• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ଜଳିଗଲା ୪୦ ଦୋକାନ

FNN WEB by FNN WEB
October 22, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ଜଳିଗଲା ୪୦ ଦୋକାନ
0
SHARES
1
VIEWS


ଭୁବନେଶ୍ବର:
ରାଜଧାନୀ ଭୁବନେଶ୍ବରର ସବୁଠାରୁ ବଡ଼ ହାଟ ‘ୟୁନିଟ୍‌-୧’ରେ ଆଜି ଅପରାହ୍‌ଣରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। କୌଣସି ଏକ ତେଜରାତି ଦୋକାନରୁ ଆରମ୍ଭ ହୋଇଥିବା ନିଆଁ ପ୍ରାୟ ୪୦ଟି ଦୋକାନକୁ ଧ୍ବଂସ କରିଦେଇଛି। ଫଳରେ ବ୍ୟବସାୟୀମାନଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଭୁବନେଶ୍ବର ୟୁନିଟ-୧ ହାଟରେ ଥିବା ତେଜରାତି ଦୋକାନଗୁଡ଼ିକରେ ଅପରାହ୍ଣ ପ୍ରାୟ ୨ଟା ୪୦ରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ମିଳିବା ପରେ ତୁରନ୍ତ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ନିଆଁ ଲିଭାଇବାକୁ ଶତାଧିକ କର୍ମଚାରୀ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଝାଳବୁହା ପରିଶ୍ରମ କରିଛନ୍ତି।

ଅଗ୍ନିଶମ ବିଭାଗର ଅଧିକାରୀ ରମେଶ ମାଝୀ କହିଛନ୍ତି, ୟୁନିଟ୍‌-୧ ମାର୍କେଟ୍‌ରେ ନିଆଁ ଲାଗିବା ନେଇ ଆମକୁ ଅପରାହ୍‌ଣ ୨ଟା ୪୦ରେ ସୂଚନା ମିଳିଥିଲା। ସୂଚନା ମିଳିବାର ମାତ୍ର ୩ ମିନିଟ୍‌ ମଧ୍ୟରେ ଆମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର କାମ ଆରମ୍ଭ କରିଦେଇଥିଲେ। ନିଆଁ ଲିଭାଇବା ପାଇଁ ୧୫ ଗାଡ଼ି ବ୍ୟବହାର କରାଯାଇଥିଲା। ଏଥିରେ ୧୪୦ ଜଣ ଆଗ୍ନିକ ମୁତୟନ ଥିଲେ। ଦୋକାନରେ ଜଳନଶୀଳ ଜିନିଷ ଥିଲା। ଏଥି ପାଇଁ କମ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କେଉଁଠାରୁ ଏହା ଆରମ୍ଭ ହେଲା ଏନେଇ ବର୍ତ୍ତମାନ ପରିପ୍ରେକ୍ଷୀରେ କୁହାଯାଇପାରିବ ନାହିଁ। ନିଆଁ ଲିଭାଇବା ହେଉଛି ଆରମ ପ୍ରାଥମିକତା। ସଂପୂର୍ଣ୍ଣ ଭାବେ ନିଆଁ ଆୟତ୍ତ ହେଲା ପରେ ଏହାର କାରଣ ଖୋଜା ଯିବ।

ସୂଚନାଯୋଗ୍ୟ, ଭୁବନେଶ୍ବର ୟୁନିଟ୍‌-୧ ମାର୍କେଟରେ ଅଗ୍ନିକାଣ୍ଡ ଘଟଣା ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହି ବିଶାଳ ବଜାରରେ ଅଗ୍ନିକାଣ୍ଡ ଘଟି ଅନେକ ଦୋକାନ ଜଳି ଯାଇଥିଲା। ବୃହତ୍‌ ମାର୍କେଟ ଭିତରେ ହଜାର ହଜାର ଦୋକାନ ଲାଗିଲାଗି ରହିଥିବାରୁ ଏଠାରେ ଅଗ୍ନିକାଣ୍ଡ ଘଟିଲେ କମ୍‌ ସମୟ ମଧ୍ୟରେ ଏହା ବହୁ ଜିନିଷପତ୍ର କ୍ଷତି ପହଞ୍ଚାଇଥାଏ। ସେପଟେ ୨୦୦୭ ମସିହାରୁ ଏକ ନମ୍ବର ହାଟ ସ୍ଥାନାନ୍ତର ପାଇଁ ଦାବି ହେଉଛି। ପ୍ରତ୍ୟେକ ଦିନ ଏଠାକୁ ୨୦୦ରୁ ଅଧିକ ଟ୍ରକ୍‌ ଆସୁଛି। ୧ ନମ୍ବର ହାଟ ଉପରେ ଚାପ ବଢ଼ିବାରେ ଲାଗିଛି। ୨୦୧୯ ମସିହାରେ ଏହି ହାଟକୁ ଭଗବାନପୁରକୁ ସ୍ଥାନାନ୍ତରଣ କରିବ‌ାକୁ ଯୋଜନା ହେଲା। ସାଧାରଣ ପ୍ରଶାସନ ବିଭାଗ ବିଏମ୍‌ସିକୁ ଭଗବାନପୁରରେ ପ୍ରଥମେ ୩.୯୮ ଏକର ଓ ଦ୍ବିତୀୟ ପର୍ଯ୍ୟାୟରେ ୩.୨୩ ଏକର ଏଭଳି ୭.୨୧ ଏକର ଜାଗା ବି ଯୋଗାଇ ଦେଲା। ୨୦୨୨ ମସିହାରେ ଏହି ଜମିରୁ ବିଏମ୍‌ସି ଶହ ଶହ ଗଛ କାଟି ୧ କୋଟି ୭୪ ଲକ୍ଷ ୭ ହଜାର ୧୫୨ ଟଙ୍କାରେ ପାଚେରି ନିର୍ମାଣ କଲା। ହେଲେ ଗଛକଟା, ଆଉ ପାଚେରି କାମ ହେବା ପରେ ମଧ୍ୟ ଏବେ ସେହି ଯୋଜନା କାର୍ଯ୍ୟକାରୀ ହେବ ନା ନାହିଁ ତାହା ସନ୍ଦେହ ଘେରରେ ।

Previous Post

ମନ୍ତ୍ରୀଙ୍କ ନାଁ ହଟାଇବା ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇଛି ପୁଲିସ: ବିଜେଡ଼ି

Next Post

ଏସ୍‌ଆଇ ନିଯୁକ୍ତି ପରୀକ୍ଷା: ସିବିଆଇ ତଦନ୍ତ ସୁପାରିସ୍ କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଏସ୍‌ଆଇ ନିଯୁକ୍ତି ପରୀକ୍ଷା: ସିବିଆଇ ତଦନ୍ତ ସୁପାରିସ୍ କଲେ ମୁଖ୍ୟମନ୍ତ୍ରୀ

ଏସ୍‌ଆଇ ନିଯୁକ୍ତି ପରୀକ୍ଷା: ସିବିଆଇ ତଦନ୍ତ ସୁପାରିସ୍ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.