• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଖେଳକୁଦ

ସିରିଜ ପରାଜୟରୁ ଗିଲଙ୍କ ‘ଦିନିକିଆ ଯୁଗ’ର ଆରମ୍ଭ

FNN WEB by FNN WEB
October 23, 2025
in ଖେଳକୁଦ, ଜାତୀୟ, ମୁଖ୍ୟ ଖବର
0
ସିରିଜ ପରାଜୟରୁ ଗିଲଙ୍କ ‘ଦିନିକିଆ ଯୁଗ’ର ଆରମ୍ଭ
0
SHARES
0
VIEWS

୨ୟ ଦିନିକିଆରେ ଭାରତକୁ ୨ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ
ଆଡିଲେଡ୍: ପରାଜୟରୁ ଆରମ୍ଭ ହୋଇଛି ଶୁବମନ ଗିଲଙ୍କ ଦିନିକିଆ କ୍ୟାପ୍ଟେନ୍ସିର ଆରମ୍ଭ। ଗୋଟିଏ ମ୍ୟାଚ୍‌ ପୂର୍ବ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରି ଯାଇଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲି ବିପକ୍ଷ ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଇ ବିସିସିଆଇ ଶୁବମନ ଗିଲଙ୍କୁ ଟେଷ୍ଟ ଭଳି ଦିନିକିଆ ଅଧିନାୟକ ଦାୟିତ୍ୱ ଦେଇଥିଲା। ତାଙ୍କ କ୍ୟାପ୍ଟେନ୍ସିରେ ଭାରତ କୌଣସି ଦିନିକିଆ ସିରିଜ ଖେଳୁଥିଲେ ହେଁ ଏଥିରେ ପରାସ୍ତ ହୋଇଛି।

ପର୍ଥ ଦିନିକିଆକୁ ୭ ୱିକେଟରେ ଜିତିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ମଧ୍ୟ ବିଜୟ ବାନା ଉଡ଼ାଇଛି। ଆଡିଲେଡ ଓଭାଲରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆକୁ ଘରୋଇ ଟିମ ୨ ୱିକେଟରେ ଜିତି ନେଇଛି। ରୋହିତ ଶର୍ମାଙ୍କ ୭୩ ଓ ଶ୍ରେୟସ ଆୟରଙ୍କ ୬୧ ରନ ବଳରେ ଭାରତ ୨୬୫ ରନର ଟାର୍ଗେଟ ଅଷ୍ଟ୍ରେଲିଆକୁ ଦେଇଥିଲା। ଅଷ୍ଟ୍ରେଲିଆ ଏହି ଟାର୍ଗେଟକୁ ୨୨ ବଲ ପୂର୍ବରୁ ୮ ୱିକେଟ ହରାଇ ହାସଲ କରି ନେଇଛି। ଦଳ ପକ୍ଷରୁ ମାଥ୍ୟୁ ଶର୍ଟ ସର୍ବାଧିକ ୭୪ ରନ ଓ ଯୁବ ଖେଳାଳି କୁପର କନୋଲୀ ଅପରାଜିତ ୬୧ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୨୬୫ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୫୪ ରନରେ ଦୁଇଟି ୱିକେଟ ହରାଇଥିଲା। ଅଧିନାୟକ ମିଚେଲ ମାର୍ଶ(୧୧) ଓ ଟ୍ରାଭିସ ହେଡ୍‌(୨୮) ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ମ୍ୟାଟ ରେନ ଶ’ ଓ ଶର୍ଟ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୦୯ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୩୦ ରନ କରିଥିବା ରେନ ଶ’ଙ୍କୁ ବୋଲ୍ଡ କରି ଅକ୍ଷର ପଟେଲ ଭାରତର କମବ୍ୟା କରାଇଥିଲେ। ଆଲେକ୍ସ କେରୀ ମଧ୍ୟ ୯ ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ବୋଲ୍ଡ ହୋଇଥିଲେ। ଅଷ୍ଟ୍ରେଲିଆ ଲଗାତାର ୨ଟି ୱିକେଟ ହରାଇବାରୁ ଭାରତ ଆଟାକ ଆରମ୍ଭ କରିଥିଲା।

