• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

FNN WEB by FNN WEB
October 9, 2025
in ଓଡ଼ିଶା, ମୁଖ୍ୟ ଖବର
0
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
0
SHARES
0
VIEWS

ପଣ୍ଡିତ ଗୋପବନ୍ଧୁ ଥିଲେ ସମଗ୍ର ଆର୍ଯ୍ୟାବର୍ତ୍ତର ମଣି: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର : ଓଡ଼ିଶା ମାଟି ଏପରି କିଛି ମଣିଷଙ୍କୁ ଜନ୍ମ ଦେଇଛି ଯେଉଁମାନେ ନିଜ ସ୍ୱାର୍ଥକୁ ଭୁଲି ଜନସେବାକୁ ନିଜ ଧର୍ମ ଭାବେ ଗ୍ରହଣ କରିଥିଲେ । ସେହିପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଏକାଧାରରେ ସେ ଥିଲେ ମହାନ୍‌ ଦେଶଭକ୍ତ, ମାନବବାଦୀ କବି, ଆର୍ତ୍ତଜନତାର ବନ୍ଧୁ ଓ ସର୍ବୋପରି ନୀତିନିଷ୍ଠ ଜନନାୟକ । ଯଥାର୍ଥରେ ସେ ଥିଲେ ସେବା ଓ ତ୍ୟାଗର ଦୀପ୍ତିମନ୍ତ ପୁରୁଷ । ତାଙ୍କର ମହତ ଚିନ୍ତାଧାରା ଓ ଜୀବନ ଦର୍ଶନ ଆଜି ବି ସମଗ୍ର ବିଶ୍ୱକୁ ଦିଗଦର୍ଶନ ପ୍ରଦାନ କରୁଛି । ଦୀନ, ଦୁଃଖୀ ଓ ବନ୍ୟା ମରୁଡିଗ୍ରସ୍ତ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସେହି ମହାନ ଆତ୍ମାଙ୍କୁ ଆଜି ବି ସମଗ୍ର ଦେଶ ମନେ ରଖିଛି । ଉତ୍କଳବାସୀଙ୍କ ହୃଦୟରେ ଉତ୍କଳର ମଣି ହୋଇ ସେ ରହିଛନ୍ତି । ତାଙ୍କର ଜୀବନ ଓ ଆଦର୍ଶ ଆଜିର ଯୁବପିିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ବୋଲି ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଏମ.ଏସ.ଏମ.ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ ଯେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କୁ ଆମେ ଉତ୍କଳମଣି ବୋଲି କହୁଛେ, ମାତ୍ର ମୋ ମତ ମତରେ ସେ ସମଗ୍ର ଆର୍ଯ୍ୟାବର୍ତ୍ତର ମଣି । ଗୋପବନ୍ଧୁଙ୍କ ଜୀବନୀ ଆମ ଜାତିର ଏକ ମହ‰ପୂର୍ଣ୍ଣ ଅଧ୍ୟାୟ । ଆମ ଇତିହାସର ଏକ ଗରିମାମୟ ଅଂଶ । କାହିଁକି ନା କ୍ଲେଶରେ, ଦୁଃଖରେ, ଶୋକରେ, ଅସହାୟ-ପୀଡ଼ିତ-ନିରନ୍ନ-କରୁଣ ସ୍ଥିତିରେ ଗୋଟିଏ ନାଁ ବାରମ୍ବାର ମନେ ପଡିଥାଏ । ବିପଦ ପାରି ହେବା ପାଇଁ ଆଜି ବି ଜନଗଣ ଖୋଜନ୍ତି ଗୋପବନ୍ଧୁଙ୍କୁ । ମାନବ ସେବା ହିଁ ମାଧବ ସେବା ମନ୍ତ୍ରରେ ସେ ଅଭିମନ୍ତ୍ରିତ ହୋଇଥିଲେ । ଜନତା ଜନାର୍ଦ୍ଦନଙ୍କ ସେବା ଥିଲା ତାଙ୍କର ଧର୍ମ । ଏହା ଥିଲା ତାଙ୍କ ପାଇଁ ଦେବ ସେବା । ଗୋପବନ୍ଧୁ ଓ ତାଙ୍କ ତିନି ଜଣ ବନ୍ଧୁ ଭାର୍ଗବୀ ନଦୀକୂଳରେ ବସି ପୂର୍ଣ୍ଣିମା ଆକାଶ ତଳେ ବଜ୍ର ଶପଥ ନେଇଥିଲେ – ଆମେ ପାଠ ପଢି ସରକାରୀ ଚାକିରି କରିବା ନାହିଁ । ଦେଶ ପାଇଁ କିଛି କରିବା । ଯୌବନରେ ଏପରି ଶପଥ ଯେତିକି ବିସ୍ମୟକର, ସେତିକି ମାତ୍ରାରେ ଦୁଃସାହସିକ ଓ ତ୍ୟାଗମୟ । ସତରେ ଗୋପବନ୍ଧୁଙ୍କ ଜୀବନ କାହାଣୀ ଥିଲା ତ୍ୟାଗ ଓ ସମର୍ପଣର ଅମଳିନ ମହାସ୍ରୋତ । ସତ୍ୟବାଦୀ ଯୁଗର ପ୍ରବର୍ତ୍ତକ ପଣ୍ଡିତ ଗୋପବନ୍ଧୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ଆରମ୍ଭ କରି ଭାରତର ସ୍ୱାଧୀନତା ସଂଗ୍ରାମ, ସ୍ୱଦେଶୀ ଆନ୍ଦୋଳନ, ଅସ୍ପୃଶ୍ୟତା ନିବାରଣ, ଶିକ୍ଷା, ସଂପାଦନା ଓ ସାହିତ୍ୟ ପ୍ରତିଟି କ୍ଷେତ୍ରରେ ନିଜର ଅଲିଭା ସ୍ମୃତି ଛାଡ଼ି ଯାଇଛନ୍ତି । ଗୋପବନ୍ଧୁଙ୍କ ଜୀବନ କାହାଣୀ ଥିଲା ତ୍ୟାଗର ଅମଳିନ ମହାସ୍ରୋତ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ କହିଲେ ଯେ ଗୋପବନ୍ଧୁଙ୍କ ଜୀବନୀ ଆମ ଜାତିର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ, ଇତିହାସର