ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ପ୍ରଶଂସା କରିଛନ୍ତି। ରାଜ୍ୟପାଳ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଥିବେ ବେଳେ ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଓଡ଼ିଶା ଓ ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟରେ ଅନେକ ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି। ବିଭିନ୍ନ ତୈଳ କମ୍ପାନିଗୁଡ଼ିକର ସହଯୋଗରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୫ ଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି, ଯାହାକି ରାଜ୍ୟର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ବେଶ ସହଯୋଗ ହେଉଛି।
ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଚର୍ଚ୍ଚା କରିଥିବା ବେଳେ ଅନେକ ଦିଗକୁ ନେଇ ଗୁରୁତ୍ତ୍ୱପୂର୍ଣ ମନ୍ତବ୍ୟ ରଖିଛନ୍ତି। ସୀମା ବିବାଦକୁ ନେଇ ରାଜ୍ୟପାଳ ଲୋକଙ୍କ ଉପରେ ନିଷ୍ପତ୍ତି ଛାଡିଦେବା ଉଚିତ୍ ବୋଲି କହିଛନ୍ତି। ସୀମାବର୍ତ୍ତୀ ଲୋକେ ହୁଏତ ଦୁଇ ରାଜ୍ୟର ସମସ୍ତ ସୁବିଧା ପାଉଛନ୍ତି। କିନ୍ତୁ ବିବାଦ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମଧ୍ୟରେ ସୀମା ବିବାଦ ସମାଧାନ ହୋଇପାରେ। ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ପଦବୀ ଖାଲି ରହିଛି ତାହାକୁ ପୁରାଣ କରିବା ନିମନ୍ତେ ସରକାରଙ୍କ ସହ ଆଲୋଚନା କରିବି।
ମନ୍ତ୍ରୀପରିଷଦ ଖାଲି ପ୍ରସଙ୍ଗରେ ରାଜ୍ୟପାଳ କହିଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। କିନ୍ତୁ ରାଜ୍ୟରେ ବିଭିନ୍ନ ନିଗମ ବୋର୍ଡ ଏବଂ କମିସନରେ ଖାଲି ଥିବା ପଦବି ପୂରଣ କରିବା ପାଇଁ ମୋର ରାଜ୍ୟ ସରକାରଙ୍କୁ ପରାମର୍ଶ। ରାଜ୍ୟରେ ପେଶା ଆଇନକୁ ନେଇ ରାଜ୍ୟପାଳ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଉଛନ୍ତି ବିଚାର କରିବା ନିମନ୍ତେ। ତାହା ବର୍ତମାନ ଡ୍ରାଫରେ ରହିଛି। ଗ୍ରାମସଭା ହେଉଛି ସତ୍ କିନ୍ତୁ କିଛି ପଞ୍ଚାୟତ ଗୁଡ଼ିକୁ ଆଲୋଚନାକୁ ନ ନେବାରୁ ବିରୋଧ ଆଭାସ ଆସୁଛି। କେମିତି ଲୋକଙ୍କ ସହ ଆଲୋଚନା କରି ତାହାର ସମାଧାନ କରିବାକୁ ମୁଁ ସରକାରଙ୍କୁ ପରାମର୍ଶ ଦେଉଛି।
ନିଶାମୁକ୍ତ କ୍ୟାମ୍ପସ କରିବା ଜରୁରୀ। ମହିଳା ହିଂସା ରୋକିବା କ୍ଷେତ୍ରରେ। ବାଲେଶ୍ଵର, ଗୋପାଳପୁର ଓ ପଶ୍ଚିମବଙ୍ଗରେ ଛାତ୍ରୀମାନଙ୍କ ସହ ଘଟିଥିବା ଘଟଣା ଦୁର୍ଭାଗ୍ୟ ଜନକ। ସାମୁହିକ ଭାବେ ସରକାର, ପୁଲିସ ଓ ସମାଜ ଗୁରୁଦାୟିତ୍ଵ ସେଥିପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ରହିଛି। କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ରାଜ୍ୟରେ ଅପରାଧକୁ ଦମନ କରିହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଜ୍ୟପାଳ।
ରାଜ୍ୟପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ କି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରତ୍ୟେକଟି ଯୋଜନାକୁ ପ୍ରଚାର ପ୍ରସାର କରିବାର ଆବଶ୍ୟକ ରହିଛି। କାହିଁକି ନା ଲୋକେ ଆଜି ବି ଅନେକ ଯୋଜନା ବିଷୟରେ ଅବଗତ ନାହାଁନ୍ତି। ତେଣୁ ଆମେ ସମସ୍ତ ଯୋଜନା ସମ୍ବନ୍ଧରେ ଜଣାଇବା ଆବଶ୍ୟକ ରହିଛି।














