• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ: ଓଡିଶା ପାଇଁ କ’ଣ କଲେ

FNN WEB by FNN WEB
May 8, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ: ଓଡିଶା ପାଇଁ କ’ଣ କଲେ
0
SHARES
3
VIEWS

ଭୁବନେଶ୍ବର: ସାମ୍ବାଦିକ ସମ୍ମଳନୀ କରି ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ତାଙ୍କ ଦୋଷକୁ ଦେଖାଇଛନ୍ତି । କହିଛନ୍ତି, ୧୦ ବର୍ଷ ଧମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କଲେ? ଶ୍ରୀ ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି, ସେ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି। ଓଡ଼ିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ’ଣ କରିଛନ୍ତି? ଏପରିକି ନିଜ ଗାଁ ପାଇଁ ସେ କ’ଣ କରିଛନ୍ତି?

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ୫ ବର୍ଷ ଶିକ୍ଷା ମନ୍ତ୍ରୀ ରହିଲେ ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ କ’ଣ କଲେ? କେନ୍ଦ୍ରୀୟ ବିଦ୍ୟାଳୟର ସଂଖ୍ୟା ବଢାଇଲେ ନା ଭଲ ସ୍କୁଲ କଲେ । ବରଂ ବିଜେଡି ଏଠି ୫ଟି ସ୍କୁଲ ଗଢିଛି । ଏବେବି ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ ବୋର୍ଡରେ ପଢ଼ା ଯାଉଛି । ହେଲେ ୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ୁଛନ୍ତି ପିଲା । ଏହାବାଦ୍ ୧୦ ବର୍ଷ କେନ୍ଦ୍ର ମନ୍ତ୍ରୀ ରହି ରାଜ୍ୟ ପାଇଁ କ’ଣ କରିଛନ୍ତି। କଟକ-ସମ୍ବଲପୁର ଏନଏଚ କାମ ଆଜିଯାଏ ସରୁନି। ନିର୍ବାଚନ ବେଳେ ଏନଏଚ ୫୫ କାମ ତ୍ୱରାନିତ କଲେ। ପ୍ରକୃତ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଚୌକି ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ସେ।

ବିଜେପି ସରକାରକୁ ଆସିବାକୁ ମାନିଫେଷ୍ଟୋ ଆଣିଛି । ହେଲେ ବିଜେଡି ସେବା ପାଇଁ, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମାନିଫେଷ୍ଟୋ ଆଣିବ । ନବୀନଙ୍କ ମାନିଫେଷ୍ଟୋ ପାଇଁ ସମସ୍ତେ ଅନାଇବସିଛନ୍ତି । ବିଜେଡି ଭୋଟ୍ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ । ନବୀନ ବାବୁ ସେବା ପାଇଁ ଇସ୍ତାହାର ଆଣିବେ ବୋଲି ପାଣ୍ଡିଆନ କହିଛନ୍ତି । ୨୦୧୯ରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାରେ ନିର୍ବାଚନୀ ଭାଷଣ ଦେଇଥିଲେ ,ନବୀନଙ୍କ ସରକାର ଆଉ ହେବନି ବୋଲି କେନ୍ଦ୍ରାପଡାରେ କହିଥିଲେ । ହେଲେ କେନ୍ଦ୍ରାପଡ଼ାବାସୀ ଓ ଓଡ଼ିଶାବାସୀ ଉଚିତ ଜବାବ ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି କି ନବୀନ ହାୱାରେ କୁହନ୍ତିନି, ଗ୍ରାଉଣ୍ଡକୁ ଦେଖି କୁହନ୍ତି ନାହିଁ । ତାଙ୍କ ୧୦ ସେକେଣ୍ଡର ଭିଡିଓ ୧୦ ମିଲିୟନ ଭିୟୁ ହୋଇଛି । ଏବଂ ନବୀନ ଜାଣିଛନ୍ତି ଓଡ଼ିଶାବାସୀ କଣ ଚାହୁଁଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦ ନବୀନଙ୍କ ଉପରେ ରହିଛି ଓ ଓଡ଼ିଶାବାସୀ ଜାଣିଛନ୍ତି ନବୀନ ସେବା କରୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରି ଭି କେ ପାଣ୍ଡିଆନ କହିଛନ୍ତି, ପୁରୀ ପ୍ରକଳ୍ପକୁ ଜୋରଦାର ବିରୋଧ କରିଥିଲେ। ପୁରୀ ପ୍ରକଳ୍ପ ରାଜନୀତିରୁ ଊର୍ଦ୍ଧ୍ବରେ। ପୁରୀ ପ୍ରକଳ୍ପକୁ ବିରୋଧ କଲେ, ଭାରି ବାଧିଛି। କେବଳ ମୋତେ ନୁହେଁ, ଓଡ଼ିଶାବାସୀଙ୍କୁ ବାଧିଛି।
ବିଜେଡି-ବିଜେପି ମେଣ୍ଟ ପ୍ରଶ୍ନର ଉତ୍ତର ରଖି ଭିକେ ପାଣ୍ଡଆନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ଆଗ ରାଜନୀତି ପଛ। ରାଜ୍ୟର ସ୍ବାର୍ଥ ପାଇଁ ରାଜନୀତିକୁ ପଛରେ ରଖିଥଲେ।