ଅଂଶ । ସେ ଥିଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଭଗୀରଥ । ସତ୍ୟବାଦୀର ବନବିଦ୍ୟାଳୟରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ସେ ଯେଉଁ ସଂସ୍କାର ଆଣିଥିଲେ ତାହାର ପ୍ରାସଙ୍ଗିକତା ଆଜି ମଧ୍ୟ ଅନୁଭୂତ ହୁଏ । ଓଡ଼ିଆ ସାହିତ୍ୟକୁ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ । ତାଙ୍କର ସେବା ଓ ତ୍ୟାଗ ପାଇଁ ସେ ଆମ ଗହଣରେ ଚିରଦିନ ପାଇଁ ଆମର ହୋଇ ରହିବେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଡ. ଶରତ ଚନ୍ଦ୍ର ରଥ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବେ ଆଲୋଚନା କରି କହିଲେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏକାଧାରରେ ଜଣେ ଅଗ୍ରଣୀ ସମାଜ ସଂସ୍କାରକ, ସତ୍ୟନିଷ୍ଠ ଶିକ୍ଷକ, ନୀତିବାନ ସାମ୍ବାଦିକ ଏବଂ ସମର୍ପିତ ସ୍ୱାଧୀନତା ସଂଗ୍ରାମୀ ଭାବରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି । ସେ ସାମଗ୍ରିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଜାତୀୟତାବାଦୀ ଚିନ୍ତାଧାରାକୁ ପ୍ରସାରିତ କରିବା ଏବଂ ସାର୍ବଜନୀନ ସମସ୍ୟାର ସମାଧାନ ପାଇଁ ‘ସମାଜ’ ଖବରକାଗଜ ପ୍ରତିଷ୍ଠା କରିଥିଲେ । ଅସ୍ପୃଶ୍ୟତା ବିରୁଦ୍ଧରେ ସଂଗ୍ରାମ ପରି ସାମାଜିକ ସଂସ୍କାରକୁ ସେ ସମର୍ଥନ କରିଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଥିଲେ ତ୍ୟାଗ, ସଂସ୍କାର ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ । ଆଜି ବି ସେବା, ତ୍ୟାଗ ଓ ମଣିଷପଣିଆ କଥା ପଡିଲେ ପ୍ରଥମେ ତାଙ୍କରି ନାମ ହିଁ ସ୍ମରଣ ଆସେ ବୋଲି ଡ. ରଥ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ସ୍ୱାଧୀନଚେତା ପଣ୍ଡିତ ଗୋପବନ୍ଧୁ ଥିଲେ ମାନବବାଦର ସର୍ବଶ୍ରେଷ୍ଠ ଅଗ୍ରଦୂତ । ଶିକ୍ଷାର ପ୍ରସାର ସହ ‘ସମାଜ’ ଖବରକାଗଜ ପ୍ରତିଷ୍ଠାପୂର୍ବକ ଆଧୁନିକ ସାମ୍ବାଦିକତାର ବୀଜ ବପନ କରିଥିଲେ ପଣ୍ଡିତ ଗୋପବନ୍ଧୁ । ଅସ୍ପୃଶ୍ୟତା ବିରୁଦ୍ଧରେ ସଂଗ୍ରାମ ପରି ସାମାଜିକ ସଂସ୍କାରକୁ ସେ ସମର୍ଥନ କରିଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜଣେ ଅଗ୍ରଣୀ ସମାଜ ସଂସ୍କାରକ, ସତ୍ୟନିଷ୍ଠ ଶିକ୍ଷକ, ନୀତିବାନ ସାମ୍ବାଦିକ ଏବଂ ସମର୍ପିତ ସ୍ୱାଧୀନତା ସଂଗ୍ରାମୀ ଭାବରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ରାଜଧାନୀ କଳା ନିକେତନ ତରଫରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରା ଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂହ, ଅତିରିକ୍ତ ସଚିବ ଅଶୋକ କୁମାର ବେଉରିଆ, ଜୟଦେବ ଭବନର ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Previous Post

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

Next Post

ଓଡ଼ିଶା ଆଧାରିତ ଜ୍ୟାକଫ୍ରୁଟ ବ୍ରାଣ୍ଡ ବିକଶିତ କରାଯିବ: ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

FNN WEB

FNN WEB

Next Post
ଓଡ଼ିଶା ଆଧାରିତ ଜ୍ୟାକଫ୍ରୁଟ ବ୍ରାଣ୍ଡ ବିକଶିତ କରାଯିବ: ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଓଡ଼ିଶା ଆଧାରିତ ଜ୍ୟାକଫ୍ରୁଟ ବ୍ରାଣ୍ଡ ବିକଶିତ କରାଯିବ: ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.