ଭୁବନେଶ୍ବର: ଲାଇଫ୍ ଷ୍ଟାଇଲ୍ ବ୍ରାଣ୍ଡ୍ ଫାବ୍ ଇଣ୍ଡିଆର ଏକ ନୂଆ ସୋରୁମ୍ ବାଲେଶ୍ବର ଆଇଟିଆଇ ଛକରେ ଖୋଲିଛି। ପ୍ରସିଦ୍ଧ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଏହାକୁ ଉଦ୍ଘାଟନ କରିଛନ୍ତି। ଏଠାରେ ପୋଷାକ, ଘର ସାଜସଜ୍ଜା ସାମଗ୍ରୀ, ଜୈବିକ ଖାଦ୍ୟ ଓ ଆକସେସୋରିଜ୍ର ସମ୍ପୂର୍ଣ୍ଣ ସମ୍ଭାର ରହିଛି। ପୁରୁଷ, ନାରୀ ଓ ଶିଶୁଙ୍କ ପାଇଁ ପାରମ୍ପରିକ ଓ ଆଧୁନିକ ପୋଷାକ ଯଥା କୁର୍ତ୍ତା, ଶାଢ଼ି, ଟ୍ୟୁନିକ୍, ଶର୍ଟ ଓ ଉତ୍ସବୀୟ କଲେକ୍ସନ ଉପଲବ୍ଧ ରହିଛି। ଘର ସାଜସଜ୍ଜା ବିଭାଗରେ ହସ୍ତଶିଳ୍ପ ଫର୍ନିଚର, ବେଡ୍ଲିନେନ୍, ପରଦା, ରଗ୍ସ୍ ଆଦି ସାମଗ୍ରୀ ରହିଛି। ଏହି ଅବସରରେ ଫାବ୍ ଇଣ୍ଡିଆ ବାଲେଶ୍ବରର ଫ୍ରାଞ୍ଚାଇଜ୍ ମାଲିକ ତଥା ଷ୍ଟୋର୍ ପାର୍ଟନର ସଂଜୀବ ମହାନ୍ତି କହିଛନ୍ତି ଯେ, ଲୋକଙ୍କ ନିକଟକୁ ଫାବ୍ଇଣ୍ଡିଆର ପାରମ୍ପରିକତା ଓ ଆଧୁନିକତାର ସମନ୍ବୟ ଆଣିପାରିଥିବାରୁ ଆମେ ଗର୍ବିତ। ଫାବ୍ ଇଣ୍ଡିଆ ଏହି ନୂଆ ପଦକ୍ଷେପ ମାଧ୍ୟମରେ ଭାରତୀୟ ଶିଳ୍ପ ପରମ୍ପରାକୁ ସଂଯୋଗକରି ସ୍ଥାୟୀ ମନଲୋଭା ଓ ସଚେତନ ଜୀବନଶୈଳୀକୁ ପ୍ରେରିତ କରୁଛି।














