• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦୁଇଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଉଦଘାଟିତ

FNN WEB by FNN WEB
October 18, 2025
in ଓଡ଼ିଶା, ମୁଖ୍ୟ ଖବର
0
ଦୁଇଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଉଦଘାଟିତ
0
SHARES
1
VIEWS


• ରାଜସ୍ୱ ଆଇନରେ ସଂଶୋଧନ ଏବଂ ସଂସ୍କାର ଆଣିବା ଦରକାର
• ରାଜସ୍ୱ ପ୍ରଶାସନ ଜନସାଧାରଣ ଙ୍କ ନିକଟତର ହେବ
• ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ରାଜସ୍ୱ ସେବା ଯୋଗାଇ ଦେବା ଦିଗରେ ଗୁରୁତ୍ଵାରୋପ : ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ

ଭୁବନେଶ୍ଵର: ରାଜସ୍ୱ ସେବାକୁ ସହଜ ଓ ଲୋକାଭିମୁଖୀ କରିବା ସହ ଉପଯୁକ୍ତ ସମୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ରାଜସ୍ୱ ଅଧିକାରୀ ମାନେ ଅଗ୍ରାଧିକାର ଦେବା ଉଚିତ । ଏବେ ରାଜସ୍ୱ ଆଇନ ରେ ସଂଶୋଧନ ଓ ସଂସ୍କାର ଆଣିବା ଜରୁରୀ ହୋଇ ପଡିଛି । ସରକାର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜସ୍ୱ ସେବା ସଠିକ ଭାବରେ ଓ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଲୋକମାନଙ୍କ ନିକଟରେ ପହଞ୍ଚାଇଦେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ଵରର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନ (ରୋଟି) ଠାରେ ଆୟୋଜିତ ଦୁଇ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ କୁ ଉଦଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ରାଜସ୍ୱ ଆଇନକୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସରଳ କରିବା ଦରକାର । ଆଧୁନିକ ବୈଷୟିକ ଜ୍ଞାନର ଉପଯୋଗ କରି ରାଜସ୍ୱ ସେବାକୁ ଆହୁରି କ୍ରିୟାଶୀଳ କରାଯାଇପାରିବ । ରାଜସ୍ୱ ଅଧିକାରୀମାନେ ଜନସାଧାରଣଙ୍କ ଜମି ଜମା ସମସ୍ୟାର ସମାଧାନ ର ବାଟ ଖୋଜିବାକୁ ପ୍ରୟାସ କରିବା ଦରକାର । ଏହା ଫଳରେ ସଠିକ ସେବା ମିଳିପାରିବ । ସରକାରୀ ସମ୍ପତି ର ସୁରକ୍ଷା କରିବା ଓ ଜବରଦାଖଲ ମୁକ୍ତ କରିବା ରାଜସ୍ୱ ଅଧିକାରୀଙ୍କ ମୁଖ୍ୟ ଦାୟୀତ୍ଵ ହୋଇଥିବା ବେଳେ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ଵ ଦେବା ଉଚିତ । ତହସିଲଦାରମାନେ ନିଜ ଅଞ୍ଚଳର ଜମିଜମା ସ୍ଥିତି ସମ୍ପର୍କରେ ଏକ ଡାଟାବେସ ପ୍ରସ୍ତୁତ କରନ୍ତୁ ।

ଯଦିଓ ଆଜିର ଦିନରେ ରାଜସ୍ୱ ଅଧିକାରୀମାନଙ୍କ କାର୍ଯ୍ୟର ପରିସର ବୃଦ୍ଧି ପାଇଛି ତା ସତ୍ୱେ ମଧ୍ୟ ଜନସାଧାରଣଙ୍କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇ ଦେବାକୁ ଚେଷ୍ଟା କରିବା ଦରକାର । ଫଳରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଓ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ ସମ୍ଭବ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଉପସ୍ଥିତ ରହି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜସ୍ଵ ପର୍ଷଦର ମାନ୍ୟବର ସଦସ୍ୟ ଶ୍ରୀ ଦେଓରଞ୍ଜନ କୁମାର ସିଂହ କହିଲେ ଯେ, ସରକାର ଜନସାଧାରଣଙ୍କ ହିତ ପାଇଁ ଯେଉଁ ରାଜସ୍ୱ ଆଇନ ପ୍ରଣୟନ କରିଛନ୍ତି ସେ ସବୁର ସଫଳ ରୂପାୟନ ରାଜସ୍ୱ ଅଧିକାରୀଙ୍କ ଦାୟୀତ୍ଵ । ଏ ଦିଗରେ ରାଜସ୍ୱ ଅଧିକାରୀମାନେ ଯତ୍ନବାନ ହେବା ଉଚିତ। ଫଳରେ ଜନସାଧାରଣ ରାଜସ୍ୱ ସେବାର ସଠିକ ସୁଫଳ ପାଇପାରିବେ ।

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତୀ ଗୂହା ପୁନମ ତାପସ କୁମାରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳର ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ଆଭାସି ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ଯୋଡି ହୋଇଥିବା ବେଳେ ୯ ଜଣ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ), ୧୬ ଜଣ ଉପଜିଲ୍ଲାପାଳ , ୧୧୨ ଜଣ ତହସିଲଦାର , ୧୦ ଜଣ ଜିଲ୍ଲା ନିବନ୍ଧକ , ୬୨ ଜଣ ସହକାରୀ ନିବନ୍ଧକ , ୪ ଜଣ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିବା ବେଳେ ଏହି ଅବସରରେ ସ୍ଵାଗତ ଅଭିଭାଷଣ ଦେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ କହିଲେ ଯେ ରାଜସ୍ୱ ପ୍ରଶାସନକୁ ଲୋକାଭିମୁଖୀ କରିବା ସହିତ ପ୍ରଚଳିତ ରାଜସ୍ୱ ଆଇନ ଓ ସରକାରଙ୍କ ନିର୍ଦ୍ଦେଶନାମା ଗୁଡିକୁ ପୁନଃ ଅବଲୋକନ କରି କାର୍ଯ୍ୟନ୍ଵୟନ କରିବା ପାଇଁ ବିଭିନ୍ନ ବିଶେଷଜ୍ଞମାନଙ୍କୁ ଏହି ଆଲୋଚନା ରେ ରାଜସ୍ୱ ପ୍ରଶାସନ ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ଉପସ୍ଥିତ ରାଜସ୍ୱ ଅଧିକାରୀ ମାନଙ୍କୁ ଏହି ସମ୍ପର୍କ ରେ ସଚେତନ କରିବା ଏହି ସମ୍ମିଳନୀ ର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମ ପରିଶେଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସଚିବ ଶ୍ରୀ ନିହାର ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ସମ୍ମିଳନୀ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ରାଜସ୍ୱ ଆଇନ ସମ୍ବନ୍ଧିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ ।

Previous Post

ଓର୍‌ମାସ୍‌ର ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍‌: ପରମ୍ପରା ଓ ହସ୍ତଶିଳ୍ପର ଅପୂର୍ବ ସମ୍ମିଶ୍ରଣ

Next Post

ସାଇବର ଅପରାଧ ରୋକିବାକୁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ସାଇବର ଅପରାଧ ରୋକିବାକୁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

ସାଇବର ଅପରାଧ ରୋକିବାକୁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.