ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର୍ ପ୍ରଚାରକ ତାଲିକା। ଏହି ତାଲିକାରେ ୪୦ ଜଣଙ୍କ ନାଁ ସ୍ଥାନ ପାଇଛି। ତାଲିକାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିରିଷ୍ଠା ନୋତା, ବିଧାୟକ, ଛାତ୍ର ଓ ଯୁବ ସଭାପତି ସାମିଲ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ପ୍ରଚାର ତାଲିକା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଂଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସଙ୍କ ସମେତ ୪୦ ଜଣ କରିବେ ପ୍ରଚାର । ସେହିପରି ଅତନୁ ସବ୍ଯସାଚୀ ନାୟକ, ପ୍ରତାପ ଜେନା, ସଂଜୟ କୁମାର ଦାସବର୍ମା, ଦିବ୍ୟଶଙ୍କର ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ସାରଦା ନାୟକ,ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଂଜନ ଘଡାଇ, ଟୁକୁନି ସାହୁ, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଣି, ଦେବେଶ ଆଚାର୍ଯ୍ୟ, ପ୍ରଦୀପ କୁମାର ଦିଶାରୀ, ସରୋଜ କୁମାର ମେହେର, ରୋହିତ ପୂଜାରୀ, ମୁନ୍ନା ଖାଁ, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ଯୋଗେଶ ସିଂହ, ନିରଂଜନ ବିଶି, ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଂଜନ ବିଶ୍ବାଳ, ସୁବାସିନୀ ଜେନା, ବର୍ଷା ସିଂହ ବରିହା, ଦୀପାଳି ଦାସ, ମନୋରମା ମହାନ୍ତି, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ଟିମରେ ସାମିଲ ଅଛନ୍ତି ।
ଗତ କାଲି ନୂଆପଡ଼ା ଉପନିର୍ବାଚନରେ ପ୍ରଚାର କାର୍ଯ୍ୟକ୍ରମକୁ ସଂଗଠିତ, ଯୋଜନାବଦ୍ଧ ତଥା ସଫଳ ଭାବେ ତୁଲାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ଟିମ୍ ଘୋଷଣା କରିଥିଲେ, ନୂଆପଡ଼ା ଓ କୋମନା ବ୍ଲକରେ ପ୍ରଚାର କାର୍ଯ୍ୟକ୍ରମ ତଦାରଖ ପାଇଁ ମୋଟ ୩୬ ଜଣ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଖରିଆର୍ ରୋଡ ଏନଏସି ଓ ନୂଆପଡ଼ା ଏନଏସି ପାଇଁ ୮ ଜଣ ଲେଖାଏଁ ୧୬ ଜଣ ନେତାଙ୍କୁ ନବୀନ ଦାୟିତ୍ୱ ପ୍ରଦାନ କରିଛନ୍ତି।
ନୂଆପଡ଼ା ବ୍ଲକ ପାଇଁ ବରିଷ୍ଠ ନେତା ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଡ. ଅରୁଣ କୁମାର ସାହୁ, ପ୍ରତାପ ଜେନା, କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଧ୍ରୁବଚରଣ ସାହୁ, ମନୋହର ରାନ୍ଧାରୀ, ପ୍ରଦୀପ ଦିଶାରୀ, ବ୍ରଜକିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସୁଦର୍ଶନ ହରିପାଲ, ପ୍ରସାନ୍ତ କୁମାର ବେହେରା, ଦେବୀରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ଦାୟିତ୍ୱ ମିଳିଛି। ନୂଆପଡ଼ା ଏନଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ୍, ରୀତା ସାହୁ, ସ୍ୱରୂପ ଦାସଙ୍କୁ ନବୀନ ପ୍ରଚାର ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିପରି କୋମନା ବ୍ଲକରେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧିରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେଶ ସିଂ, ରବି ନନ୍ଦ, ପ୍ରଦୀପ ମାଝୀ, ନଳିନୀକାନ୍ତ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ସୁଭାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ୱରଞ୍ଜନ ମଲ୍ଲିକ, ଅବିନାଶ ସାମଲ, ଇଶ୍ୱର ପାଣିଗ୍ରାହୀ, ରୋହିତ୍ ଯୋଶେଫ ତିର୍କୀ ଓ ଉମାକାନ୍ତ ସାମନ୍ତରାୟ ପ୍ରଚାର ମଙ୍ଗ ସମ୍ଭାଳିବେ। ସେହିପରି ଖରିଆର୍ ରୋଡ ଏନଏସି ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ୍ ବିଶ୍ୱାଳ, ଗୌତମବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି, ରୁଦ୍ରପ୍ରତାପ ମହାରଥୀ ପ୍ରଚାର କାର୍ଯ୍ୟ ତୁଲାଇବେ ବୋଲି ଦଳୀୟ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲ।














