• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜଧାନୀକୁ ରେଡ୍ ଆଲର୍ଟ: ବର୍ଷିବ, ବୁଡ଼ାଇବ, ବେହାଲ କରିବ

FNN WEB by FNN WEB
October 8, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜଧାନୀକୁ ରେଡ୍ ଆଲର୍ଟ: ବର୍ଷିବ, ବୁଡ଼ାଇବ, ବେହାଲ କରିବ
0
SHARES
1
VIEWS

ଭୁବନେଶ୍ବର: ଅକ୍ଟୋବର ମାସ ପ୍ରଥମ ସପ୍ତାହ ଯାଇ ଦ୍ବିତୀୟ ସପ୍ତାହ ହେଲାଣି । ତଥାପି ରାଜ୍ୟରେ ଛେଚୁଚି ବର୍ଷା । ପୂର୍ବାହ୍ନରେ ଖରାଦିନ ଭଳି ଖରା ହେଉଛି, ଅପରାହ୍ନରେ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ଆଉ ମାଠିଆରୁ ଢାଳିଲା ଭଳି ଢ଼ାଳୁଛି । ଏତେ ଜୋରରେ ବର୍ଷୁଛି ଯେ ମାତ୍ର କିଛି ସମୟରେ ବେହାଲ ହେଉଛି ଓଡ଼ିଶା। ସକାଳୁ ଖରାଟିଆ ପାଗ ହୋଇଥିବାବେଳ ହଠାତ୍ ମଧ୍ୟାହ୍ନରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ଚର୍ତୁଦିଗ ଅନ୍ଧକାର କରି ମୂଷଳ ଧାରାରେ ବର୍ଷିଥିଲା । ଏତେ ଜୋରରେ ଢ଼ାଳିଥିଲା ଯେ ମାତ୍ର କିଛି ସମୟ ସମୟରେ ରାଜଧାନୀରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଥିଲା । ଯୁଆଡେ ଚାହିଁବ ଖାଲି ଖାଲି ପାଣି ହିଁ ଦେଖାଯାଉଥିଲା । ରାସ୍ତାରେ ଗାଡି ମଟର ଯିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା । ଜନପଥ, ବମିଖାଲ, ରାଜମହଲ ଭଳି ସ୍ଥାନରେ ଭୟଙ୍କର ସ୍ଥିତି ଉପୁଜିଥିଲା । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ଓସକାର ସିଟି ଭଳି ତଳିଆ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ ପ୍ରାୟ ଅଧା ଓଡ଼ିଶାରେ ବର୍ଷା ହୋଇଛି । ସବୁଠି ସମାନ ସ୍ଥିତି । ବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିଛି । ଆଗାମି ୩ଦିନ ପର୍ଯ୍ୟନ୍ତ ଏଭଳି ପ୍ରଭାବ ଜାରି ରହିବ ବୋଲି ଆକଳନ କରିଛି ଆଇଏମଡି । ଆଇଏମଡିର ଆକଳନ ଅନୁସାରେ, କାଲି ସକାଳ ପର୍ଯ୍ୟନ୍ତ ଉପକୂଳ, ଉତ୍ତର-ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶାର ୨୪ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତାପରେ ଦିନ ତମାମ ୨୦ରୁ ଅଧିକ ଜିଲ୍ଲାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପାଣିପାଗର ପାରିପାର୍ଶ୍ବକ ସ୍ଥିତିକୁ ଦେଖି ଅକ୍ଟୋବରରେ ବାତ୍ୟା ଆଶଙ୍କା କମ୍ ରହିଛି । ନଭେମ୍ବରରେ ବାତ୍ୟା ଆଶଙ୍କା ଅଧିକ ରହିଛି ବୋଲି କହିଛନ୍ତି ଆଇଏମଡି ପୂର୍ବତନ ଡିଜି । କାର୍ତ୍ତିକ ମାସରେ ପାଣିପାଗର ଏଭଳି ଖେଳ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଏଥିସହ ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ। ତଥାପି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଜାରି ରହିବ। ଓଡ଼ିଶାରୁ ମୌସୁମୀ ବିଦାୟ ନେବାର ସମୟ ୧୫ ତାରିଖ ହୋଇଥିବା ବେଳେ ଆଗାମୀ ୫ ଦିନରେ ମୌସୁମୀ ବିଦାୟ ନେବା ପାଇଁ ପାଗ ଅନୁକୂଳ ନଥିବା ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଥିବା ବେଳେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ୧୭ ଅକ୍ଟୋବର (+-3 ଦିନ) ପରେ ରାଜ୍ୟରୁ ଧୀରେ ଧୀରେ ବାୟୁ ଚଳାଚଳର ଦିଗ ବଦଳିବା ସହିତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରୁ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ଅନୁକୂଳ ହେବ ।

ତେବେ ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ , କଟକ , କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ ତାରିଖ ପାଇଁ ସାରା ଓଡ଼ିଶାର ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Previous Post

ନୂଆପଡ଼ା ଉପନିର୍ବାଚନ ପାଇଁ ବିଶାଳ ଟିମ୍ ପଠାଇଲେ ନବୀନ

Next Post

୧୧ରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ମୋଦୀ

FNN WEB

FNN WEB

Next Post
୧୧ରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ମୋଦୀ

୧୧ରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ମୋଦୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.