ସେ ଆହୁରି କହିଛନ୍ତି, ବିଜୁ ବାବୁ ପରବର୍ତ୍ତୀ ପୀଢ଼ି ପାଇଁ ପ୍ରେରଣା। କିନ୍ତୁ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଲାନି ବିଜେପି। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେଲେନି। ଓଡ଼ିଶାକୁ ସ୍ପୋର୍ଟ୍ସ କ୍ୟାପିଟାଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶ୍ବକୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଶିଖାଇଛନ୍ତି। ଓଡ଼ିଆ ଭାଷ ପାଇଁ ବିଜେଡି ଅନେକ କାମ କରୁଛି। ଓଡ଼ିଆ ଭାଷା ପାଇଁ ୧୦ ବର୍ଷରେ ଟଙ୍କାଟିଏ ଦେଇନି କେନ୍ଦ୍ର। ନିର୍ବାଚନ ଆସିଲେ ବିଜେପିର ଓଡ଼ିଆ ପ୍ରେମ ଆସେ। ୪ ତାରିଖରେ ଓଡ଼ିଶାବାସୀ ଉଚିତ୍‌ ଜବାବ ଦେବେ। ବିଏସକେଓ୍ବାଇ ବନ୍ଦ କରିବାକୁ ଚାହୁଁଛନ୍ତି ବିରୋଧୀ। ଗତଥର ଅପେକ୍ଷା ଅଧିକ ସାଂସଦ ଆସନ ଜିତିବୁ। ବିଧାନସଭାରେ ତିନି ଚତୁର୍ଥାଂଶରୁ ଅଧିକ ଜିତିବୁ। ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି କାମ ଦିଏ। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, କରିକି ଦେଖାନ୍ତି। ଇସ୍ତାହାରରେ ବିଜେଡି ସରପ୍ରାଇଜ ଦେବ। ମହାବାତ୍ୟା ପରେ ଓଡ଼ିଶାକୁ ପୁରୁଣା ଲୁଗା ରିଲିଫରେ ଆସିଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏକଦା ଭାବପ୍ରବଣ ହୋଇଯାଇଥିଲେ।

ସେ ପୁଣି କହିଛନ୍ତି, ବିଜେପିର ଟାର୍ଗେଟ ୪୦ କିମ୍ବା ୫୦ ଆସନ ପାଇଲେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ବିଜେଡିକୁ ଭାଙ୍ଗି ସରକାର କରିବେ।
୨୦୧୯ରେ ୮ଜଣ ବିଜେପି ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ। ହେଲେ ବିଜେପି ସାଂସଦ ଥରେ ବି ରାଜ୍ୟ ସ୍ୱାର୍ଥ ପାଇଁ ପାଟି ଫିଟେଇଲେ ନାହିଁ। କିନ୍ତୁ ବିଜେଡି ଆଭିମୁଖ୍ୟ ଓଡ଼ିଶାର ହକ୍ ଓ ସ୍ୱାର୍ଥ ପାଇଁ ଲଢିବା ଏବଂ ବିଜେଡିର ସାଂସଦ ରାଜ୍ୟ ସ୍ୱାର୍ଥ ପାଇଁ ହିଁ କାମ..
କରୁଛନ୍ତି। ସାଂସଦଙ୍କ ଦାୟିତ୍ୱ ରାଜ୍ୟର ସ୍ୱାର୍ଥ ପାଇଁ ଲଢିବା । କିନ୍ତୁ ଜାତୀୟ ଦଳର ସାଂସଦ କେବଳ ସେମାନଙ୍କ ବସଙ୍କ ପାଇଁ କାମ କରନ୍ତି। ଜାତୀୟ ଦଳର ସାଂସଦଙ୍କ ଉଦ୍ଦେଶ୍ୟ କେନ୍ଦ୍ରରେ ମନ୍ତ୍ରୀ ହେବା। କିନ୍ତୁ ଏନଏଚ୍ , କୋଷ୍ଟାଲ ହାଇଓ୍ୱେ ପ୍ରକଳ୍ପ ଓଡ଼ିଶାକୁ ଆଣିପାରିଲେ ନାହିଁ। ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଭାବେ ବିଜେପି ସାଂସଦ କଣ ଆଣିଛ। ବିଜେପି ସରକାରକୁ ଆସିବା ପାଇଁ ଇସ୍ତାହାର ଆଣିଛି। ବିଜେଡି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଇସ୍ତାହାର ଆଣିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତାହାରକୁ ସମସ୍ତେ ଅନାଇ ବସିଛନ୍ତି । ୨ ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ।

Previous Post

ଭୁବନେଶ୍ବର ବିମାନବନ୍ଦରରେ ପୁଣି ସୁନା ଜବତ

Next Post

ବିଜେପୁର ଓ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର୍‌ ପ୍ରଚାର

FNN WEB

FNN WEB

Next Post
ବିଜେପୁର ଓ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର୍‌ ପ୍ରଚାର

ବିଜେପୁର ଓ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର୍‌ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.