• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
September 23, 2025
in ଓଡ଼ିଶା, ମୁଖ୍ୟ ଖବର
0
ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ: ମୁଖ୍ୟମନ୍ତ୍ରୀ
0
SHARES
7
VIEWS

ଭୁବନେଶ୍ବର: ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବଳଙ୍ଗା ପୀଡ଼ିତା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କେହି ଦୁର୍ବୃତ୍ତ ନୁହେଁ ବରଂ ପୀଡ଼ିତା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗେଇ ଦେଇଥିଲେ। ନୂଆଦିଲ୍ଲୀର ସାକେତ କୋର୍ଟରେ ପୀଡ଼ିତାଙ୍କ ଜମାନବନ୍ଦୀ ଓ ଦିଲ୍ଲୀ ଏମ୍‌ସରେ ଚିକିତ୍ସା କରୁଥିବା ଡାକ୍ତର ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ପୀଡ଼ିତା ଏହି ବୟାନ ଦେଇଥିବା ବିଧାନସଭାରେ ଲିଖିତଭାବେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ମାମଲାକୁ ଚୂଡ଼ାନ୍ତ ରିପୋର୍ଟ ମିଷ୍ଟେକ୍ ଅଫ୍‌ ଫ୍ୟାକ୍ଟ ବା ତଥ୍ୟରେ ଭୁଲ୍‌ ଭାବେ କୋର୍ଟରେ ଦାଖଲ କରାଯାଇଛି।

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ଗତ ଜୁଲାଇ ମାସ ୧୯ତାରିଖରେ ପୁରୀଜିଲ୍ଲା ନୂଆ ଗୋପାଳପୁର, ବଳଙ୍ଗାର ହିମତ ଅଲ୍ଲୀଙ୍କ ପତ୍ନୀ(ପୀଡ଼ିତାଙ୍କ ମା’) ତାଙ୍କ ଝିଅକୁ କିଛି ଅଜଣା ବ୍ୟକ୍ତି ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ ଓ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଏହି ଆଧାରରେ ବଳଙ୍ଗା ଥାନା କେସ୍‌ ନମ୍ବର ୧୬୨/୨୦୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ପୀଡ଼ିତାକୁ ପୋଡ଼ି ଯାଇଥିବା ଅବସ୍ଥାରେ ପିପିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେହିଦିନ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍‌ସକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ଜୁଲାଇ ୨୦ରେ ପୀଡ଼ିତାଙ୍କ ଉନ୍ନତ ଚିକିତ୍ସା ପାଇଁ ବିମାନ ଯୋଗେ ଦିଲ୍ଲୀର ଏମ୍‌ସକୁ ପଠାଯାଇଥିଲା। ସେଠାରେ ପ୍ରାୟ ୧୪ଦିନ ଚିକିତ୍ସା ଚାଲିଥିବା ବେଳେ ଅଗଷ୍ଟ ୨ରେ ପୀଡ଼ିତା ପ୍ରାଣ ହରାଇଥିଲେ।

ବଳଙ୍ଗା ପୀଡ଼ିତାଙ୍କୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା। ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସରକାର ବେଶ୍‌ ସମାଲୋଚନାର ଶିକାର ହୋଇଥିଲେ। ପୁଲିସ ଏହାର ତଦନ୍ତ କରି କିଛି କୂଳକିନାରା ପାଇ ନଥିଲା। ତେବେ ପୀଡ଼ିତା ଆଖି ବୁଜିବା ଆଗରୁ ପୁଲିସ ଆଗରେ କ’ଣ ସ୍ବୀକାର କରିଥିଲେ, ତାହା ବି ଲୋକଲୋଚନକୁ ଆସି ନଥିଲା। ଘଟଣାଟି ଏକପ୍ରକାର ରହସ୍ୟାବୃତ୍ତ ହୋଇ ରହିଯାଇଥିଲା। ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୁଲିସ‌ ମାପିଚୁପି ବୟାନ ଦେଇଥିଲା। ପୁଲିସ ପକ୍ଷରୁ ସିଧାସଳଖ ପୀଡ଼ିତା ଜଣକ ନିଜେ ଆତ୍ମହତ୍ୟା କରିଥିବା କୁହାଯାଇ ନ ଥିଲା। ସାମାଜିକ ଗଣମାଧ୍ୟମରେ ହୋଇଥିବା ପୋଷ୍ଟରେ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ‘ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ଅନ୍ୟ କାହାର ସଂପୃକ୍ତି ନ ଥିବା ଜଣାପଡ଼ିଛି। ତେଣୁ ଏହି ସମ୍ବେଦନଶୀଳ ଘଟଣା ଉପରେ ମନଇଚ୍ଛା ମନ୍ତବ୍ୟ ଦେବାରୁ ଲୋକମାନେ ଦୂରେଇ ରୁହନ୍ତୁ।’ ଘଟଣାର ପ୍ରାୟ ଦେଢ଼ ମାସ ପରେ ଏହା ଆତ୍ମହତ୍ୟା ଥିଲା ବୋଲି ପ୍ରଥମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Previous Post

ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା

Next Post

ନାଲକୋ ଏଚ୍‌ଆର୍‌ କନ୍‌କ୍ଳେଭ ୨୦୨୫ ଆୟୋଜିତ

FNN WEB

FNN WEB

Next Post
ନାଲକୋ ଏଚ୍‌ଆର୍‌ କନ୍‌କ୍ଳେଭ ୨୦୨୫ ଆୟୋଜିତ

ନାଲକୋ ଏଚ୍‌ଆର୍‌ କନ୍‌କ୍ଳେଭ ୨୦୨୫ ଆୟୋଜିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.