• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

FNN WEB by FNN WEB
September 24, 2025
in ଓଡ଼ିଶା, ମୁଖ୍ୟ ଖବର
0
ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ
0
SHARES
1
VIEWS

ଭୁବନେଶ୍ୱର : ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତିଙ୍କ ନେତୃତ୍ୱରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଓଡ଼ିଶାରେ ମହିଳା ଅତ୍ୟାଚାର, ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ବିଧାନସଭା ଘେରାଉ କରାଯାଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ମହିଳାକଂଗ୍ରେସ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବିଧାନସଭା ଅଭିମୁଖେ ଯାତ୍ରା କରୁଥିବା ବେଳେ ଲୋୟର ପିଏମଜି ଠାରେ ପୋଲିସ ପକ୍ଷରୁ ବାରିକେଡ ଦିଆଯାଇ ଏହି ରାଲିକୁ ଅଟକାଯାଇଥିଲା । ମହିଳା କଂଗ୍ରେସ ପକ୍ଷରୁ ବାରିକେଡ ଭଙ୍ଗାଯାଇଥିଲା ଏବଂ ପୋଲିସ ଉପରକୁ ଫୁଲ ପକାଯାଇଥିଲା । ମହିଳା କଂଗ୍ରେସ ଓ ପୋଲିସ ମଧ୍ୟରେ ପ୍ରାୟ ୧ ଘଂଟାକାଳ ଧସ୍ତାଧସ୍ତିପରେ ପୋଲିସ ବିକ୍ଷୋଭ ସ୍ଥଳରୁ ମହିଳା କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଭ୍ୟାନଯୋଗେ ଉଠାଇନେଇଥିଲା । ହଜାର ହଜାର ମହିଳା କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି ଯେ “ବିଧାନସଭା ଘେରାଉ” ମାଧ୍ୟମରେ ମହିଳା କଂଗ୍ରେସ ଓଡ଼ିଶାରେ ଉପେକ୍ଷିତା, ଅତ୍ୟାଚାରିତା, ନିର୍ଯ୍ୟାତିତା ମହିଳାଙ୍କର ସ୍ୱରକୁ ବ୍ୟକ୍ତ କରିଛି । ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ । ଦିନକୁ ୧୫ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ମୋହନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏପରିକି ପୋଲିସ କାର୍ଯ୍ୟାଳୟରେ ମଧ୍ୟ ମହିଳା ପୋଲିସ ସୁରକ୍ଷିତ ନାହାନ୍ତି । ୬୫ ହଜାର ମହିଳା ନିଖୋଜ ଅଛନ୍ତି । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ, ହଷ୍ଟେଲରେ ଏପରିକି ମହିଳା ଆଶ୍ରମରେ ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି ।

ବିଧାନସଭାରେ କଂଗ୍ରେସ ବିଧାୟକମାନେ ଓଡ଼ିଶାରେ ମହିଳା ନର୍ଯାତନା ରୋକିବାପାଇଁ ସରକାରଙ୍କର ବଳିଷ୍ଠ ପଦକ୍ଷେପ ଏବଂ ଏକ କମିଟି ଗଠନ କରିବାପାଇଁ ଦାବି କରିଥିଲେ । ମାତ୍ର ମୋହନ ସରକାର ପକ୍ଷରୁ କଂଗ୍ରେସ ବିଧାୟକ ମାନଙ୍କୁ ଗୃହ ଭିତରେ ଶାରିରିକ ଆକ୍ରମଣ କରାଗଲା, ଅସଭ୍ୟ ଭାଷାରେ ଶାସକ ଦଳର ବିଧାୟକମାନେ କଂଗ୍ରେସ ବିଧାୟକମାନଙ୍କୁ ଗାଳି ଗୁଲଜ କଲେ ଏବଂ ଆନ୍ଦୋଳନରତ କଂଗ୍ରେସ ବିଧାୟକମାନଙ୍କୁ ବଳପୂର୍ବକ ବିଧାନସଭାରୁ ନେଇ ବାହାରେ ଛାଡ଼ି ଦିଆଯାଇଥିଲା । ସେହିପରି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଲୋୟର ପିଏମଜି ଠାରେ ଓଡ଼ିଶାର ମହିଳାଙ୍କୁ ନ୍ୟାୟ ଦାବିରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ କରାଯାଇଥିଲା ମାତ୍ର ରାଜ୍ୟ ସରକାରଙ୍କର ନିର୍ଦ୍ଦେଶରେ ପୋଲିସ କଂଗ୍ରେସ କର୍ମୀଙ୍କୁ ପାଣିମାଡ କଲେ, ରବର ବୁଲେଟ ମାଡ଼ କଲେ ଏବଂ ଅମାନୁଷିକ ଭାବରେ ପ୍ରହାରକରି ଲହୁଲୁହାଣ କରିଦେଲେ । ୫ ହଜାର କଂଗ୍ରେସ କର୍ମୀଙ୍କ ନାମରେ ପୋଲିସ କେସ କରିଥିଲା । ଏହା ହିଟଲରୀ ରାଜ ଏବଂ ବ୍ରିଟିଶ ରାଜର କ୍ରୁରତାକୁ ଅତିକ୍ରମ କରିଯାଇଛି ।