କିନ୍ତୁ ଶର୍ଟ ଏହି ସମୟରେ ସେସବୁକୁ କାଣ୍ଟକର କରିଥିଲେ। ସେ କନୋଲୀଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ଶର୍ଟ ପ୍ରଥମେ ୨୫ ରନ ଓ ପରେ ୫୫ ରନରେ ଦୁଇଟି କ୍ୟାଚ୍‌ ଦେଇଥିଲେ ହେଁ ଏହାକୁ ଭାରତୀୟ ଖେଳାଳି ହାତ ଛଡ଼ା କରିବା ଦଳକୁ ମହଙ୍ଗା ପଡ଼ିଥିଲା। ପ୍ରଥମେ ଅକ୍ଷର ଓ ପରେ ମହମ୍ମଦ ସିରାଜ ତାଙ୍କ କ୍ୟାଚ୍‌ ଛାଡ଼ିଥିଲେ। ଶେଷରେ ସେ ୭୪ ରନର ଦମଦାର ଇନିଂସ ଖେଳି ହର୍ଷିତ ରାଣାରଙ୍କ ବଲରେ ଆଉଟ ହୋଇଥିଲେ। ସଆ ଆଉଟ ହେବା ବେଳକୁ ଅଷ୍ଟ୍ରେଲିଆ ୧୮୭ ରନ କରିଥିଲା।

ଏହି ସମୟରେ ବି ଭାରତ ପାଖରେ ମ୍ୟାଚ୍ ଜିତିବାର ସୁଯୋଗ ରହିଥିଲା। କିନ୍ତୁ ମିଚେଳ ଓୱେନ ବଡ଼ବଡ଼ ଶଟ ଖେଳିଥିଲେ। କନୋଲୀ ବି ଚୌକା ପରେ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳକୁ ଜିତିବା ପାଇଁ ୨୧ ରନ ଦରକାର ଥିବା ବେଳେ ବଡ଼ ଶଟ ଖେଳିବାକୁ ଯାଇ ଓୱେନ ୩୬ ରନରେ ଆଉଟ ହୋଇଥିଲେ। ସେ ୨୩ ବଲରେ ୩ ଛକା ଓ ୨ଟି ଚୌକା ବଳରେ ୩୬ ରନର ଇନିଂସ ଖେଳିଛନ୍ତି।

ଓୱେନଙ୍କ ପରେ ଜାଭିୟର ବାର୍ଟଲେଟ ୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଅର୍ଶଦୀପ ନେଇଥିଲେ। ସେ ଆଉଟ ହେବା ବେଳକୁ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୦ ରନ ଆବଶ୍ୟକ ଥିଲା। ମିଚେଲ ଷ୍ଟାର୍କ ବ୍ୟାଟିଂ କରିବାକୁ ଆସି ସିରାଜଙ୍କୁ ଚୌକା ମାରି ବିଜୟ ବ୍ୟବଧାନକୁ ଆହୁରି କମାଇ ଦେଇଥିଲେ। କିନ୍ତୁ ସେହି ଓଭରରେ ସିରାଜ ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ତେବେ ପରବର୍ତ୍ତୀ ଓଭରରେ ବାକି କାମ କନୋଲୀ ଶେଷ କରି ଦେଇଥିଲେ। ଶେଷରେ ଅର୍ଶଦୀପ ସିଂହଙ୍କ ୱାଇଡ ବଲ ପକାଇ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ସହ ସିରିଜ ଭେଟି ଦେଇଥିଲେ। କନୋଲୀ ଶେଷ ଯାଏ ଅପରାଜିତ ୬୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ଟିକିଆ ଦିନିକିଆ ସିରିଜକୁ ଆଗକୁଆ ୨-୦ରେ କବଜା କରିନେଇଛି। ଭାରାତ ପକ୍ଷରୁ ଅର୍ଶଦୀପ, ହର୍ଷିତ ଓ ୱାଶିଂଟନ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ଅକ୍ଷର ଓ ସିରାଜଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

Previous Post

ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଏକରରେ ଆଳୁଚାଷ ପାଇଁ ସରକାରଙ୍କ ଯୋଜନା

Next Post

ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡ଼ିଶା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡ଼ିଶା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡ଼ିଶା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.