• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳି କାର୍ତ୍ତିକ ବ୍ରତ ୨୦୨୫ର କଲେ ଶୁଭାରମ୍ଭ

FNN WEB by FNN WEB
October 13, 2025
in ଓଡ଼ିଶା, ମୁଖ୍ୟ ଖବର
0
ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳି କାର୍ତ୍ତିକ ବ୍ରତ ୨୦୨୫ର କଲେ ଶୁଭାରମ୍ଭ
0
SHARES
1
VIEWS

ପୁରୀ କେବଳ ଏକ ସ୍ଥାନ ନୁହେଁ, ଏହା ଏକ ଭାବନା: ମୁଖ୍ୟମନ୍ତ୍ରୀ

ପୁରୀ : ହବିଷ୍ୟାଳୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ମାସ ବ୍ୟାପୀ ଚାଲିଥିବା ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜି ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ହବିଷ୍ୟାଳୀ ମାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ମାସର ମହତ୍ତ୍ୱ ଅନେକ ରହିଛି । ଅନେକ ହବିଷ୍ୟାଳୀ ପୁରୀରେ ଏକାଠି ହୋଇଥାନ୍ତି । ମାସେ ଧରି ନିଷ୍ଠା ଓ ପବିତ୍ରତାର ସହ ବ୍ରତ କରିଥାନ୍ତି। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଡ଼ଠାକୁର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀକ୍ଷେତ୍ରର ଏହି ଦିବ୍ୟମାଟିରେ ଉପସ୍ଥିତ ହବିଷ୍ୟାଳୀଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମୁଁ ପ୍ରଭୁଙ୍କ ଭକ୍ତଭାବରେ ଏଠାକୁ ଦ୍ବିତୀୟ ଥର ଆସିଛି। ପୂର୍ବରୁ ଗତବର୍ଷ ଏଠାକୁ ଆସିଥିଲି। ହବିଷ୍ୟର ଆଧ୍ୟାତ୍ମିକର ମହତ୍ବ ଆପଣମାନଙ୍କୁ ଭଲ ଭାବରେ ଜଣା ଅଛି। କାର୍ତ୍ତିକ ହେଉଛି ଭକ୍ତିର ମାସ ଭାବେ ବିବେଚନା କରାଯାଏ। ଶତାଦ୍ଦୀ ଶତାଦ୍ଦୀ ଧରି ଓଡ଼ିଆମାଆମାନେ ହବିଷ୍ୟ କରି କରିଆସୁଛନ୍ତି। ଏହି ବ୍ରତ ପ୍ରାର୍ଥନାର ବ୍ରତ। ଏହି ବ୍ରତ ମାଧ୍ୟମରେ କେବଳ ମନକୁ ଶାନ୍ତି ଦେଇ ନଥାଏ, ବରଂ ଆମ ଚାରିପାଖର ସମାଜକୁ ମଧ୍ୟ ଆଶୀର୍ବାଦ କରିଥାନ୍ତି।

କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ବୃନ୍ଦାବତୀ ନିବାସରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ବ୍ରତ ହେଉଛି ଓଡ଼ିଶାର ଜୀବନ୍ତ ସଂସ୍କୃତି ଏବଂ ଅନନ୍ୟ ପରଂପରା ଅଟେ। ହବିଷ୍ୟାଳୀମାନଙ୍କ ମଧ୍ୟରୁ ଅନେକ କେବଳ ଏକା ଆସିଥାନ୍ତି। ନିଜ ପରିବାର ଛାଡ଼ି ଏକ ମାସ ଏଠାରେ ବିତାଇ ଥାନ୍ତି। ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାର ସହିତ ଆଶୀର୍ବାଦ ମାଗି ଦୀପ ଜାଳିଥାନ୍ତି। କାର୍ତ୍ତିକ ମାସରେ ଆପଣମାନେ ଜଳାଉଥିବା ଦୀପ ଆମ ରାଜ୍ୟର ନୈତିକ ଓ ଆଧ୍ୟାତ୍ମିକ ଭାବନାକୁ ଜାଗ୍ରତ କରୁଛି। ପୁରୀ କେବଳ ଏକ ସ୍ଥାନ ନୁହେଁ, ଏହା ଏକ ଭାବନା, ଏହା ଏକ ପବିତ୍ର ଅନୁଭବ, ଯାହା ଦିବ୍ୟ ଓ ସାଧାରଣଙ୍କୁ ସଂଯୋଗ କରିଥାଏ। ମହାପ୍ରଭୁ ଶ୍ରୀମନ୍ଦିର ଠାରୁ ମହାନଦୀର ଶାନ୍ତ ତରଙ୍ଗ ପର୍ଯ୍ୟନ୍ତ ପ୍ରତ୍ୟେକ ବାଲିକଣିକା ଶତାଦ୍ଦୀର ଏହି ପ୍ରାର୍ଥନା ବହନ କରେ। ଏଠାରେ ପ୍ରଭୁ ତାଙ୍କର ଭକ୍ତଙ୍କ ସହିତ ବିଚରଣ କରନ୍ତି। କଥା ଶୁଣନ୍ତି ଓ ଆଶୀର୍ବାଦ କରିଥାନ୍ତି। ଏହି ପବିତ୍ର ସ୍ଥଳରେ ଭକ୍ତମାନଙ୍କୁ ସେବା କରିବା ସରକାରଙ୍କ କର୍ତ୍ତବ୍ୟ। ସେମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ସରକାରଙ୍କ ଗୁରୁତ୍ବ। ୨୫ଶହ ହବିଷ୍ୟାଳୀଙ୍କ ପାଇଁ ଚଳିତ ବର୍ଷ ୫ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ୩କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀ ଯୋଜନାକୁ ସୁଦୃଢ଼ କରାଯିବ। ପୁରୀରେ ବିଶ୍ୱସ୍ତରୀୟ ମ୍ୟୁଜିୟମ, ଲାଇବ୍ରେରୀ ସହ ତୀର୍ଥଯାତ୍ରୀଙ୍କ ସୁବିଧାକୁ ଆଧୁନିକୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହବିଷ୍ୟାଳି କେନ୍ଦ୍ର ପରିସରରେ ଏ ନେଇ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ସ୍ୱତନ୍ତ୍ର କିଟ୍ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଓ ଜଗତସିଂହପୁର ସାଂସଦ, ସତ୍ୟବାଦୀ, ପୁରୀ, ପିପିଲି, ବ୍ରହ୍ମଗିରି ବିଧାୟକ, ଜିଲ୍ଲାପାଳ, ଏସ୍‌ପି ଉପସ୍ଥିତ ଥିଲେ ।

ସେହିପରି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ଓ ଜାତୀୟ ଶିକ୍ଷା ସଂସ୍ଥାନ ଉତଥାନ ନ୍ୟାସ ନୂଆଦିଲ୍ଲୀର ତତ୍ତ୍ୱାବଧାନରେ ରାଷ୍ଟ୍ରୀୟ ସଙ୍ଗୋଷ୍ଠିରେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ସନ୍ଦର୍ଭରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର ବ୍ୟବହାର ଓ ତୃଣମୂଳ ସ୍ତରରୁ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ବାଗତ ଭାଷଣରେ ବିଧାୟକ ଓମ୍ ପ୍ରକାଶ ମିଶ୍ର କହିଥିଲେ କାର୍ତ୍ତିକ ପରି ମାସ ନାହିଁ, ସତ୍ୟ ପରି ଯୁଗ ନାହିଁ ଓ ଗଂଗା ପରି ତୀର୍ଥ ନାହିଁ। ମାସମାନଙ୍କ ମଧ୍ୟରେ ମାର୍ଗଶୀରକୁ ଶ୍ରେଷ୍ଠ କୁହାଯାଏ। କିନ୍ତୁ କାର୍ତ୍ତିକ ମାସରେ ଅପୂର୍ବ ସଂଯୋଗ ଥିବାରୁ କାର୍ତ୍ତିକକୁ ଶ୍ରେଷ୍ଠ ମାସ କୁହାଯାଇଥାଏ। କାର୍ତ୍ତିକର ମହାତ୍ମ୍ୟ ମହାନ। ସମାରୋହରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ରାଜଧାନୀରେ ଡବଲ୍‌ ମର୍ଡର

Next Post

ଭାରତର ଐତିହାସିକ ବିଜୟ: ୱେଷ୍ଟଇଣ୍ଡିଜ୍‌ ୭ ଉଇକେଟ୍‌ରେ ପରାସ୍ତ

FNN WEB

FNN WEB

Next Post
ଭାରତର ଐତିହାସିକ ବିଜୟ: ୱେଷ୍ଟଇଣ୍ଡିଜ୍‌ ୭ ଉଇକେଟ୍‌ରେ ପରାସ୍ତ

ଭାରତର ଐତିହାସିକ ବିଜୟ: ୱେଷ୍ଟଇଣ୍ଡିଜ୍‌ ୭ ଉଇକେଟ୍‌ରେ ପରାସ୍ତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.