ବାଲେଶ୍ୱର ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଠୁ ଆରମ୍ଭ କରି, ତାଳଚେର ଗଣଦୁଷ୍କର୍ମ ଓ ହତ୍ୟା, କେନ୍ଦୁଝର ଗଣଦୁଷ୍କର୍ମ ଓ ହତ୍ୟା, ଗୋପାଳପୁର ବିଚ ଗଣଦଷ୍କର୍ମ ପ୍ରଭୃତି ଘଟଣାରେ ଓଡ଼ିଶାରେ ମହିଳାଙ୍କର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାସ୍ତବରେ ଏ ରାଜ୍ୟରେ ମହିଳା ଆତଙ୍କିତ ଅବସ୍ଥାରେ ଅଛନ୍ତି । ମୋହନ ସରକାର ମହିଳାଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଉନାହାନ୍ତି । ମୋହନ ସରକାର ପୀଡ଼ିତାର ପକ୍ଷ ନନେଇ ଅନେକ କ୍ଷେତ୍ରରେ ଅପରାଧିର ପକ୍ଷ ନେଉଥିବାରୁ ପରିଦୃଷ୍ଟ ହେଉଛି । ଓଡ଼ିଶାର ମହିଳାମାନଙ୍କୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ପୀଡ଼ିତାମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମହିଳା କଂଗ୍ରେସ ଆନ୍ଦୋଳନ ଜାରି ରଖିବ ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା କଂଗ୍ରେସର ଓଡ଼ିଶା ପ୍ରଭାରୀ ତୂଳିକା କର୍ମା ଯୋଗଦେଇ କହିଥିଲେ ଯେ ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ମହିଳା ଅତ୍ୟାଚାର ବିରୁଦ୍ଧରେ ରାଜ୍ୟର ମହିଳା ମାନଙ୍କର ସ୍ୱର ଶାଣିତ ହେଉ । ଓଡ଼ିଶାର ବିଜେପି ସରକାର ଏକ ମହିଳା ବିରୋଧି ସରକାର ଭାବେ ପ୍ରମାଣିତ । ସେହିଭଳି ମୋଦି ସରକାର ମଧ୍ୟ ଦେଶରେ ମହିଳାମାନଙ୍କ ସ୍ୱାର୍ଥକୁ ଅଣଦେଖା କରିବା ସହ ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ଉଦାସୀନ ରହିଛନ୍ତି । ମହିଳାମାନଙ୍କୁ ସୁରକ୍ଷା ଦେଇପାରୁନଥିବା ମୋହନ ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ ବୋଲି ସେ କହିଥିଲେ । ଏ ରାଜ୍ୟରେ ମହିଳା ପୋଲିସ ଅସୁରକ୍ଷିତ, ଏଭଳି ସ୍ଥିତିରେ ସାଧାରଣ ମହିଳା ସୁରକ୍ଷିତ ରହିବେ କିପରି । ମହିଳାମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ଲୁଟି ନେଲେ କିନ୍ତୁ ମହିଳାଙ୍କୁ କ୍ଷମତାସୀନ ହେବାପରେ ମହିଳା ଅତ୍ୟାଚାର ବଢ଼ିଚାଲିଛି । ପଲ୍ଳୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମହିଳା ସୁରକ୍ଷାକୁ ନେଇ ଓଡ଼ିଶାର ମହିଳା କଂଗ୍ରେସ ତୀବ୍ର ଆନ୍ଦୋଳନ କରିବ ବୋଲି ତୂଳିକା କର୍ମା କହିଥିଲେ । ଏହାପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମହିଳା କଂଗ୍ରେସର ଏକ ବୈଠକରେ ତୂଳିକା କର୍ମା ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ତାରା ପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡାମ, ସୁରେଶ କୁମାର ରାଉତରାୟ, ଦାସରଥି ଗମାଙ୍ଗୋ, ରାଜନ ଏକା, ମଙ୍ଗୁ ଖିଲ, ପବିତ୍ର ସାଉଁଟା, ଅଶୋକ ଦାସ, ସୋଫିଆ ଫିର୍ଦ୍ଦୋଶ, ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା, ପ୍ରଦେଶ ମହିଳା କଂଗ୍ରେସର ନେତୃବର୍ଗ ଏବଂ ବିଭିନ୍ନ ଜିଲ୍ଲା ମହିଳା କଂଗ୍ରେସର ନେତୃବର୍ଗ ଅଂଶଗ୍ରହଣ କରିଥିଲେ।

Previous Post

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ପାରାଦୀପ ବନ୍ଦର ପକ୍ଷରୁ ରୋଡସୋ

Next Post

କିସ୍‍ ଛାତ୍ରୀ ଜାମିନୀ ଚୁକଟିଆ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର୍‍

FNN WEB

FNN WEB

Next Post
କିସ୍‍ ଛାତ୍ରୀ ଜାମିନୀ ଚୁକଟିଆ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର୍‍

କିସ୍‍ ଛାତ୍ରୀ ଜାମିନୀ ଚୁକଟିଆ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର୍‍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.