୍ଵତନ୍ତ୍ର ଆଲୋଚନା ହେବା ଦରକାର। ହେଲେ ଅନ୍ୟ ପ୍ରସଙ୍ଗ ସବୁ ଆଲୋଚନା ହେଉଛି । ଚାଷୀ ପ୍ରସଙ୍ଗରେ ସ୍ଵତନ୍ତ୍ର ଆଲୋଚନା ନ ହେବା ଯାଏ ଅନ୍ୟ କୌଣସି ଆଲୋଚନାରେ ଭାଗ ନେବନି ବୋଲି ଚେତାବନୀ ଦେଇଥିଲା ବିଜେଡି।

ଆଜି ଦିନ ତମାମ ଚାଷୀଙ୍କ ସାର ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ। ଗୃହରେ ବିଜେଡି ବିଧାୟକ ପ୍ରତିବାଦ ଓ ନାରାବାଜି କରିଥିଲେ। ସାର ପ୍ରସଙ୍ଗରେ ଗୃହରେ ପ୍ରବଳ ହଟଗୋଳ ହେବାରୁ ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ। ଅପରାହ୍ନ ଅଧିବେଶନରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ପ୍ରତିବାଦ କରିଥିଲେ। ହଟ୍ଟଗୋଳ ନ କମିବାରୁ ବିଧାନସଭାକୁ ଆସନ୍ତା ସୋମବାର ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ସରକାର କହୁଛନ୍ତି ସାର ମହଜୁଦ ଅଛି । ତେବେ କାହିଁକି ଚାଷୀଙ୍କୁ ଦେଉନାହାନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସରକାର ଚାଷୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। ସେପଟେ ବିଜେପି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରା କହିଛନ୍ତି, ବିରୋଧୀ ପ୍ରସଙ୍ଗ ଉଠାଇବେ। ସରକାର ଚାଷୀଙ୍କ ସମସ୍ୟାକୁ ଗୁରୁତ୍ଵ ଦେଉଛନ୍ତି।

ଗୃହ ମୁଲତବୀ ପରେ ସଂଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟି ଫେରାଦ କରିଛି। ରାଜ୍ୟରେ ସାର ସଂକଟ ନେଇ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସାରା ସାରର ଉତ୍କଟ ସମସ୍ୟା ଅଛି। ସରକାର ବି ସାର କଳା ବଜାରୀ କଥା ମାନୁଛନ୍ତି। ସ୍ୱତନ୍ତ୍ର ଆଲୋଚନା ଜରିଆରେ ଏହାର ସମାଧାନ ହୋଇ ପାରିବ। ହେଲେ ବାଚସ୍ପତି ଏହା କରାଇ ଦେଉ ନଥିବାରୁ ବିଜେଡି ଉଦବେଗ ପ୍ରକାଶ କରିଛି। ଦଳର ବିଧାୟକମାନେ ଗୃହରେ ସାର ସମସ୍ୟା ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରାଇ ଦେବାକୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାର ଅଭାବ ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ବିଜେଡି ବିଧାନସଭା ଭିତରେ ଓ ବାହାରେ ଜୋରଦାର ଲଢେଇ ଜାରି ରଖିଛି। ବିରୋଧୀ ସରକାରଙ୍କୁ ଗୃହରେ ଘେରିବା ପରେ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର।

Previous Post

କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ

Next Post

୧୦ ଦେଶର ରାଷ୍ଟ୍ରଦୂତ କିଟ ଓ କିସ ପରିଦର୍ଶନ ସହ ଏସଡିଜି ବୈଠକ

FNN WEB

FNN WEB

Next Post
୧୦ ଦେଶର ରାଷ୍ଟ୍ରଦୂତ କିଟ ଓ କିସ ପରିଦର୍ଶନ ସହ ଏସଡିଜି ବୈଠକ

୧୦ ଦେଶର ରାଷ୍ଟ୍ରଦୂତ କିଟ ଓ କିସ ପରିଦର୍ଶନ ସହ ଏସଡିଜି ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.